ଗର୍ଭାଶୟ ମଧ୍ୟସ୍ଥ ଉପକରଣ
ଗର୍ଭାଶୟ ମଧ୍ୟସ୍ଥ ଉପକରଣ ( IUD ) ହେଉଛି ଏକ ଛୋଟ 'T'ଟି ଆକୃତିର ଜନ୍ମ ନିୟନ୍ତ୍ରଣ ଉପକରଣ ଯାହା ଗର୍ଭାଶୟରେ ଭର୍ତ୍ତି କରାଯାଇଥାଏ, ସାଧାରଣତଃ ଗର୍ଭଧାରଣକୁ ରୋକିବା ପାଇଁ ।[୩] ତମ୍ବା ଗର୍ଭାଶୟ ମଧ୍ୟସ୍ଥ ଉପକରଣ IUD ଏବଂ ହରମୋନାଲ ଗର୍ଭମଧ୍ୟସ୍ଥ ଉପକରଣ IUD, ଏହି ଦୁଇ ପ୍ରକାରର ଉପକରଣ ମିଳେ ।[୮] ଏହା ୯୯%ରୁ ଅଧିକ ଫଳପ୍ରଦତ; ତମ୍ବା ଉପକରଣ ସହିତ ଅତି କମରେ ୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ ହରମୋନ୍ ଉପକରଣ IUDଗୁଡିକ ଅତି କମରେ ୩ରୁ ୮ ବର୍ଷ ପର୍ଯ୍ୟନ୍ତ ରହିଥାଏ।[୯] [୧] ଯୌନ ସମ୍ପର୍କର ୫ରୁ ୧୦ ଦିନ ମଧ୍ୟରେ ସେଗୁଡିକ ଜରୁରୀକାଳୀନ ଜନ୍ମ ନିୟନ୍ତ୍ରଣକାରୀ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ ।[୧୦] [୧୧] ସେଗୁଡ଼ିକ ଏକ ଦୀର୍ଘ-କାର୍ଯ୍ୟକ୍ଷମ ଉତକ୍ରମଣୀୟ ବା ରିଭର୍ସିବଲ୍ ଜନ୍ମ ନିୟନ୍ତ୍ରଣକାରୀର (LARC) ଏକ ରୂପ ।[୧]
Intrauterine device | |
---|---|
Background | |
Type | Long-acting reversible birth control (LARC)[୧] |
First use | 1800s[୨] |
Synonyms | Intrauterine system (IUS); intrauterine contraceptive device (IUCD or ICD); coil[୩] |
Failure rates (first year) | |
Perfect use | <1%[୧] |
Typical use | <1%[୧] |
Usage | |
Reversibility | Rapid[୪] |
User reminders | Signs of expulsion[୧] |
Advantages and disadvantages | |
STI protection | None[୩] |
Periods | Depends on the type[୫][୬] |
Weight | No effect[୩][୭] |
ଋତମ୍ବା ଜନ୍ମ ନିୟନ୍ତ୍ରଣକାରୀ/IUD ଉପକରଣଗୁଡ଼ିକ ବ୍ୟବାହର କଲେ ପ୍ରଥମ ୬ ମାସରେ ମାସିକ ରକ୍ତସ୍ରାବ କିମ୍ବା ଯନ୍ତ୍ରଣା ଅଧିକ ହୋଇପାରେ ।[୩] ହରମୋନାଲ ଉପକରଣ ଛଅ ମାସରୁ ଅଧିକ ରକ୍ତସ୍ରାବକୁ ହ୍ରାସ କରିପାରେ କିମ୍ବା ଋତୁସ୍ରାବକୁ ବନ୍ଦ କରିଦେଇପାରେ ।[୫] [୬] ରକ୍ତସ୍ରାବ କିମ୍ବା କ୍ରାମ୍ପ ହେଉଥିଲେ କଷ୍ଟ ନିବାରଣକାରୀ ଓଷଧ ଦେଇ ଚିକିତ୍ସା କରାଯାଇପାରେ ।[୧୨] ଅନ୍ୟାନ୍ୟ ସମ୍ଭାବ୍ୟ ଜଟିଳତା ମଧ୍ୟରେ ଉପକରଣ ବହିଷ୍କାର (୩–୨୨%) ଏବଂ ଗର୍ଭାଶୟରେ ଛିଦ୍ର (~ 0.1%) ହୋଇପାରେ ।[୫] [୧୨] [୧୦] ବହିଷ୍କାର ପରେ ସେଗୁଡିକ ପୁନଃ ସନ୍ନିବେଶ କରାଯାଇପାରେ ।[୧୩] ଥରେ ଅପସାରିତ ହୋଇଗଲେ, ଦୀର୍ଘକାଳୀନ ବ୍ୟବହାର ପରେ ମଧ୍ୟ ଉର୍ବରତା ଶୀଘ୍ର ସ୍ୱାଭାବିକକୁ ଫେରିଯାଏ ।