ଫୁଲକରି
ଫୁଲକରି
ଫୁଲକରି (ପଞ୍ଜାବୀ: ਫੁਲਕਾਰੀ) ଛୁଞ୍ଚିକାର୍ଯ୍ୟ ସମ୍ବନ୍ଧିତ ଏକ ପ୍ରଯୁକ୍ତିବିଦ୍ୟା, ଯାହା ପଞ୍ଜାବ ଅଞ୍ଚଳରୁ (ଭାରତ ଓ ପାକିସ୍ତାନ ମଧ୍ୟରେ ଭାଗ ହୋଇଯାଇଛି) ଆସିଅଛି, ତା'ର ସାହିତ୍ୟିକ ଅର୍ଥ ହେଉଛି ଫୁଲ କାର୍ଯ୍ୟ । ଏକ ସମୟରେ ଏହା ଛୁଞ୍ଚିକାର୍ଯ୍ୟ ପାଇଁ ଏକ ଶବ୍ଦ ହିସାବରେ ବ୍ୟବହୃତ ହେଉଥିଲା । ମାତ୍ର ବର୍ତ୍ତମାନ ଏହି ଫୁଲକରି ଶବ୍ଦ ଚଦର ଓ ମୁଣ୍ଡ scarfsର ଛୁଞ୍ଚିକାର୍ଯ୍ୟ ମଧ୍ୟରେ ସୀମିତ ରହିଛି । ସାଧାରଣ ଓ sparsely ଛୁଞ୍ଚିକାର୍ଯ୍ୟ ହୋଇଥିବା ଓଢ଼ଣୀ (ମୁଣ୍ଡ scarfs), ଓନି ଓ ଚଦର ସମସ୍ତଙ୍କ ବ୍ୟବହାର ପାଇଁ ତିଆରି କରାଯାଏ, ଯାହାକୁ ଫୁଲକରିଜ୍ କୁହାଯାଏ । ମାତ୍ର ପର୍ବପର୍ବାଣି ତଥା ଉତ୍ସବ ଯଥା ବିବାହ ଓ ଏକ ପୁଅର ଜନ୍ମଦିନ ଉପଲକ୍ଷେ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଉଥିବା, ଛୁଞ୍ଚିକାର୍ଯ୍ୟର ଏହି ବୁଣାପୋଷାକକୁ ବାଗସ୍ (ବଗିଚା) କୁହାଯାଏ ଓ fabric ଉପରେ ବିଚ୍ଛୁରିତ କାର୍ଯ୍ୟକୁ ଆଧା ବାଗସ୍ (ଅଧା ବଗିଚା) କୁହାଯାଏ । ଏହି ସମସ୍ତ କାର୍ଯ୍ୟ କାର୍ପାସ ଖଦଡ ଉପରେ ଧଳା କିମ୍ବା ହଳଦିଆ ରେଶମୀ ସୂତାଦ୍ୱାରା କରାଯାଏ । ଏହି କାର୍ଯ୍ୟ ବୁଣାଲୁଗା ଉପରେ କେନ୍ଦ୍ରରୁ ଆରମ୍ଭ ହୋଇ ଚାରିଆଡ଼କୁ ଖେଳାଇହୁଏ, ଯାହାକୁ ଚଷମେ-ଏ-ବୁଲବୁଲ କୁହାଯାଏ ।
ଶବ୍ଦ ପ୍ରକରଣ
ସମ୍ପାଦନାଫୁଲ ଶବ୍ଦର ଅର୍ଥ ଫୁଲ ଓ କରି ଶବ୍ଦର ଅର୍ଥ ହସ୍ତତନ୍ତ । ଏହିପରି ଭାବେ ଏହାର ସାହିତ୍ୟିକ ଅର୍ଥ ହେଉଛି ଫୁଲକାର୍ଯ୍ୟ ବା ଫୁଲ ହସ୍ତତନ୍ତ ।
ସାଧାରଣ ସମୀକ୍ଷା
