ଓଡ଼ିଆ ବାହାଘର ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ ବା ପରିଣୟ ବିବାହ ଭାବେ ପରିଚିତ । ଏହା ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ସମ୍ପନ୍ନ ହୋଇଥାଏ । ଓଡ଼ିଆ ବାହାଘର ମୂଖ୍ୟତଃ ଓଡ଼ିଆ ହିନ୍ଦୁମାନଙ୍କ ମଧ୍ୟରେ ଘଟିଥାଏ । ଓଡ଼ିଆ ବାହାଘରର ବହୁତ ରୀତି ଓ ପରମ୍ପରା ଅଛି। ପାରମ୍ପରିକ ଦୃଷ୍ଟିରୁ ଏହା ସଂସ୍କୃତ ଏବଂ ଓଡ଼ିଆ ଭାଷାରେ ବୋଲା ଯାଉଥିବା ମନ୍ତ୍ରକୁ ନେଇ ପରିଚାଳିତ ହେଇଥାଏ । ଏହାର ପ୍ରସ୍ତୁତି କେବଳ ବାହାଘର ଦିନ ନୁହେଁ, ବରଂ ବହୁଦିନ ପୂର୍ବରୁ ଚାଲିଥାଏ।

ହାତଗଣ୍ଠି

ବାହାଘର ମୂଳାଧାର

ସମ୍ପାଦନା

ବେଦ ଅନୁସାରେ ଏକ ସୁଗମ ତଥା ଆନନ୍ଦମୟ ଜୀବନ ଯାପନ ପାଇଁ, ଏକ ସଫଳ ଦାମ୍ପତ୍ୟ ଜୀବନ ନିହାତି ଲୋଡା ଏବଂ ସେଥିରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଆପୋଷ ବୁଝାମଣା, ଖୁସିର ଆବଣ୍ଟନ ଓ ଅନ୍ତରଙ୍ଗତା ରହିବା ଉଚିତ । ତେଣୁ, କୌଣସି ବାହାଘର କେବଳ ନିଜର ଭୋଗବିଳାସ ପାଇଁ କରା ଯାଏନି, ବରଂ ଏହା ଏକ ସାମାଜିକ ତତସହିତ ଏକ ଆଧ୍ୟାତ୍ମିକ ଦାୟିତ୍ୱ ବହନ କରିବାର ମାଧ୍ୟମ ଅଟେ । ସାଧାରଣ ସ୍ୱାମୀ-ସ୍ତ୍ରୀ ଯୋଡିକୁ "ଜୀବନସାଥି"ରେ ପରିଣତ କରାଇବାରେ ଏକ ସୁସଙ୍ଗଠିତ ଦାମ୍ପତ୍ୟ ଜୀବନ ସହାୟ ହୋଇଥାଏ । []

ମୂଖ୍ୟ ନିତୀନିୟମ ଓ ପରମ୍ପରା

ସମ୍ପାଦନା

ବାହାଘର ପୂର୍ବ ରୀତିନୀତି

ସମ୍ପାଦନା
ବାହାଘର ବେଳେ ବାଜୁଥିବା ପାରମ୍ପାରିକ ବାଦ୍ୟଯନ୍ତ୍ର ଯଥା କାହାଳୀ/ମହୁରୀମାଦଳ
 
ଓଡ଼ିଆ ବୋହୁ ଖଇ ପୋଡ଼ା
 
ଅଳତା ପିନ୍ଧା

ଗୁଆ ମଙ୍ଗୁଳା

ସମ୍ପାଦନା

ବାହା-ପୁଆଣିରେ ଗୁଆ ଦେଇ ଆମନ୍ତ୍ରଣ କରି ବନ୍ଧୁଙ୍କୁ ଡାକିବା ଓଡ଼ିଆ ଘରର ଏକ ନିଆରା ଚଳଣି । ଗୁଆ ମଙ୍ଗୁଳା ସରିଲେ ପହିଲେ ଗାଁ ଠାକୁରାଣୀ ପାଖକୁ ଯାଏ ଗାଏ (ପାଞ୍ଚଗୋଟି) ଗୁଆ, ତା'ପରେ ଯାଏ ମଉଳା (ମାମୁ) ଘରକୁ । ମାମୁଙ୍କର ଗାଏ, ମାଇଙ୍କର ଗାଏ ଓ ବନ୍ଧୁଭାବେ ଗାଏ ଏମିତି ମିଶି ପନ୍ଦରଗୋଟି ଗୁଆପଡ଼େ ।ଏସବୁ ପରେ ବାକି ବନ୍ଧୁଘରେ ଗୁଆ ପଡ଼େ ।

ଆହୁରି ଦେଖନ୍ତୁ

ସମ୍ପାଦନା