ଫିଲିପିନ୍ କାକତୁଆ (ଇଂରାଜୀ ଭାଷାରେ red-vented cockatoo, ଜୀବବିଜ୍ଞାନ ନାମ Cacatua haematuropygia) ଫିଲିପାଇନ୍ସ ଦେଶରେ ଦେଖାଯାଉଥିବା ଏକ ଅତି ସଙ୍କଟାପନ୍ନ ପକ୍ଷୀ ପ୍ରଜାତି । ଏହି ପକ୍ଷୀର ଅନ୍ୟ ସ୍ଥାନୀୟ ନାମ ସବୁ ହେଲା କାଟାଲା, ଆବୁକେ, ଆଗେକାଲାଙ୍ଗେ । ଆକାରରେ ଏହି ପକ୍ଷୀ ଗୋଫିନ୍ କାକତୁଆ ପରି କିନ୍ତୁ ଫିଲିପିନ୍ କାକତୁଆର ଲାଞ୍ଜରେ ଲାଲ୍ ରଙ୍ଗର ପର ଥାଏ ।

ଫିଲିପିନ୍ କାକତୁଆ
ଫିଲିପାଇନ୍ସର ପଲାୱାନର ଏକ ଫିଲିପିନ୍ କାକତୁଆ ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Psittaciformes
Family: Cacatuidae
Genus: Cacatua
Subgenus: Licmetis
ଜାତି: C. haematuropygia
ବାଇନୋମିଆଲ ନାମ
Cacatua haematuropygia
ଫିଲିପ୍ ଲୁଡ୍‍ୱିଗ୍ ଷ୍ଟାଟିୟସ୍ ମ୍ୟୁଲର୍ (୧୭୭୬)
Cacatua haematuropygia

ବିବରଣୀ ସମ୍ପାଦନା

 
ପଞ୍ଜୁରୀରେ ଥିବା ଫିଲିପିନ୍ କାକତୁଆ ଯୁଗଳ

ଏହି ପକ୍ଷୀର ସମ୍ପୂର୍ଣ୍ଣ ଦେହ ଧଳା ରଙ୍ଗର । କେବଳ ଲାଞ୍ଜର ନିମ୍ନାଂଶରେ ଲାଲ୍ ରଙ୍ଗର ପର ରହିଥାଏ ଓ ଲାଞ୍ଜର ଅଗ୍ର ଧଳା ରଙ୍ଗର ହୋଇଥାଏ । ଲାଞ୍ଜର ତଳ ପଟେ ଓ ଡେଣାର ତଳ ପଟେ ହଳଦିଆ ରଙ୍ଗର ପର ରହିଥାଏ । ଏହି କାକତୁଆର ଶରୀରର ଦୈର୍ଘ୍ୟ ପ୍ରାୟ ୧୨ ଇଞ୍ଚ (୩୦ ସେଣ୍ଟିମିଟର) ଓ ଏହାର ପ୍ରସାରିତ ଡେଣାର ଦୈର୍ଘ୍ୟ ପ୍ରାୟ ୮.୬ ଇଞ୍ଚ (୨୨ ସେଣ୍ଟିମିଟର) ।

ଫିଲିପିନ୍ କାକତୁଆର ଏକ ନିର୍ଦ୍ଦିଷ୍ଟ ପ୍ରକାରର ମିମେଇବା କାକଳି ରାବ ରହିଛି । ଏହାଛଡ଼ା ଏହି ପକ୍ଷୀ ଏକ ଖିଙ୍କାରିବା ଓ ହ୍ୱିସିଲ୍ ମାରିବା ପରି ଶବ୍ଦ ମଧ୍ୟ ସୃଷ୍ଟି କରେ । ସାଧାରଣତଃ ଅନ୍ୟ କାକତୁଆମାନଙ୍କ ତୁଳନାରେ ଫିଲିପିନ୍ କାକତୁଆ ଶାନ୍ତ ବା କମ୍ ରାବ ପକାଏ । ଛତା କାକତୁଆ ଓ ମୋଲୁକାନ କାକତୁଆ ଏହାଠାରୁ ବହୁ ଅଧିକ ରାବିଥାନ୍ତି ।

ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତି ସମ୍ପାଦନା

ପୂର୍ବେ ଫିଲିପିନ୍ କାକତୁଆ ଉତ୍ତର ଓ କେନ୍ଦ୍ରୀୟ ଲୁଜନ୍ ଦ୍ୱୀପକୁ ଛାଡ଼ିଦେଲେ ଫିଲିପାଇନ୍ସର ପ୍ରାୟ ସମସ୍ତ ଛୋଟ ବଡ଼ ଦ୍ୱୀପରେ ବ୍ୟାପ୍ତ ଥିଲେ ।[୨] ୧୯୯୦ ଦଶନ୍ଧିର ଆରମ୍ଭ ବେଳକୁ ବଣୁଆ ଫିଲିପିନ୍ କାକତୁଆଙ୍କ ସର୍ବମୋଟ ସଂଖ୍ୟା ୧୦୦୦ରୁ ୪୦୦୦ ବୋଲି ଅନୁମାନ କରାଯାଇଥିଲା । ୨୦୦୮ ମସିହା ବେଳକୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୦୦୦ରୁ କମ୍ ହୋଇଯାଇଥିଲା ।[୩] ଅବଶିଷ୍ଟ ଫିଲିପିନ୍ କାକତୁଆ ବର୍ତ୍ତମାନ ପାଲାୱାନ୍, ତାୱିତାୱି, ମିଣ୍ଡାନାଓ ଓ ମାସବେଟ ପ୍ରଭୃତି ଦ୍ୱୀପରେ ଦେଖିବାକୁ ମିଳନ୍ତି । ୧୯୯୮ ମସିହାରୁ କାଟାଲା ଫାଉଣ୍ଡେସନ୍ ଫିଲିପିନ୍ କାକତୁଆଙ୍କ ପାଇଁ ସଂରକ୍ଷଣ ପ୍ରକଳ୍ପ ଚଳାଇ ଆସିଛି । ପାଲାୱାନରେ ଏହି ପକ୍ଷୀ ବହୁତ ସଂଖ୍ୟାରେ ଦେଖାଯାନ୍ତି ଯେଉଁଠାରେ କାଟାଲା ଫାଉଣ୍ଡେସନ୍ ଏହି ପ୍ରକଳ୍ପ ପରିଚାଳନା କରୁଛି ।[୨] ପାଲାୱାନର ନାରା ଓ ପ୍ୱେର୍ଟୋ ପ୍ରିନ୍ସେସା ନଗରପାଳିକା ଅଞ୍ଚଳରେ ଏବଂ ବିଶେଷ କରି ରାସା ଦ୍ୱୀପରେ ଜଙ୍ଗଲରେ ପ୍ରାୟ ୧୮୦ଟି ଫିଲିପିନ୍ କାକତୁଆ ପକ୍ଷୀ ରହିଛନ୍ତି ।[୪] ପାଲାୱାନ ଉପକୂଳରେ ଏକ କୋଇଲା ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନିର୍ମାଣ କରାଯିବାର ପ୍ରସ୍ତାବ ଏହି ପକ୍ଷୀଙ୍କ ସଂରକ୍ଷଣ ପ୍ରତି ବିପଦ ସୃଷ୍ଟି କରିଥିଲା ।[୫]

ମାନିଲା ନଗରର ଆଣ୍ଟୋନିଓ ଡି ଡ୍ୟୋସ୍‍ଙ୍କ ବର୍ଡ୍ସ ଇଣ୍ଟର୍‍ନ୍ୟାସନାଲରେ ଅନେକ ଫିଲିପିନ୍ କାକତୁଆଙ୍କୁ ପଞ୍ଜୁରୀ ମଧ୍ୟରେ ସଂରକ୍ଷଣ ପାଇଁ ରଖାଯାଇଛି ।[୬]