ସମ୍ପାଦନାପଞ୍ଜାବ ଏହାର ଫୁଲକରି ପାଇଁ ପ୍ରସିଦ୍ଧ । ଏହାର ସୂତାକାର୍ଯ୍ୟ କାର୍ପାସ ଉପରେ ଖଦଡା ରେଶମୀ ସୂତାରେ ହାତଦ୍ୱାରା ବୁଣା ଯାଇଥାଏ । ସାଧାରଣତଃ ଫୁଲକରି ଉପରେ ଜ୍ୟାମିତିକ ନକ୍ସାର ସୂତା କାର୍ଯ୍ୟ କରାଯାଇଥାଏ । ସମଗ୍ର ପଞ୍ଜାବରେ ବିବାହ ପର୍ବ ଓ ଅନ୍ୟାନ୍ୟ ଆନନ୍ଦ ମୂହୁର୍ତ୍ତରେ ମହିଳମାନେ ଫୁଲକରି ଓ ବାଗ୍ ପିନ୍ଧନ୍ତି । ସେଗୁଡ଼ିକ ମହିଳାମାନଙ୍କଦ୍ୱାରା ନିଜର ତ୍ଥା ନିଜ ପରିବାରର ସଦସ୍ୟଙ୍କ ବ୍ୟବହାର ପାଇଁ ତିଆରି କରାଯାଇଥାଏ, ବଜାରରେ ବିକ୍ରି ପାଇଁ ନୁହେଁ । ଏହିପରି ଏହା ଏକ ସମ୍ପୂର୍ଣ୍ଣ ଘରୋଇ କଳା, ଯାହା କେବଳ ସେମାନଙ୍କ ତିଆରି କରିବା କଳାକୁ ବିକଶିତ କରି ନ ଥାଏ, ବରଂ ଦୈନ୍ୟନ୍ଦିନ ଜୀବଙ୍କୁ ମଧ୍ୟ ରଙ୍ଗୀନ କରିଥାଏ । ଏହା ଏକ ପ୍ରକାରର ଲୋକ କଳା ।ବିବାହ ସମୟରେ ଫୁଲକରି ଓ ବାଗ୍କୁ କନ୍ୟାକୁ ଦେବା ପ୍ରଥା ରହି ଆସିଛି । ବାଗ୍ ପାଇଁ ଅତି ଉତ୍ତମ ମାନର ସୂତା କାର୍ଯ୍ୟ ହଜାରା,[୧] ପେଶୱାର,[୧] ସିଆଲକୋଟ,[୧] ଝେଲମ,[୧] ରାୱଲପିଣ୍ଡି,[୧] ମୁଲତାନ,[୧] ଅମୃତସର,[୧] ଜଳନ୍ଧର,[୧] ଅମ୍ବାଲା,[୧] Ludhiana,[୧] ନଭା,[୧] ଜିନ୍ଦ,[୧] ଫରିଦକୋଟ,[୧] କାପୁରଥାଲା[୧] ଓ ପଞ୍ଜାବ ପ୍ରଦେଶର ଛକୱାଲାରେ ହୁଏ ବୋଲି ଜଣାଯାଏ । ବାଗ୍ ଓ ଫୁଲକରିର ସୂତାକାର୍ଯ୍ୟ ଗୁଜରାଟର ପ୍ସିଦ୍ଧ ସୂତାକାର୍ଯ୍ୟ 'ହେର ଭାରତ'କୁ ଏହାର ଜ୍ୟାମିତିକ ନକ୍ସାରେ ଅନୁପ୍ରାଣିତ କରିଛି[୨]
କେତେକଙ୍କ ମତରେ ଏହା ମଧ୍ୟ ଏସିଆରୁ ଜାଠ ଜାତି ସହ ଆସିଅଛି, ଯେଉଁମାନେ ଭାରତକୁ ପ୍ରବାସୀ ଭାବେ ଆସି ପଞ୍ଜାବ, ହରିଆଣା ଓ ଗୁଜରାଟରେ ସ୍ଥାୟୀ ଭାବେ ରହି ଯାଇଥିଲେ । ଏହା ବେଦ, ମହାଭାରତ, ଗୁରୁ ଗ୍ରନ୍ଥ ସାହିବ ଓ ପଞ୍ଜାବ ଲୋକ ଗୀତରେ ଦେଖିବାକୁ ମିଳେ ଯେ ପଞ୍ଚଦଶ ଶତାବ୍ଦୀରୁ ଫୁଲକରିର ଲୋକପ୍ରିୟତା ରହୁଛି ।[୩]
