ପ୍ରବଳ ଋତୁରକ୍ତସ୍ରାବ

ପ୍ରବଳ ଋତୁରକ୍ତସ୍ରାବ (ଇଂରାଜୀ ଭାଷାରେ Heavy menstrual bleeding/ HMB ), ଅନ୍ୟ ନାମ ମେନୋରେଜିଆ, ଏକ ମାସିକ ଋତୁସ୍ରାବ ଯାହା ଅତ୍ୟଧିକ ପରିମାଣରେ ହୁଏ ବା ୭ ଦିନରୁ ଅଧିକ ସମୟ ଧରି ରହିଥାଏ ।[] ପ୍ରବଳ ରକ୍ତସ୍ରାବ ଅର୍ଥ ପ୍ରତି ଦୁଇ ଘଣ୍ଟାରୁ ଅଧିକ ସମୟରେ ପ୍ୟାଡ୍ କିମ୍ବା ଟାମ୍ପନ୍ ବଦଳାଇବା ଦରକାର ହୁଏ କିମ୍ବା ବଡ଼ ଜମାଟ ରକ୍ତ ଯାହା ଏକ ଆମେରିକୀୟ କ୍ୱାର୍ଟର୍ (American quarter) ଠାରୁ ବଡ଼ । [] ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଅବସ୍ଥା ଜଟିଳ ହୋଇ ରକ୍ତ‌ହୀନତା, ଶରୀରରେ ଲୌହ ଅଂଶ ଅଭାବ ଏବଂ ଜୀବନର ଗୁଣବତ୍ତା ହ୍ରାସ ହୋଇପାରେ ।[] []

Heavy menstrual bleeding
Hypermenorrhea, menorrhagia
Potential causes include fibroids and uterine polyp[]
ବିଭାଗGynecology
ଲକ୍ଷଣBleeding more or longer than typical[]
କାରଣStructural abnormalities of the reproductive tract, hormone-related problems, bleeding disorders, thyroid disease, pelvic inflammatory disease, miscarriage, ectopic pregnancy[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ଚିକିତ୍ସାBirth control pills, tranexamic acid, progesterone IUDs, NSAIDs, danazol, surgery[][][]
ପୁନଃପୌନିକCommon[]
Patient UKHeavy menstrual bleeding

ଏହାର କାରଣଗୁଡ଼ିକ ମଧ୍ୟରେ ପ୍ରଜନନ ଅଙ୍ଗର ଗଠନମୂଳକ ଅସ୍ୱାଭାବିକତା ଯେପରିକି ଫାଇବ୍ରଏଡ୍ କିମ୍ବା କର୍କଟ, ହରମୋନ ସମ୍ବନ୍ଧୀୟ ସମସ୍ୟା ଯେପରିକି ଅଣ-ଡିମ୍ବାଣୁ କ୍ଷରଣ, ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ, ରକ୍ତସ୍ରାବ ଜନିତ ରୋଗ, ଥାଇରଏଡ୍ ରୋଗ, ପେଲଭିସ ପ୍ରଦାହ ରୋଗ, ସ୍ୱତଃ ଗର୍ଭପାତ ଏବଂ ଅଥାନ ଗର୍ଭଧାରଣ ହୋଇପାରେ ।[] [] କେତେକ ପ୍ରକାରର ଗର୍ଭାଶୟ ମଧ୍ୟସ୍ଥ ଉପକରଣ (IUD) ଯୋଗୁ ରକ୍ତସ୍ରାବ ପ୍ରଚୁର ହୋଇପାରେ ଓ ଆସ୍ପିରିନ ଯୋଗୁ ମଧ୍ୟ ହୋଇପାରେ ।[] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ତ‌ଥା ଏହାର ମୂଳ କାରଣ ଖୋଜିବା କିମ୍ବା ଜଟିଳତା ଖୋଜିବା ପାଇଁ ପରୀକ୍ଷା କରାଯାଏ ।[] ଏହା ଏକ ପ୍ରକାର ଜରାୟୁର ଅସ୍ୱାଭାବିକ ରକ୍ତସ୍ରାବ (AUB) ।[]

ରୋଗର କାରଣ ଏବଂ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ ।[] ଏଥିରେ ଜନ୍ମ ନିୟନ୍ତ୍ରଣ ବଟିକା, ଟ୍ରାନେକ୍ସାମିକ ଏସିଡ, ଆଇୟୁଡି ଉଇଥ ପ୍ରୋଜେସ୍ଟେରନ (IUD), ଜ‌ନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, କିମ୍ବା ଡାନାଜୋଲ ଦିଆଯାଇପାରେ ।[] [] ଆଇୟୁଡି ସାହାଯ୍ୟରେ ୮୮%, ଜନ୍ମ ନିୟନ୍ତ୍ରଣ ବଟିକା ସହିତ ୬୩%, ଟ୍ରାନେକ୍ସାମିକ ଏସିଡ୍ ସହିତ ଏବଂ ୩ ମାସର ବିନା ଚିକିତ୍ସାରେ ୧୮% ଉନ୍ନତି ଘଟିଥାଏ ।[] ଯେଉଁମାନଙ୍କର ଅନ୍ୟାନ୍ୟ ପଦକ୍ଷେପ ସହିତ ଲକ୍ଷଣ ଭଲ ଭାବରେ ନିୟନ୍ତ୍ରିତ ହୋଇନଥାଏ, ସେମାନଙ୍କ ପାଇଁ ଅସ୍ତ୍ରୋପଚାର ପ୍ରଭାବଶାଳୀ ହୋଇପାରେ ।[] ଅନ୍ୟାନ୍ୟ ଚିକିତ୍ସାରେ ଲୌହ ପରିପୂରକ କିମ୍ବା ଡେସମୋପ୍ରେସିନ ଦିଆଯାଇପାରେ ।[]

ମହିଳାମାନଙ୍କର ଏହି ପ୍ରକାର ରକ୍ତସ୍ରାବ ସାଧାରଣ ଭାବରେ ହୁଏ ଯାହା ଆକଳନ ଅନୁଯାୟୀ ଏହା ପ୍ରାୟ ୨୦%ରୁ ୩୩% ମହିଳାଙ୍କୁ ପ୍ରଭାବିତ କରିଥାଏ ।[] [] ଏହା ସାଧାରଣତଃ ଅଳ୍ପ ବୟସ୍କ ଯୁବତୀମାନଙ୍କଠାରେ ହୋଇପାରେ ।[] ହିପୋକ୍ରେଟସଙ୍କର ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ବର୍ଣ୍ଣନା ଅନୁସାରେ "ଅତ୍ୟଧିକ ଋତୁରକ୍ତସ୍ରାବ, ଅଯଥା ପ୍ରବାହ, ଅସ୍ଥିର ପ୍ରବାହ ଓ ଅତ୍ୟଧିକ ରକ୍ତ-ବନ୍ୟା ପରିସ୍ଥିତି" ଭଳି ବିଭିନ୍ନ ନାମରେ ଜଣାଶୁଣା ଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Heavy Menstrual Bleeding | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 17 August 2022. Archived from the original on 10 June 2023. Retrieved 13 July 2023.
  2. ୨.୦ ୨.୧ ୨.୨ ୨.୩ O'Brien SH (2018). "Evaluation and management of heavy menstrual bleeding in adolescents: the role of the hematologist". Hematology. 30 (1): 390–398. doi:10.1182/asheducation-2018.1.390. PMC 6246024. PMID 30504337.
  3. ୩.୦ ୩.୧ Bofill Rodriguez, M; Lethaby, A; Farquhar, C (19 September 2019). "Non-steroidal anti-inflammatory drugs for heavy menstrual bleeding". The Cochrane Database of Systematic Reviews. 2019 (9): CD000400. doi:10.1002/14651858.CD000400.pub4. PMC 6751587. PMID 31535715.
  4. ୪.୦ ୪.୧ ୪.୨ Ton, Joey (18 September 2022). "#323 How to Slow the Flow II: Levonorgestrel intrauterine systems for heavy menstrual bleeding". CFPCLearn. Archived from the original on 28 March 2023. Retrieved 14 June 2023.
  5. Bacon JL (June 2017). "Abnormal Uterine Bleeding: Current Classification and Clinical Management". Obstetrics and Gynecology Clinics of North America. 44 (2): 179–193. doi:10.1016/j.ogc.2017.02.012. PMID 28499529.
  6. Marjoribanks J, Lethaby A, Farquhar C (January 2016). "Surgery versus medical therapy for heavy menstrual bleeding". The Cochrane Database of Systematic Reviews. 2016 (1): CD003855. doi:10.1002/14651858.CD003855.pub3. PMC 7104515. PMID 26820670.
  7. "Heavy Menstrual Bleeding". www.acog.org (in ଇଂରାଜୀ). Archived from the original on 30 May 2023. Retrieved 13 July 2023.
  8. Chodankar, Rohan R.; Munro, Malcolm G.; Critchley, Hilary O. D. (28 February 2022). "Historical Perspectives and Evolution of Menstrual Terminology". Frontiers in Reproductive Health. 4. doi:10.3389/frph.2022.820029.{{cite journal}}: CS1 maint: unflagged free DOI (link)