ଏହି ପକ୍ଷୀର ସ୍ଥିତି ଅତି ସଙ୍କଟାପନ୍ନ (critically endangered) । ଅବୈଧ ପକ୍ଷୀଧରା ଓ ପକ୍ଷୀ ବ୍ୟବସାୟ ଯୋଗୁଁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି । ୧୯୯୭ରେ ମାନିଲାରେ ଏହି ପକ୍ଷୀର କ୍ରୟ ମୂଲ୍ୟ ଅତି ଉଚ୍ଚ ଥିଲା (ପକ୍ଷୀ ପିଛା ପ୍ରାୟ ୧୬୦ ଆମେରିକୀୟ ଡଲାର୍) । ଉଚ୍ଚ ମୂଲ୍ୟ ଯୋଗୁଁ ପକ୍ଷୀ ଓ ଶାବକମାନଙ୍କୁ ଧରି ନିଆଯାଏ ଓ ବ୍ୟବସାୟ କରାଯାଏ । ପରିବାସ କ୍ଷୟ ଓ ଶସ୍ୟ ନଷ୍ଟକାରୀ ପ୍ରଜାତି ବୋଲି ଶିକାର କରିବା ଏହି ପକ୍ଷୀଙ୍କ ସଂଖ୍ୟା ହ୍ରାସର ଅନ୍ୟ ମୁଖ୍ୟ କାରଣ ।[୨]

କାକତୁଆ ପ୍ରଜାତି ପ୍ରତି ରହିଥିବା ବିପଦ ସମ୍ପାଦନା

ଫିଲିପିନ୍ କାକତୁଆ ଏକ ସାମାଜିକ ପକ୍ଷୀ ପ୍ରଜାତି । ଏମାନେ ଦଳରେ ଏକତ୍ରିତ ଭାବେ ବିଚରଣ କରନ୍ତି, ଖାଦ୍ୟ ଖୋଜନ୍ତି ଓ କାକଳି ରାବ କରନ୍ତି । କିନ୍ତୁ ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ମିଳନ ଋତୁରେ ଏମାନେ ଯୋଡ଼ା ଯୋଡ଼ା ହୋଇ ଏବଂ ଦଳରୁ ପୃଥକ ଭାବେ ରହନ୍ତି ।

ଏମାନେ ବିଭିନ୍ନ ପ୍ରକାରର ମଞ୍ଜି, ଫଳ, ଫୁଲ, କଢ଼ ଓ ଫୁଲର ମହୁ ଆହରଣ କରନ୍ତି । ଆବଶ୍ୟକତା ହେଲେ ଏମାନେ ମୁଖ୍ୟତଃ ଆଂଶିକ ପାଚିଥିବା ଧାନ, ମକା ପ୍ରଭୃତି ବିଭିନ୍ନ ଶସ୍ୟ ମଧ୍ୟ ଖାଆନ୍ତି । ଏହି କାରଣରୁ ଲୋକେ ଏମାନଙ୍କୁ ଶସ୍ୟ ନଷ୍ଟକାରୀ ପକ୍ଷୀ ଶ୍ରେଣୀରେ ପରିଗଣନା କରିଥାନ୍ତି ।[୩]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. BirdLife International (2017). "Cacatua haematuropygia". Retrieved 30 April 2018. {{cite journal}}: Cite journal requires |journal= (help); Invalid |ref=harv (help)
  2. ୨.୦ ୨.୧ ୨.୨ Peter and Indira Lacerna Widmann. "The cockatoo and the community: ten years of Philippine Cockatoo Conservation Programme." BirdingAsia 10 (2008): 23–29.
  3. ୩.୦ ୩.୧ "Katala Foundation Inc. – Philippine cockatoo". philippinecockatoo.org.
  4. BirdLife International (2004). "Cacatua haematuropygia". Retrieved 11 May 2006. {{cite journal}}: Cite journal requires |journal= (help); Invalid |ref=harv (help) Database entry includes a range map, a brief justification of why this species is critically endangered, and the criteria used.
  5. "Philippines: power plant threatens rare cockatoos". rainforest-rescue.org.
  6. Boussekey, Marc (1995). "Conservation of the Red-Vented Cockatoo". PsittaScene Magazine 7.4 (no. 25): p. 7

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା