ଫଣୀଶ୍ୱର ନାଥ 'ରେଣୁ'

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ

ଫଣୀଶ୍ୱର ନାଥ 'ରେଣୁ' [୧] (୪ ମାର୍ଚ୍ଚ ୧୯୨୧ - ୧୧ ଅପ୍ରେଲ ୧୯୭୭) ପ୍ରେମଚାନ୍ଦ ପରବର୍ତ୍ତୀ ଆଧୁନିକ ହିନ୍ଦୀ ସାହିତ୍ୟର ଅନ୍ୟତମ ସଫଳ ତଥା ପ୍ରଭାବଶାଳୀ ଲେଖକ ଥିଲେ। ତାଙ୍କ ରଚିତ ମୈଲା ଆଞ୍ଚଲ, ପ୍ରେମଚାନ୍ଦଙ୍କ ଗୋଦାନପରେ, ଅନ୍ୟତମ ଉଲ୍ଲେଖନୀୟ ହିନ୍ଦୀ ଉପନ୍ୟାସ ଭାବରେ ବିବେଚନା କରାଯାଏ। [୨] ଫଣୀଶ୍ୱର ନାଥ (ମଣ୍ଡଳ) ରେଣୁ ୪ ମାର୍ଚ୍ଚ ୧୯୨୧ରେ ବିହାରର ସିମ୍ରାହା ରେଳ ଷ୍ଟେସନ ନିକଟ ଏକ ଛୋଟ ଗାଁ ଅରୁହି ହିଙ୍ଗାଣାରେ ଜନ୍ମଗ୍ରହଣ କରିଥିଲେ । ମଣ୍ଡଳ(ଉପନାମ)ର ଏହି ସମ୍ପ୍ରଦାୟ ଯେଉଁଥିରେ ରେଣୁ ସମ୍ପୃକ୍ତ ଥିଲେ, ଭାରତର ଏକ ପଛୁଆ ସାମାଜିକ ଗୋଷ୍ଠୀ ଭାବରେ ପରିଚିତ । ରେଣୁଙ୍କ ପରିବାର କିନ୍ତୁ ଜମି, ଶିକ୍ଷା ଏବଂ ସାମାଜିକ ସମ୍ମାନର ଅଧିକାରୀ ଥିଲେ । ରେଣୁଙ୍କ ପିତା ଶିଳାନାଥ ମଣ୍ଡଳ ଭାରତୀୟ ଜାତୀୟ ଆନ୍ଦୋଳନରେ ସକ୍ରିୟ ଥିଲେ ଏବଂ ଆଧୁନିକ ଚିନ୍ତାଧାରା, ସଂସ୍କୃତି ଏବଂ କଳା ପ୍ରତି ତାଙ୍କର ଆଗ୍ରହ ଥିଲା ।[୩]

ଫଣୀଶ୍ୱର ନାଥ 'ରେଣୁ'
Phanishwar Nath Renu 2016 stamp of India.jpg
ଜନ୍ମ ଓ ଜନ୍ମସ୍ଥାନ୪ ମାର୍ଚ୍ଚ ୧୯୨୧(1921-03-04)
ଅରୁହି ହିଙ୍ଗାଣା, ବିହାର, ଭାରତ
ମୃତ୍ୟୁ୧୧ ଅପ୍ରେଲ ୧୯୭୭(1977-04-11) (ବୟସ ୫୬)
ବୃତ୍ତିଔପନ୍ୟାସିକ
ସାହିତ୍ୟ କୃତିମୈଲା ଆଞ୍ଚଲ
ସନ୍ତାନପଦ୍ମ ପରାଗ 'ବେଣୁ'

ଫଣୀଶ୍ୱର ନାଥ 'ରେଣୁ' ସମସାମୟିକ ଗ୍ରାମୀଣ ଭାରତର ସ୍ୱରକୁ 'ଆଞ୍ଚଳିକ ଉପନ୍ୟାସ' ମାଧ୍ୟମରେ ପ୍ରୋତ୍ସାହିତ କରିବା ପାଇଁ ବେଶ ଜଣାଶୁଣା ଥିଲେ ଏବଂ ହିନ୍ଦୀ ସାହିତ୍ୟର ମୁଖ୍ୟ ସ୍ରୋତରେ ଆଞ୍ଚଳିକ ସ୍ୱର ଆଣିଥିବା ଅଗ୍ରଣୀ ହିନ୍ଦୀ ଲେଖକମାନଙ୍କ ମଧ୍ୟରେ ତାଙ୍କୁ ସ୍ଥାନିତ କରାଯାଏ । ରେଣୁ ବଙ୍ଗୀୟ ଔପନ୍ୟାସିକ ସତୀନାଥ ଭଦୁରୀଙ୍କର ଅତି ଘନିଷ୍ଠ ସହଯୋଗୀ ଥିଲେ। ସେ ଭାଦୁରୀଙ୍କ ପାଇଁ "ଭାଦୁରୀଜୀ" ନାମରେ ବଙ୍ଗଳା ଭାଷାରେ ଏକ ସଂସ୍ମରଣ ଲେଖିଥିଲେ ।[୩]

