ପ୍ରେମଚାନ୍ଦ
ପ୍ରେମଚନ୍ଦ ( ୩୧ ଜୁଲାଇ ୧୮୮୦ - ୮ ଅକ୍ଟୋବର ୧୯୩୬) ଜଣେ ହିନ୍ଦୀ ଓ ଉର୍ଦ୍ଦୁ ଭାଷାର ଲେଖକ ଓ ଔପନ୍ୟାସିକ ଥିଲେ । ତାଙ୍କର ଜନ୍ମ ୩୧ ଜୁଲାଇ, ୧୮୮୦ ମସିହାରେ ଉତ୍ତର ପ୍ରଦେଶ ବନାରସର (ଏବେକା ବାରଣାସୀ) ଲମହିଠାରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଥିଲା ଧନପତ୍ ରାୟ ଶ୍ରୀବାସ୍ତବ ଓ ଉପନାମ ନବାବ ରାୟ । ତାଙ୍କର ସବୁ ଲେଖା ଗୁଡ଼ିକରେ ସିଏ ନିଜ ଉପନାମ ହିଁ ବ୍ୟବହାର କରିଛନ୍ତି । ପ୍ରେମଚନ୍ଦଙ୍କ ଲେଖାଗୁଡ଼ିକ ପଢ଼ି ଖୁସି ହୋଇ ସମାଜରେ ତାଙ୍କ ପ୍ରେମୀମାନେ ତାଙ୍କୁ ମୁନସୀ ପ୍ରେମଚାନ୍ଦ ଭାବେ ପ୍ରସିଦ୍ଧ କରିଛନ୍ତି । ସିଏ ଉର୍ଦ୍ଦୁ ଓ ହିନ୍ଦୀ ଭାଷାରେ ପ୍ରାୟ ୧୫ଟି ଉପାନ୍ୟାସ, ୨୫୦ କ୍ଷୁଦ୍ର ଗଳ୍ପ, କେତେଗୁଡ଼ିଏ ନିବନ୍ଧ ମଧ୍ୟ ଲେଖିଛନ୍ତି । ତାଙ୍କର ଉପନ୍ୟାସ ଗୁଡ଼ିକ ମଧ୍ୟରୁ ସେବାସଦନ, ରଙ୍ଗମଞ୍ଚ, ଗବନ, ନିର୍ମଳା ଓ ଗୋଦାନ ବହୁ ପ୍ରଚଳିତ ।
ମୁନସୀ ପ୍ରେମଚାନ୍ଦ | |
---|---|
ମୂଳନାମ | मुंशी प्रेमचंद / منشی پریم چند |
ଜନ୍ମ ଓ ଜନ୍ମସ୍ଥାନ | Dhanpat Rai Srivastav ୩୧ ଜୁଲାଇ ୧୮୮୦ ଲମହୀ, ଉତ୍ତର-ପଶ୍ଚିମ ଗଡ଼ଜାତ ରାଜ୍ୟ, ବ୍ରିଟିଶ ଭାରତ |
ମୃତ୍ୟୁ | ୮ ଅକ୍ଟୋବର ୧୯୩୬ ବାରଣାସୀ, ମିଳିତ ଗଡ଼ଜାତ ରାଜ୍ୟ, ବ୍ରିଟିଶ ଭାରତ | (ବୟସ ୫୬)
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ହିନ୍ଦୁସ୍ଥାନୀ ହିନ୍ଦୀ-ଉର୍ଦ୍ଦୁ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଗୋଦାନ, ବାଜାର-ଏ-ହୁସ୍ନ], କର୍ମଭୂମୀ, ଶତରଞ୍ଜ କେ ଖିଲାଡ଼ି |
ଜୀବନସାଥୀ | ଶିବରାଣୀ ଦେବୀ |
ସନ୍ତାନ | ଶ୍ରୀପଥ ରାୟ, ଅମୃତ ରାୟ, କମଳା ଦେବୀ |
ଦସ୍ତଖତ |
ବାଲ୍ୟ ଜୀବନ
ସମ୍ପାଦନାପ୍ରେମଚନ୍ଦଙ୍କ ପିତା ମୁନସି ଅଜାଇବ ଲାଲ ଜଣେ ପୋଷ୍ଟାଲ କିରାନୀ ଥିଲେ । ପ୍ରେମଚାନ୍ଦ ପିଲାବେଳେ ତାଙ୍କ ଗାଁରୁ ଦୁଇ କିଲୋମିଟର ଦୁରରେ ଥିବା ଲାଲପୁର ଗାଁର ଗୋଟିଏ ମାଦ୍ରାସାରେ ପାଠ ପଢ଼ୁଥିଲେ । ମାଦ୍ରାସାକୁ ଗୋଟିଏ ଯୋଗ୍ୟ ସ୍କୁଲ ଭାବରେ ଗଣା ଯାଏ ନାହିଁ । ସେଠାରେ ସେ ଜଣେ ମୌଲଭି (ମୌଲଭି - ମୁସଲମାନଙ୍କ ଭାଷାରେ ଜଣେ ଧାର୍ମିକ ବିଦ୍ୱାନ)ଙ୍କଠାରୁ ଉର୍ଦ୍ଦୁ ଓ ପାର୍ସୀ ଭାଷାର ଶିକ୍ଷା ଗ୍ରହଣ କରୁଥିଲେ । ମାତ୍ର ଆଠ ବର୍ଷ ବୟସରେ ତାଙ୍କ ମା' ଏ ସଂସାର ଛାଡ଼ି ଚାଲିଯାଇଥିଲେ । ଜେଜେମା ତାଙ୍କ ଭରଣ ପୋଷଣର ଦାୟିତ୍ୱ ନେଇଥିଲେ । ମାତ୍ର ୧୫ ବର୍ଷ ବୟସରେ, ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର ବିବାହ ହୋଇଥିଲା । ତାଙ୍କ ସ୍ତ୍ରୀ ତାଙ୍କଠାରୁ ବୟସରେ ବଡ଼ ଓ ଦେଖିବାକୁ ଅସୁନ୍ଦର ଥିଲେ । ତାଙ୍କ ବିବାହର ମାତ୍ର ଏକ ବର୍ଷ ପରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ।
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |