ପ୍ରଭାତ କୁମାର ସାମନ୍ତରାୟ
ଓଡ଼ିଆ ରାଜନୀତିଜ୍ଞ
ପ୍ରଭାତ କୁମାର ସାମନ୍ତରାୟ (ଜନ୍ମ: ୨୨ ଅପ୍ରେଲ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପ୍ରଭାତ ଓଡ଼ିଶା ବିଧାନ ସଭାରେ ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୮ ଓ ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପ୍ରଭାତ କୁମାର ସାମନ୍ତରାୟ | |
---|---|
ସାଂସଦ: ୧୨ଶ, ୧୩ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୮ – ୨୦୦୪ | |
ପୂର୍ବ ଅଧିକାରୀ | ଶ୍ରୀକାନ୍ତ କୁମାର ଜେନା |
ପର ଅଧିକାରୀ | ଅର୍ଚ୍ଚନା ନାୟକ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅପ୍ରେଲ ୨୨, ୧୯୫୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ପ୍ରତିଭା ମଞ୍ଜରୀ ମହାନ୍ତି |
ବାପା/ବୋଉ | ସୂର୍ଯ୍ୟମଣି ସାମନ୍ତରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପ୍ରଭାତ କୁମାର ସାମନ୍ତରାୟ ୧୯୫୦ ମସିହାର ଅପ୍ରେଲ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ସାମନ୍ତରାୟ ଏବଂ ପତ୍ନୀଙ୍କ ନାମ ପ୍ରତିଭା ମଞ୍ଜରୀ ମହାନ୍ତି ।[୧] ପ୍ରଭାତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
ସମ୍ପାଦନାପ୍ରଭାତ କୁମାର ସାମନ୍ତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]