ତାଙ୍କର କ୍ଷୁଦ୍ରଗଳ୍ପ "ମାରେ ଗୟେ ଗୁଲଫାମ"କୁ "ତିସରି କସମ" ନାମରେ ସିନେମାର ରୂପ ଦେଇଥିଲେ ନିର୍ଦ୍ଦେଶକ ବାସୁ ଭଟ୍ଟାଚାର୍ଯ୍ୟ ।[୪] ୧୯୬୬ରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ପଟ୍ଟକଥା ଲେଖକ ଥିଲେ ଶୈଳେନ୍ଦ୍ର ।[୫] ପରେ ତାଙ୍କର କ୍ଷୁଦ୍ରଗଳ୍ପ "ପଞ୍ଚଲାଇଟ" ମଧ୍ୟ ଏକ ଟିଭି କ୍ଷୁଦ୍ର ଚଳଚ୍ଚିତ୍ରରେ ନିର୍ମିତ ହୋଇଥିଲା | ୨୦୧୭ରେ ଏହି ଗପକୁ ନେଇ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା ।

ଜୀବନୀସମ୍ପାଦନ କରନ୍ତୁ

ଫଣୀଶ୍ୱର ନାଥ 'ରେଣୁ' ୧୯୨୧ ମସିହା ମାର୍ଚ୍ଚା ମାସ ୪ ତାରିଖରେ ବିହାରର ଅରରିୟା ଜିଲ୍ଲାର ଫୋର୍ବସଗଞ୍ଜ ନିକଟସ୍ଥ ଅରୁହି ହିଙ୍ଗାଣାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତ ଏବଂ ନେପାଳରେ ଶିକ୍ଷାଗ୍ରହଣ କରିଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ଅରରିଆ ଏବଂ ଫୋର୍ବସଗଞ୍ଜରେ ସମାପ୍ତ ହୋଇଥିଲା | ସେ କୋଇରାଲା ପରିବାର ସହିତ ରହିବା ସମୟରେ ନେପାଳର ବିରାଟନଗର ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ଆଇଏ ପାସ କରିଥିଲେ । ୧୯୪୨ ମସିହରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ୧୯୫୦ରେ ସେ ନେପାଳର ବୈପ୍ଳବିକ ଆନ୍ଦୋଳନରେ ଭାଗ ନେଇଥିଲେ ଯାହା ଫଳରେ ନେପାଳରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।[୩] ହିନ୍ଦୀ ସାହିତ୍ୟର 'ଆଞ୍ଚଳିକ-କଥା'ସହିତ ସେ ଜଡିତ ଥିଲେ | ତାଙ୍କର ସମସାମୟିକ କବି ସଚ୍ଚିଦାନନ୍ଦ ହିରାନନ୍ଦ ବାତ୍ସ୍ୟାୟନ 'ଅଜ୍ଞେୟ'ଙ୍କ ରେଣୁଙ୍କର ଘନିଷ୍ଠ ବନ୍ଧୁତା ଥିଲା ।[୬] "ଉନକି ନଜର ଉନକି ସହର" ନାମରେ ଏକ ଜୀବନୀ ମଧ୍ୟ ଲେଖକଙ୍କ ନାମରେ ପ୍ରସ୍ତୁତ କରାଯାଇଛି ।[୭]

ଲେଖିବା ଶୈଳୀସମ୍ପାଦନ କରନ୍ତୁ

ତାଙ୍କର ପ୍ରଥମ ଉପନ୍ୟାସ "ମୈଲା ଆଞ୍ଚଲ"କୁ ରେଣୁଙ୍କର ଶ୍ରେଷ୍ଠକୃତି ଭାବରେ ଗଣନା କରାଯାଏ । ଏହା ଏକ ସାମାଜିକ ଉପନ୍ୟାସ ଯାହାକି ଗ୍ରାମାଞ୍ଚଳ ବିହାର ଏବଂ ଏହାର ଲୋକଙ୍କ ଜୀବନ, ବିଶେଷକରି ପଛୁଆ ଏବଂ ବଞ୍ଚିତ ଲୋକଙ୍କ ଜୀବନକୁ ଚିତ୍ରଣ କରିଥିଲା । ୧୯୭୦ ମସିହାରେ ରେଣୁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୧] ଆଭ୍ୟନ୍ତରୀଣ ଜରୁରୀକାଳୀନ ଘୋଷଣାକୁ ବିରୋଧ କରି ସେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଥିଲେ ।

ସାହିତ୍ୟିକ କାର୍ଯ୍ୟସମ୍ପାଦନ କରନ୍ତୁ

ଉପନ୍ୟାସସମ୍ପାଦନ କରନ୍ତୁ

  • ମୈଲା ଆଞ୍ଚଲ
  • ପରତୀ ପରୀକଥା
  • ଜୁଲୁସ୍
  • ଦୀର୍ଘତପା
  • କିତନେ ଚୌରାହେ
  • ପଲ୍ଟୁ ବାବୁ ରୋଡ଼
  • ଇସ ଜଳ ପ୍ରଳୟ ମେ

ସଂସ୍ମରଣସମ୍ପାଦନ କରନ୍ତୁ

  • ଋଣଜଳ ଧନଜଳ
  • 'ବନ ତୁଳସୀ କେ ଗନ୍ଧ
  • ଶୃତ ଅଶୃତ ପୂର୍ବ
  • ତୋଟାପୁର

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ରେଣୁ ତିନିଥର ବିବାହ କରିଥିଲେ । ପ୍ରଥମ ପତ୍ନୀ ଥିଲେ ରେଖା ରେଣୁ, ଦ୍ୱିତୀୟ ପଦ୍ମା ଏବଂ ତୃତୀୟ ଲତିକା(ମୃତ୍ୟୁ ୨୦୧୧)।| ତାଙ୍କର ଦ୍ୱିତୀୟ ପତ୍ନୀ ପଦ୍ମା ଜଣେ ନର୍ସ ଥିଲେ ଓ ରେଣୁ ତାଙ୍କୁ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମୟରେ ଭେଟିଥିଲେ । ୧୯୫୧ରେ ସେମାନେ ବିବାହ କରିଥିଲେ । ପଦ୍ମା ହିଁ ରେଣୁଙ୍କର ମୈଲା ଆଞ୍ଚଲ, ପରତୀ ପରୀକଥା ଏବଂ ମାରେ ଗୟେ ଗୁଲଫାମ ଆଦି ଉପନ୍ୟାସ ପଛରେ ପ୍ରେରଣା ଥିଲେ । ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଝିଅ କବିତା ରାୟ ବିହାରର କଟିହାରଠାରେ ଆର୍ଥିକ ଦୂରାବସ୍ଥା ମଧ୍ୟରେ ବସବାସ କରନ୍ତି । ପଦ୍ମାଙ୍କ ବଡ଼ ପୁଅ ପଦ୍ମା ପାରାଗ ରେଣୁ ଫୋର୍ବସଗଞ୍ଜର ଜଣେ ବିଧାୟକ ଥିବାବେଳେ ସାନପୁଅ ଦଖିଣେଶ୍ୱର ରେଣୁ, 'ରେଣୁ ସମାଜ ସେବା ସଂସ୍ଥାନ' ନାମକ ଏକ ସଂଗଠନ ଚଳାଇଥିଲେ ।

ସନ୍ଦର୍ଭସମ୍ପାଦନ କରନ୍ତୁ

  1. ୧.୦ ୧.୧ Padma Awards Official listings Govt. of India portal.
  2. Phanishwar Nath 'Renu' Profile Seasoninindia.
  3. ୩.୦ ୩.୧ ୩.୨ Introduction by Anand Prakash (2007). Freed from disgrace = Kalankmukti. new delhi: Oxford University Press. p. 2. ISBN 978-0-19-568599-2.
  4. TISRI QASAM The Third Vow University of Iowa, 2005.
  5. ଫଣୀଶ୍ୱର ନାଥ 'ରେଣୁ' (ଇଣ୍ଟରନେଟ ମୁଭି ଡାଟାବେସରେ)
  6. Phanishwar Nath Renu at Abhivyakti. Abhivyakti-hindi.org. Retrieved on 7 November 2018.
  7. Video on YouTube

ଆଗକୁ ପଢିବାସମ୍ପାଦନ କରନ୍ତୁ

ବାହ୍ୟ ଲିଙ୍କସମ୍ପାଦନ କରନ୍ତୁ