ଫୁଲକରି ସୂତାକାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ଯ ହେଉଛି, କାର୍ପାସର ଅପର ପାର୍ଶ୍ୱରେ ରେଶମି ସୁତାରେ ଚିରି ଯାଇଥିବା ଅଂଶର ସିଲାଇ କରିବା । ପଞ୍ଜାବୀ ମହିଳାମାନେ ସେମାନଙ୍କର ଦକ୍ଷତାଦ୍ୱାରା ଚିରି ଯାଇଥିବା ଅଂଶରେ ମଧ୍ୟ ସୁନ୍ଦର ଭାବେ କାରୁକାର୍ଯ୍ୟ କରିବା । ଏହାର ମୁଖ୍ୟ ଖଦର ଲୁଗା ଯାହା ପଶ୍ଚିମ ପଞ୍ଜାବରେ ବ୍ୟଭୃତ ହୁଏ ମଧ୍ୟ ପଞ୍ଜାବ ଅପେକ୍ଷା ଅଧିକ ସୂକ୍ଷ୍ମ । କଳା/ନୀଳ ପଶ୍ଚିମ ପଞ୍ଜାବରେ ପସନ୍ଦ କରାଯାଏନାହିଁ, ମାତ୍ର ଧଳା ପୂର୍ବ ପଞ୍ଜାବରେ ବ୍ୟବହାର କରାଯାଏ ନାହିଁ । ପଶ୍ଚିମ ପଞ୍ଜାବରେ ୨ ବା ୩ ଖଣ୍ଡ କନାକୁ ଏକାଠି କରି ଯୋଡ଼ି ଦିଆଯାଏ । ପୂର୍ବ ପଞ୍ଜାବରେ ପ୍ରଥମେ କନାକୁ ଜୋଡ଼ାଯାଏ ଓ ପରେ ସେଥିରେ ସୂତା କାର୍ଯ୍ୟ କରାଜାଏ ।
ଫୁଲକରି କନାରେ ହେଉଥିବା କାମ, ମାତ୍ର ବାଗରେ ଏହି କାମ ସମ୍ପୂର୍ଣ୍ଣ ଭାବେ କନାକୁ ଘୋଡ଼ାଇଥାଏ, ଯେପରି ଏହା ଦେଖାଯିବ ନାହିଁ ।[୪] ପଲ୍ଲବର ଶେଷ ପାର୍ଶ୍ୱରେ ଫୁଲକରି କାର୍ଯ୍ୟ ହୋଇଥାଏ ।
ସବୁଠୁ ଅଧିକ ପସନ୍ଦର ରଙ୍ଗ ହେଉଛି ନାଲି, କାରଣ ବାଗ୍ ଓ ଫୁଲକରି ବିବାହରେ ବ୍ୟବହୃତ ହୁଏ । ହିନ୍ଦୁ ଓ ଶିଖମାନଙ୍କଦ୍ୱାରା ନାଲିକୁ ଶୁଭ ଭାବେ ଗ୍ରହଣ କରାଯାଇଥାଏ । ଅନ୍ୟ ରଙ୍ଗଗୁଡ଼ିକ ହେଲା ମାଟିଆ, ନୀଳ, କଳା, ଧଳା । ଅଧିକ ବୟସର ମହିଳମାନଙ୍କ ପାଇଁ ବାଗ୍ରେ ଧଳା ରଙ୍ଗ ଥାଏ । ରେଶମୀ ସୂତା କାଶ୍ମୀର, ଆଫଗାନିସ୍ଥାନ ଓ ବେଙ୍ଗଲରୁ ଆସିଥାଏ ।ସବୁଠାରୁ ଭଲ ରେଶମୀ ସୂତା ଚୀନରୁ ଆସିଥାଏ ।.