[୪] ତମ୍ବା ଉପକରଣଗୁଡ଼ିକରେ ବିଫଳତା ପ୍ରାୟ ୦.୮% ହୋଇଥିବାବେଳେ ହରମୋନାଲ (ଲେଭୋନୋରଗେଷ୍ଟେଲ) ଉପକରଣଗୁଡ଼ିକରେ ବିଫଳତା ପ୍ରଥମ ବର୍ଷରେ ୦.୧%ରୁ ୦.୪% ମଧ୍ୟରେ ହୋଇପାରେ ।[୧] ମେଦବହୁଳତାଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ ।[୧] ତୁଳନାତ୍ମକ ଭାବରେ ଜନ୍ମ ନିୟନ୍ତ୍ରଣ ବଟିକା ଏବଂ ପୁରୁଷ କଣ୍ଡୋମ ବ୍ୟବହାରର ବିଫଳତା ପ୍ରାୟ ୯% ଏବଂ ୧୭% ଅଟେ | [୧୪]
ସେଗୁଡିକ କିଶୋରୀମାନଙ୍କଦ୍ୱାରା ବ୍ୟବହୃତ ହୋଇପାରେ ଏବଂ ଯେଉଁମାନଙ୍କର ପୂର୍ବରୁ ସନ୍ତାନ ନ ଥିଲେ ।[୧] ସେମାନେ ସ୍ତନ୍ୟପାନ ଉପରେ ପ୍ରଭାବ ପକାନ୍ତି ନାହିଁ ଏବଂ ପ୍ରସବ ପରେ ତୁରନ୍ତ ଉପକରଣଗୁଡ଼ିକ ରଖାଯାଇପାରିବ | [୫] ଗର୍ଭପାତ କିମ୍ବା ସ୍ୱତଃ ଗର୍ଭପାତ ପରେ ସେଗୁଡିକ ତୁରନ୍ତ ବ୍ୟବହୃତ ହୋଇପାରେ ।[୩] ଏକ ଉପକରଣ ଭର୍ତ୍ତି କରିବାକୁ ପ୍ରାୟ ୫ ମିନିଟ ସମୟ ନେଇଥାଏ ।[୩] ସେମାନଙ୍କର ମୁଖ୍ୟ ଅନ୍ତର୍ନିହିତ ପ୍ରଣାଳୀରେ ଶୁକ୍ରାଣୁ ମାରିବା କିମ୍ବା ଗର୍ଭାଶୟର ଭିତର ତନ୍ତୁଗୁଡ଼ିକୁ ଘନ କରି ଫର୍ଟିଲାଇଜେସନ ରୋକିବାଦ୍ୱାରା ହୋଇପାରେ ।[୧]
ଜନ୍ମ ନିୟନ୍ତ୍ରଣର ଏକ ରୂପ ଭାବରେ ଉପକରଣଗୁଡିକ ୧୮୦୦ ଦଶକରୁ ଆରମ୍ଭ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ବ୍ୟବହାର ୧୯୯୫ରେ <୧%ରୁ ଅଧିକ ହୋଇ ୨୦୧୦ ଦଶକ ଆରମ୍ଭରେ ୬% କୁ, ୨୦୧୬ରେ ୧୪%କୁ ବୃଦ୍ଧି ପାଇଲା ।[୧୫] [୧] ମହିଳା ପରିବାର ଯୋଜନା ପ୍ରଦାନକାରୀମାନେ ସାଧାରଣ ଲୋକଙ୍କ ଅପେକ୍ଷା (୧୨%) ଉତକ୍ରମଣୀୟ ପଦ୍ଧତିକୁ ଅଧିକ ପସନ୍ଦ କରନ୍ତି (୪୨%)। [୧୬] ଏବଂ ଏହି ପଦ୍ଧତିଗୁଡିକ ଉପଭୋକ୍ତାମାନଙ୍କ ମଧ୍ୟରେ ସର୍ବାଧିକ ସନ୍ତୋଷ ସୃଷ୍ଟି କରେ ।[୧୩] ଡାଲକନ୍ ସିଲ୍ଡ ଭାବରେ ଜଣାଶୁଣା ପୂର୍ବତନ ମଡେଲ ପେଲଭିସ ପ୍ରଦାହଜ ରୋଗର ପିଆଇଡି (PID) ଆଶଙ୍କା ସହିତ ଜଡ଼ିତ ଥିଲା ।[୨] ଅବଶ୍ୟ, ସାମ୍ପ୍ରତିକ ଉପକରଣଗୁଡିକ ଭର୍ତ୍ତି କରିବା ସମୟରେ ଯୌନ କ୍ରିୟା ସଞ୍ଚାରିକ ରୋଗ ସଂକ୍ରମଣ ବିନା ମହିଳାମାନଙ୍କରେ ପିଆଇଡି (PID) ସଙ୍କଟକୁ ପ୍ରଭାବିତ କରେ ନାହିଁ ।[୧୭] କାନାଡ଼ାରେ ତମ୍ବା ଉପକରଣର ମୂଲ୍ୟ ପ୍ରାୟ ୮୦ କ୍ୟାନାଡ଼ା ଡଲାର ହୋଇଥିବାବେଳେ ୨୦୨୧ସୁଦ୍ଧା ହରମୋନାଲ ଉପକରଣର ମୂଲ୍ୟ ପ୍ରାୟ ୩୫୦ କ୍ୟାନାଡ଼ା ଡଲାର ଥାଏ ।[୯]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Baker, CC; Creinin, MD (1 November 2022). "Long-Acting Reversible Contraception". Obstetrics and gynecology. 140 (5): 883–897. doi:10.1097/AOG.0000000000004967. PMID 36201766.
