ପ୍ୟାକ୍‌ଡ ରେଡ ବ୍ଲଡ ସେଲ୍‌ସ

ପ୍ୟାକ୍‌ଡ ରେଡ ବ୍ଲଡ ସେଲ୍‌ସ ବା ଏକତ୍ରିତ ଲୋହିତ ରକ୍ତ କଣିକା (ଇଂରାଜୀ ଭାଷାରେ Packed red blood cells, ଅନ୍ୟ ନାମ ରେଡ ସେଲ ଇନସେଣ୍ଟ୍ରେଟ/red cell concentrate ବା ପ୍ୟାକ୍‌ଡ ସେଲ୍‌ସ/ packed cells) ପ୍ୟାକେଟରେ ପୃଥକ୍ କରାଯାଇଥିବା ଲୋହିତ ରକ୍ତ କଣିକା (red blood cells) ସମୂହ ରକ୍ତ ଟ୍ରାନ୍ସଫ୍ୟୁଜନ (en:blood transfusion) ନିମନ୍ତେ ଥାଏ । ଏହା ଆନିମିଆ ରୋଗରେ ବ୍ୟବ‌ହାର କରାଯାଏ ଯେଉଁଥିରେ ହେମୋଗ୍ଲୋବିନ ୭-୮ ଗ୍ରା/ଡେ:ଲି:ରୁ କମ୍ ଥାଏ ।[୧][୨] ଏକ ୟୁନିଟ ଦେଲେ ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଲି ହୋଇଯାଏ ।[୩] କର୍କଟ କେମୋଥେରାପିରେ (cancer chemotherapy) ବା ହେମୋଗ୍ଲୋବିନୋପାଥିରେ (hemoglobin disorders) ବାରମ୍ବାର ଏହି ଟ୍ରାନସ୍‌ଫ୍ୟୁଜନ ଆବଶ୍ୟକ ହୁଏ । ରକ୍ତଦାନ ପୂର୍ବରୁ କ୍ରସ ମ୍ୟାଚିଙ୍ଗ (Cross matching) ଆବଶ୍ୟକ ହୁଏ । [୧] ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୪]

ପ୍ୟାକ୍‌ଡ ରେଡ ବ୍ଲଡ ସେଲ୍‌ସ
Bag of packed red blood cells.
Clinical data
Synonymsstored packed red blood cells, packed cells, red cell concentrate
Routes of
administration
IV
ATC code
Identifiers
ChemSpider
  • none

ପାର୍ଶ୍ୱ ପ୍ରତିକ୍ରିୟାରେ ଦେଖାଯାଉଥିବା ଆଲର୍ଜି ପ୍ରତିକ୍ରିୟା ମଧ୍ୟରେ ଆନାଫାଇଲାକ୍‌ସିସ, ହେମୋଲାଇସିସ (red blood cell breakdown), ସଂକ୍ରମଣ (infection), ଭଲ୍ୟୁମ ଓଭରଲୋଡ଼ (volume overload) ଓ ଫୁସଫୁସ ଆଘାତ (lung injury) ହୋଇପାରେ । ଅଧୁନା ବିକଶିତ ଦେଶମାନଙ୍କରେ (developed world) ଏହାର ଉନ୍ନତ ପ୍ରସ୍ତୁତି ଯୋଗୁ ହେପାଟାଇଟିସ ସିଏଚଆଇଭି/ଏଡସ ଭଳି ଭୁତାଣୁ ସଂକ୍ରମଣ (viral infections) ସଙ୍କଟ ଏକ ନିୟୁତରେ ଗୋଟିଏ ହୋଇପାରେ ।[୧] ଏହା ସମ୍ପୁର୍ଣ୍ଣ ରକ୍ତରୁ (whole blood) ଆଫେରେସିସଦ୍ୱାରା (apheresis) ପ୍ରସ୍ତୁତ କରାଯାଏ । ଏହା ୩ରୁ ୬ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[୫]

ସନ ୧୯୬୦ରୁ ପ୍ୟାକ୍‌ଡ ରେଡ ବ୍ଲଡ ସେଲ୍‌ସ ବ୍ୟାପକ ଭାବରେ ବ୍ୟବ‌ହାର କରାଗଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ୧୨୦ ପାଉଣ୍ଡ ।[୮] ହୋଲ ବ୍ଲଡ, ଲିଉକୋସାଇଟ ରିଡୁସ୍‌ଡ ରେଡ ବ୍ଲଡ ସେଲ୍‌ସ (en:leukocyte reduced red blood cells) ଓ ୱାସ୍‌ଡ ରେଡ ବ୍ଲଡ ସେଲ୍‌ସ (washed red blood cells) ଆଦି ଅନେକ ରକମରେ ସଂକଳନ ଆଜିକାଲି ଉପଲବ୍‌ଧ ହେଉଛି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Connell, NT (December 2016). "Transfusion Medicine". Primary care. 43 (4): 651–659. PMID 27866583.
  2. Carson, JL; Guyatt, G; Heddle, NM; Grossman, BJ; Cohn, CS; Fung, MK; Gernsheimer, T; Holcomb, JB; Kaplan, LJ; Katz, LM; Peterson, N; Ramsey, G; Rao, SV; Roback, JD; Shander, A; Tobian, AA (15 November 2016). "Clinical Practice Guidelines From the AABB: Red Blood Cell Transfusion Thresholds and Storage". JAMA. 316 (19): 2025–2035. PMID 27732721.
  3. Plumer, Ada Lawrence (2007). Plumer's Principles and Practice of Intravenous Therapy (in ଇଂରାଜୀ). Lippincott Williams & Wilkins. p. 423. ISBN 9780781759441.
  4. Linton, Adrianne Dill (2015). Introduction to Medical-Surgical Nursing (in ଇଂରାଜୀ). Elsevier Health Sciences. p. 287. ISBN 9781455776412.
  5. Parsons, Polly E.; Wiener-Kronish, Jeanine P. (2012). Critical Care Secrets5: Critical Care Secrets (in ଇଂରାଜୀ). Elsevier Health Sciences. p. 385. ISBN 0323085008.
  6. Das, P. C.; Smit-Sibinga, C. T. h; Halie, M. R. (2012). Supportive therapy in haematology (in ଇଂରାଜୀ). Springer Science & Business Media. p. 190. ISBN 9781461325772.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. Yentis, Steven M.; Hirsch, Nicholas P.; Ip, James (2013). Anaesthesia and Intensive Care A-Z: An Encyclopedia of Principles and Practice (in ଇଂରାଜୀ). Elsevier Health Sciences. p. 147. ISBN 9780702053757.