ଲିଟିଲ୍ ଆଉଲ୍ ବା ଛୋଟ ପେଚା (ଏଥେନ୍ ନୋକ୍ଟୁଆ), ୟୁରୋପ, ଏସିଆରେ କୋରିଆର ପୂର୍ବ ଓ ଉତ୍ତର ଆଫ୍ରିକାର ନାତିଷିତୋଷ୍ଣ ଓ ଉତ୍ତପ୍ତ ଅଞ୍ଚଳରେ ଦେଖାଯାଏ । ଏହା ବ୍ରିଟେନ୍‌ରେ ଊନବିଂଶ ଶତାବ୍ଦୀର ଶେଷରେ ଓ ନ୍ୟୁ ଜିଲ୍ୟାଣ୍ଡ୍‌ର ସାଉଥ୍ ଆଇଲ୍ୟାଣ୍ଡ୍‌ରେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦେଖାଯାଇଥିଲା ।

ଲିଟିଲ୍ ଆଉଲ୍
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
ବର୍ଗ: ଷ୍ଟ୍ରିଜିଫୋର୍ମ୍ସ
Family: Strigidae
Genus: Athene
ଜାତି: A. noctua
ବାଇନୋମିଆଲ ନାମ
Athene noctua
(Scopoli, 1769)
Range of the little owl
Synonyms

Carine noctua

Athene noctua vidalii

ଏହି ପେଚା ସ୍ୱତନ୍ତ୍ର ବା ସତ ପେଚା ପରିବାର, ସ୍ତ୍ରୀଗିଡାଏର ସଦସ୍ୟ, ଯେଉଁଥିରେ ପେଚାର ବ‌ହୁତ ପ୍ରଜାତି ଆସିଥାନ୍ତି । ଏହି ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବାର୍ଣ୍ଣ ଆଉଲ୍, ଟାଇଟୋନିଡ଼ାଏ ଅନ୍ୟତମ । ଏହା ଏକ ଛୋଟ, ରହସ୍ୟମୟ ରଙ୍ଗର, ମୁଖ୍ୟତଃ ନିଶାଚର ଜୀବ ଓ କୃଷି ଜମି, ଜଙ୍ଗଲ, ଓ ଅର୍ଦ୍ଧ-ମରୁଭୂମି ଅଞ୍ଚଳରେ ଦେଖାଯାଏ । ଏହା ପତଙ୍ଗ, ଜିଆ, ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀ ଓ ଛୋଟ ମେରୁଦଣ୍ଡୀ ପ୍ରାଣୀ ଖାଏ । ପୁରୁଷମାନେ ବାସସ୍ଥାନ ଜଗନ୍ତି ଓ ଅନୁପ୍ରବେଶରୁ ରକ୍ଷା କରନ୍ତି । ଏହା କୋରଡ଼ରେ ରୁହେ ଓ ବସନ୍ତରେ ଚାରୋଟି ଅଣ୍ଡା ଦିଏ । ସ୍ତ୍ରୀ ଅଣ୍ଡା ଉଷୁମାଏ ଓ ପୁରୁଷ ପ୍ରଥମେ ସ୍ତ୍ରୀ ପାଇଁ ଓ ପରେ ଛୁଆଙ୍କ ପାଇଁ ବସାକୁ ଖାଦ୍ୟ ଆଣେ । ଛୁଆମାନେ ବଢ଼ିଲେ ଉଭୟ ପୁରୁଷ ଓ ସ୍ତ୍ରୀ ଖାଦ୍ୟ ଆଣନ୍ତି ଓ ସାତ ସପ୍ତାହ ବୟସରେ ଛୁଆମାନେ ବସା ଛାଡ଼ନ୍ତି ।

ଏହା ଏକ ସାଧାରଣରେ ଦେଖାଯାଥିବା ତ‌ଥା ଅଧିକ ସଂଖ୍ୟାରେ ଦେଖାଯାଉଥିବା ପକ୍ଷୀ ହୋଇଥିବା ହେତୁ, ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ଏହାର ସଂରକ୍ଷଣ ଟୀପଣିକୁ ସବୁଠାରୁ କମ୍ ଦେଖାଶୁଣାରେ ରଖିଛି ।