ଧର୍ମ ସମ୍ବନ୍ଧୀୟ କୌଣସି ପରଦାରେ ସୂତାକାର୍ଯ୍ୟ କରାଯାଇ ନ ଥାଏ । ଫୁଲକରି ଗାଁ ଜୀବଙ୍କୁ ଘେରି ରହିଥାଏ । ପଞ୍ଜାବୀ ମହିଳାମାନଙ୍କ ସୃଜନଶୀଳତା ବହୁ ପ୍ରକାରର ଚିତ୍ର କରିବାରେ ସାହାଜ୍ୟ କରିଥାଏ । ତଥାପି ଦୈନ୍ୟନ୍ଦିନ ଜୀବନରେ ମୋତିଫ ଚିତ୍ର ଥାଏ । ଗହମ ଓ ଯଅର କାନ ସହିତ ଚିତ୍ର ସାଧାରଣତଃ ଥାଏ ।
ପ୍ରକାର
ସମ୍ପାଦନାଚୋପ ଓ ସୁବାର
ସମ୍ପାଦନାକନ୍ୟାଦ୍ୱାରା ଦୁଇଟି ପ୍ରକାରର ଚୋପ ଓ ସୁଭାର ପିନ୍ଧାଯାଏ । କନାର ଦୁଇ ପାର୍ଶ୍ୱରେ ସୂତାକାର୍ଯ୍ୟ କରାଗଲେ ତାହାକୁ ଚୋପ କୁହାଯାଏ । ସୂକ୍ଷ୍ମ ସୂତାକାର୍ଯ୍ୟରେ କେବଳ ଧଡି ଓ ଚାରୋଟିଯାକ ଧାରରେ କରାଯାଏ ।[୫] ସୁଭାରରେ କେନ୍ଦ୍ରରେ ଗୋଟିଏ ଓ ଚାରୋଟି କୋଣରେ ଚାରୋଟି କାର୍ଯ୍ୟ କରାଯାଇଥାଏ ।[୬]
ଟିଲ ପତ୍ର
ସମ୍ପାଦନାଟିଲ ପତ୍ରରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଥାଏ, ଯେପରି ଏଥିରୁ ରାଶି ମଞ୍ଜି ବୁଣି ହୋଇଯୌଛି ।[୫] The term til patra means 'the sprinkling of seeds'.[୭]
ଟିଲକ
ସମ୍ପାଦନାନିଲକ ଫୁଲକରି କଳା ଓ ନାଲି ପ୍ରଚ୍ଚଦପଟରେ ହଳଦିଆ କିମ୍ବା ଫିକା ନାଲି ରଙ୍ଗର ସୂତାକାର୍ଯ୍ୟରେ ହୋଇଥାଏ । ଫୁଲକରିର ରଙ୍ଗରେ ଧାତୁ ମିଶିଥାଏ ।[୫]
ଘୁଙ୍ଘଟ ବାଗ
ସମ୍ପାଦନାରାୱଲପିଣ୍ଡିରୁ ସୃଷ୍ଟି ଘୁଙ୍ଘଟ ବାଗରେ ମଝି ଓ ଧାରରେ ଓଜନିଆ ସୂତା କାମ ହୋଇଥାଏ, ଯାହାକୁ ମୁଣ୍ଡରେ ପିନ୍ଧାଯାଏ । ସୂତାକାର୍ଯ୍ୟ ହୋଇଥିବା ମଝି ଅଂଶକୁ ଓଢ଼ଣା ଭଳି ମୁହଁରେ ଘୋଡ଼ାଯାଏ ।[୫]
ଛମାସ
ସମ୍ପାଦନାଏହି ଫୁଲକରି ରୋହତକ, ଗୁରଗାଓଁ, ହିସାର ଓ ଦିଲ୍ଲୀରୁ ଅଣାଯାଇଛି । ଏଥିରେ ଛୋଟ ଛୋଟ ଦର୍ପଣକୁ ହଳଦିଆ, ଧଳା ବା ନୀଳ ରଙ୍ଗର ସୂତାରେ ଲଗା ଯାଇଥାଏ ।[୫]
ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ପଞ୍ଝାବର ଫୁଲକରି
ସମ୍ପାଦନାଏହି ଫୁଲକରିରେ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ପଞ୍ଜାବ ଅଞ୍ଚଳରେ ପଶୁପକ୍ଷୀଙ୍କ ଚିତ୍ର କରାଯାଇଥାଏ । ଏଥିରେ ଚୋପ ଭଳି କନାର ଦୁଇ ପଟରେ ସୂତା କାର୍ଯ୍ୟ କରାଯାଇଥାଏ ।[୫] South and southwestern Punjab region includes the south Punjab, India, south and south west of Punjab, Pakistan.
ସେଞ୍ଚି ଫୁଲକରି
ସମ୍ପାଦନାଏହି ଫୁଲକରୋ ଫିରୋଜପୁରରେ ଖୁବ ଲୋକପ୍ରିୟ । ଏଥିରେ ପକ୍ଷୀ, ଅଳଙ୍କାର ଯେପରି କାନଫୁଲ, ମୁଦି, ହାର ପ୍ରଭୃତିର ଚିତ୍ର କରାଯାଇଥାଏ ।[୫]
ପୁନଃଉତ୍ଥାନ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା
ସମ୍ପାଦନାପାରମ୍ପରିକ ଭାବେ ଫୁଲକରି ପୋଷାକ ଏକ ନବବିବାହିତା ଝିଅର ବିବାହ ପୋଷାକ ଭାବେ ଦିଆଯାଏ । ଏହା ତାର ଭାବନାକୁ ପ୍ରହାଶ କରେ ଓ ଫୁଲକରି ପୋଷାକର ସଂଖ୍ୟା ତାର ପରିବାରର ମର୍ଯ୍ୟାଦା ଦେଖାଏ ।[୮] ବର୍ଷ ବର୍ଷ ଧରି ସରକାର ଫୁଲକରିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି, ଯେପରି କି ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ, ମେଳା ଓ ପଦର୍ଶନୀ ।[୪] ଯେହେତୁ ଅଧିକାଂଶ ମହିଳା କାରିଗର ଅଣସଂଗଠିତ ଅନୁଷ୍ଠାନରେ ଦଲାଲମାନଙ୍କଦ୍ୱାରା କାର୍ଯ୍ୟ କରୁଛନ୍ତି, ତେଣୁ ସେମାନେ ନିଜ ଜିନିଷର ସଠିକ ମୂଲ୍ୟ ପାଇପାରନ୍ତି ନାହିଁ । ଏହି ଅସୁବିଧା ଦୂର କରିବା ପାଇଁ ପଞ୍ଜାବ କ୍ଷୁଦ୍ର ଶିଳ୍ପ ରପ୍ତାନୀ ଆୟୋଗ (Punjab Small Industries and Export Corporation , PSIEC) ସିଧାସଳଖ ଉତ୍ପାଦ ବିକ୍ରି କରି ଅଧିକ ଲାଭ ପାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନ ତିଆରି କରିଛନ୍ତି ।.[୯]
ଇନ୍ଦିରା ଗାନ୍ଧୀ ଜାତୀୟ କଳା ଅନୁଷ୍ଠାନ (Indira Gandhi National Centre for the Arts (IGNCA) ୧୯୯୪ରେ ଏହାର ଅଭିଲେଖା ପାଇଁ କେତେକ ବଛା ବଛା ଫୁଲକରି ଅଧିଗ୍ରହଣ କରିଥିଲା ।[୧୦] କେତେକ ଆଧୁନିକ ପୋଷାକ ନକ୍ସାକାର ଏହି ସୁତାକାର୍ଯ୍ୟକୁ ସେମାନଙ୍କର ପୋଷାରେ ବ୍ୟବହାର କରୁଛନ୍ତି ଓ ଏହାର ପ୍ରଚଳନ ସାଲୱାର କମିଜ ଓ ଦୁପଟ୍ଟା ବାହାରେ ଜ୍ୟାକେଟ, ମୁଣା, ତକିଆ ଖୋଳ, ମେଜର ଚଟ, ଜୋତା ଓ ପିଲାଙ୍କ ପୋଷାକ ପ୍ରଭୃତିରେ ବ୍ୟବହାର ହେଲାଣି ।[୪][୧୧]
୨୦୧୧ରେ, ଦୀର୍ଘ ପାଞ୍ଚ ବର୍ଷର ମକୋଦ୍ଦମା ପରେ ଭାରତରେ ଫୁଲକରିକୁ ଭୌଗୋଳିକ ସଙ୍କେତ (geographical indication , GI) ସମ୍ମାନ ଦିଆଯାଇଥିଲା , ଯାହାର ଅର୍ଥ କେବଳ ପଞ୍ଜାବ ହରିୟାଣା ଓ ରାଜସ୍ଥାନର ସ୍ୱୀକୃତିପ୍ରାପ୍ତ ନିର୍ମାଣକାରୀ ଓ ବ୍ୟବସାୟକାରୀମାନେ ହିଁ ପାରମ୍ପରିକ ହସ୍ତତନ୍ତରେ ଏହାକୁ ବ୍ୟବହାର କରିପାରିବେ ଓ ମାତ୍ର ପେଟେଣ୍ଟ ସୂଚନା କାର୍ଯ୍ୟାଳୟ (patent information centre , PIC) ଓ ପଞ୍ଜାନ ରାଜ୍ୟ ବିଜ୍ଞାନ କାଉନସିଲ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଲୋଗୋ ଦେବା ପରେ ।[୧୨]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Sukaadas (1992) Fabric Art: Heritage of India