- ↑ ୨.୦ ୨.୧ ୨.୨ Callahan, Tamara; Caughey, Aaron B. (2013). Blueprints Obstetrics and Gynecology (in ଇଂରାଜୀ). Lippincott Williams & Wilkins. p. 320. ISBN 9781451117028. Archived from the original on 2021-08-28. Retrieved 2020-08-27.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "IUD (intrauterine device)". Contraception guide. NHS Choices. Archived from the original on 9 August 2017. Retrieved 13 July 2023.
- ↑ ୪.୦ ୪.୧ Hurd, [edited by] Tommaso Falcone, William W. (2007). Clinical reproductive medicine and surgery. Philadelphia: Mosby. p. 409. ISBN 9780323033091. Archived from the original on 2016-11-16. Retrieved 2016-02-01.
{{cite book}}
:|first=
has generic name (help)CS1 maint: multiple names: authors list (link) - ↑ ୫.୦ ୫.୧ ୫.୨ ୫.୩ Gabbe, Steven (2012). Obstetrics: Normal and Problem Pregnancies. Elsevier Health Sciences. p. 527. ISBN 9781455733958. Archived from the original on 2016-11-16. Retrieved 2016-02-01.
- ↑ ୬.୦ ୬.୧ Shoupe, Donna (2011). Contraception (in ଇଂରାଜୀ). John Wiley & Sons. p. 96. ISBN 9781444342635. Archived from the original on 2021-08-28. Retrieved 2020-08-27.
- ↑ Coles, Mandy S.; Mays, Aisha (2 August 2019). Optimizing IUD Delivery for Adolescents and Young Adults: Counseling, Placement, and Management (in ଇଂରାଜୀ). Springer. p. 143. ISBN 978-3-030-17816-1. Archived from the original on 15 July 2023. Retrieved 14 July 2023.
- ↑ "IUD Birth Control | Info About Mirena & Paragard IUDs". www.plannedparenthood.org (in ଇଂରାଜୀ). Archived from the original on 4 January 2021. Retrieved 14 July 2023.
- ↑ ୯.୦ ୯.୧ Ton, Joey (6 February 2022). "#308 Can It Stay or Must It Go? Extended Use of Intrauterine Devices". CFPCLearn. Archived from the original on 28 March 2023. Retrieved 14 June 2023.
- ↑ ୧୦.୦ ୧୦.୧ "Emergency Contraception". www.acog.org (in ଇଂରାଜୀ). Archived from the original on 2020-06-22. Retrieved 2020-06-18.
- ↑ "Science Update: Hormonal IUD as effective as a copper IUD at emergency contraception and with less discomfort, NICHD-funded study suggests". 2021-02-04. Archived from the original on 2021-07-26. Retrieved 2021-07-26.
- ↑ ୧୨.୦ ୧୨.୧ Marnach, ML; Long, ME; Casey, PM (March 2013). "Current issues in contraception". Mayo Clinic Proceedings. 88 (3): 295–9. doi:10.1016/j.mayocp.2013.01.007. PMID 23489454.
- ↑ ୧୩.୦ ୧୩.୧ Committee on Adolescent Health Care Long-Acting Reversible Contraception Working Group, The American College of Obstetricians and, Gynecologists (October 2012). "Committee opinion no. 539: adolescents and long-acting reversible contraception: implants and intrauterine devices". Obstetrics and Gynecology. 120 (4): 983–8. doi:10.1097/AOG.0b013e3182723b7d. PMID 22996129.
- ↑ PharmD, Audrey Kelly (16 December 2022). "Contraception Editorial September 2023 - The Potential of Long-acting Reversible Contraception to Decrease Unintended Pregnancy". Association of Reproductive Health Professionals - Sexual Solutions From Experts. Archived from the original on 6 April 2023. Retrieved 14 July 2023.
- ↑ "Products - Data Briefs - Number 188 - February 2015". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 2018-10-18. Retrieved 2018-03-27.
- ↑ "New Study Finds Women's Health Providers Use IUDs More Than Any Other Method of Birth Control". www.plannedparenthood.org (in ଇଂରାଜୀ). Archived from the original on 2018-10-18. Retrieved 2018-03-27.
- ↑ Sonfield, Adam (Fall 2007). "Popularity Disparity: Attitudes About the IUD in Europe and the United States". Guttmacher Policy Review. Guttmacher Institute. Archived from the original on 2010-03-07. Retrieved 2016-06-04.