ବର୍ଣ୍ଣନା ସମ୍ପାଦନା

ଲିଟିଲ୍ ଆଉଲ୍ ଏକ ଚେପଟା ମୁଣ୍ଡ ବିଶିଷ୍ଟ, ଫୁଲିଲା ଭଳି କିନ୍ତୁ compact ଶରୀର ଓ ଛୋଟ ଲାଞ୍ଜ ଥିବା ଏକ ଛୋଟ ପେଚା । ମୁହଁର ଭାଙ୍ଗ ଆଖି ଉପରେ ଚେପଟା ଆକାରର, ଯାହା ତାକୁ ଏକ ଭୟଙ୍କର ମୁଖଭଙ୍ଗୀ ଦେଇଥାଏ । ଏହାର ପର ଧୂସରିଆ, ଛିଟ ଓ କିଛିଟା ଧଳା ରଙ୍ଗ ବିଶିଷ୍ଟ । ତଳପଟେ ହାଲକା ରଙ୍ଗ ସ‌ହ ଗାଢ ରଙ୍ଗର ଛିଟା ପଡ଼ିଥାଏ ।[୨] ଏହା ସାଧାରଣତଃ ଉଭୟ ଲିଙ୍ଗରେ ଲମ୍ବାରେ 22 centimetres (8.7 in), ପର ଲମ୍ବା 56 centimetres (22 in), ଓଜନ ପ୍ରାୟ 180 grams (6.3 oz).[୩]

ବଡ଼ ଲିଟିଲ୍ ଆଉଲ୍, ଯାହା ଏ ଏନ୍ ନୋକ୍ଟୁଆ ଭାବେ ପରିଚିତ, ଏକ ଧୂଷର ଓ ଧଳା ରଙ୍ଗ ବିଶିଷ୍ଟ ପ୍ରାଣୀ । ଏହାର ଏକ ବଡ଼ ମୁଣ୍ଡ, ଲମ୍ବା ଗୋଡ ଓ ହଳଦିଆ ଆଖି ଅଛି ଓ ଏହାର ଧଳା ଆଖି ପତା ଏହାକୁ ଏକ କଠୋର ମୁଖଭଙ୍ଗୀ ଦିଏ । ଯୁବକମାନେ ଉଦାସ ପ୍ରକାରର ଓ ବଡ଼ମାନଙ୍କଠାରେ ଥିବା ଧଳା ଦାଗ ଏମାନଙ୍କ ପାଖେ ନଥାଏ । ଏହାର କାଠହଣଆ ପକ୍ଷୀ ଭଳି ଏକ ଗୋଲିଆ ପର ଥାଏ, କିନ୍ତୁ ଏହାର ଆକାର ସାଧାରଣ ପକ୍ଷୀଠାରୁ ଭିନ୍ନ ଧରଣର ।[୨] Moult begins in July and continues to November, with male starting before female.

ଏହା କ୍ୟୁ, କ୍ୟୁ ଭଳି ରାବ ଦିଏ । କମ୍ ବାରମ୍ବାରତାରେ ଏହା ବୋବାଉଥାଏ । ଛୁଆଦେବା ସମୟରେ ସେମାନେ ବିଭିନ୍ନ ପ୍ରକାର ସ୍ୱରରେ ରାବ ଦିଅନ୍ତି ।[୨]

ଆଧାର ସମ୍ପାଦନା

  1. BirdLife International (2012). "Athene noctua". 2012: e.T22689328A40420964. doi:10.2305/IUCN.UK.2012-1.RLTS.T22689328A40420964.en. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ Witherby, H. F., ed. (1943). Handbook of British Birds, Volume 2: Warblers to Owls. H. F. and G. Witherby Ltd. pp. 26–27.
  3. "Little Owl (Athene noctua)". British Trust for Ornithology. 16 January 2013. Retrieved 14 October 2015.

External links ସମ୍ପାଦନା