- ↑ Naik, Shailaja D. (1996) Traditional Embroideries of India
- ↑ "Phulkari embroidery". Archived from the original on 2007-06-04. Retrieved 2016-07-17.
- ↑ ୪.୦ ୪.୧ ୪.୨ "SPIRIT OF ENTERPRISE: Crafting an artistic future". The Tribune. December 1, 2002. Retrieved Apr 23, 2013.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Mohinder Singh Randhawa. (1960) Punjab: Itihas, Kala, Sahit, te Sabiachar aad.Bhasha Vibhag, Punjab, Patiala.
- ↑ Naik, Shailaja D. (1996) Traditional Embroideries of India
- ↑ Rajinder Kaur, Ila Gupta. American International Journal of Research in Humanities, Arts and Social Sciences. Phulkari and Bagh folk art of Punjab: a study of changing designs from traditional to contemporary time [୧] Archived 2016-10-20 at the Wayback Machine.
- ↑ "Everyone's talking about: Phulkari". Vogue India. 15 Apr 2013. Retrieved April 23, 2013.
- ↑ "Phulkari workers get peanuts". The Hindu. Aug 3, 2008. Archived from the original on March 21, 2009. Retrieved April 23, 2013.
- ↑ "Phulkari, Then and Now". Indian Express. Apr 19, 2013. Retrieved Apr 23, 2013.
- ↑ Poonam Bajaj (25 Mar 2013). "Blooming tales of Phulkari". Deccan Chronicle. Archived from the original on 28 March 2013. Retrieved April 23, 2013.
- ↑ "GI status for Phulkari". The Times of India. an 19, 2011. Archived from the original on 2013-06-29. Retrieved April 23, 2013.
{{cite news}}
: Check date values in:|date=
(help)