ଜରାୟୁର ଅସ୍ୱାଭାବିକ ରକ୍ତସ୍ରାବ
ଜରାୟୁର ଅସ୍ୱାଭାବିକ ରକ୍ତସ୍ରାବ (ଇଂରାଜୀ ଭାଷାରେ Abnormal uterine bleeding/ AUB) ଏକ ପ୍ରକାର ସ୍ତ୍ରୀରୋଗ ଯେଉଁଥିରେ ଜରାୟୁରୁ (uterus) ଯୋନୀପଥ (vaginal bleeding) ବାଟ ଦେଇ ଅନିୟମିତ, ଅସାଧାରଣ ରକ୍ତସ୍ରାବ ହୁଏ ଯାହାର ପରିମାଣ ଅଧିକ ହୁଏ (more than normal), ବାରମ୍ବାର ହୁଏ, ଅଧିକ ସମୟ ପର୍ଯ୍ୟନ୍ତ ହୁଏ ।[୧][୨] ଗର୍ଭାବସ୍ଥାର ଯୋନୀପଥ ରକ୍ତସ୍ରାବକୁ Vaginal bleeding during pregnancy ଏହି ରକ୍ତସ୍ରାବର ଅନ୍ତର୍ଭକ୍ତ କରାଯାନାହିଁ । [୨] ଲୌହ ଅଭାବ ଆନିମିଆ (Iron deficiency anemia) ହୋଇପାରେ ଓ ଜୀବନର ଗୁଣବତ୍ତା (quality of life) ନଷ୍ଟ ହୋଇଯାଏ । [୩]
ଜରାୟୁର ଅସ୍ୱାଭାବିକ ରକ୍ତସ୍ରାବ (Abnormal uterine bleeding) | |
---|---|
Dysfunctional uterine bleeding (DUB), abnormal vaginal bleeding | |
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Gynecology) |
ଲକ୍ଷଣ | ଅନିୟମିତ, ଅସାଧାରଣ ବାରମ୍ବାର, ଅଧିକ ସମୟ ବା ଅଧିକ ପରିମାଣର ଜରାୟୁର ରକ୍ତସ୍ରାବ (uterine bleeding)[୧] |
କାରଣ | ଓଭ୍ୟୁଲେସନ ସମସ୍ୟା (Ovulation), ଜରାୟୁ ଫାଇବ୍ରଏଡ (fibroids), ଆଡେନୋମାଇକୋସିସ (lining of the uterus growing into the uterine wall), ଜରାୟ ପଲିପ (uterine polyps), ଅନ୍ତର୍ନିହିତ ରକ୍ତସ୍ରାବ ସମସ୍ୟା (bleeding problems), ଜନ୍ମ ନିୟନ୍ତ୍ରଣର (birth control) ପାର୍ଶ୍ୱ ପ୍ରତିକ୍ରିୟା, କର୍କଟ ରୋଗ [୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ, ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ (medical imaging), ହିସ୍ଟରେସ୍କୋପି (hysteroscopy)[୩] |
ସଠିକ ରୋଗ ନିର୍ଣ୍ଣୟ | ଏକ୍ଟୋପିକ ଗର୍ଭାଧାନ (Ectopic pregnancy)[୪] |
ଚିକିତ୍ସା | ହରମୋନାଲ ଜନ୍ମ ନିୟନ୍ତ୍ରଣ (Hormonal birth control), ଜିଏନଆରଏଚ ଆଗୋନିସ୍ଟ (GnRH agonists), ଟ୍ରାନେକ୍ସାମିକ ଏସିଡ (tranexamic acid), ଏନଏସଏଆଇଡି (NSAIDs), ଅପରେଶନ[୧][୫] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ [୩] |
ଅନ୍ତର୍ନିହିତ କାରଣମାନଙ୍କ ମଧ୍ୟରେ ଓଭ୍ୟୁଲେସନ ସମସ୍ୟା (Ovulation), ଜରାୟୁ ଫାଇବ୍ରଏଡ (fibroids), ଆଡେନୋମାଇକୋସିସ (lining of the uterus growing into the uterine wall), ଜରାୟ ପଲିପ (uterine polyps), ଅନ୍ତର୍ନିହିତ ରକ୍ତସ୍ରାବ ସମସ୍ୟା (bleeding problems), ଜନ୍ମ ନିୟନ୍ତ୍ରଣର (birth control) ପାର୍ଶ୍ୱ ପ୍ରତିକ୍ରିୟା, କର୍କଟ ରୋଗ ହୋଇପାରେ ।[୨] ଏକାଧିକ କାରଣ ମଧ୍ୟ ଥାଇପାରେ ।[୨] ରୋଗୀ ଦେଖିଲା ବେଳେ ପ୍ରଥମେ ଅର୍ବୁଦ ବା ଗର୍ଭାବସ୍ଥା ଅଛି କି ନାହିଁ ଦେଖିବାକୁ ପଡ଼େ ।[୫][୨] ରୋଗ ନିର୍ଣ୍ଣୟ କରିବାରେ ମେଡିକାଲ ଇମେଜିଙ୍ଗ (medical imaging), ହିସ୍ଟରେସ୍କୋପି (hysteroscopy) ସାହାଯ୍ୟ କରେ । [୩]
ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୨][୩] ବିଭିନ୍ନ ପଦ୍ଧତିରୁ କାରଣ ଅନୁସାରେ ବାଛି ଚିକିତ୍ସା କରାଯାଏ ଯେପରିକି ହରମୋନାଲ ଜନ୍ମ ନିୟନ୍ତ୍ରଣ (Hormonal birth control), ଜିଏନଆରଏଚ ଆଗୋନିସ୍ଟ (GnRH agonists), ଟ୍ରାନେକ୍ସାମିକ ଏସିଡ (tranexamic acid), ଏନଏସଏଆଇଡି (NSAIDs) ଓ ଏଣ୍ଡୋମେଟ୍ରିଆଲ ଆବ୍ଲାସନ (endometrial ablation) ବା ହିସ୍ଟରେକ୍ଟୋମି (hysterectomy) ଅପରେଶନ ଇତ୍ୟାଦି ।[୧][୫] ପ୍ରଜନନକ୍ଷମ ମହିଳାଙ୍କ ମଧ୍ୟରୁ ପ୍ରାୟ ୨୦% ମହିଳା ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Abnormal Uterine Bleeding". ACOG. March 2017. Retrieved 11 September 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Bacon, JL (June 2017). "Abnormal Uterine Bleeding: Current Classification and Clinical Management". Obstetrics and Gynecology Clinics of North America. 44 (2): 179–193. doi:10.1016/j.ogc.2017.02.012. PMID 28499529.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Whitaker L, Critchley HO (July 2016). "Abnormal uterine bleeding". Best Pract Res Clin Obstet Gynaecol. 34: 54–65. doi:10.1016/j.bpobgyn.2015.11.012. PMC 4970656. PMID 26803558.
- ↑ "Vaginal Bleeding". Merck Manuals Professional Edition. Retrieved 11 September 2018.
- ↑ ୫.୦ ୫.୧ ୫.୨ Cheong, Y; Cameron, IT; Critchley, HOD (1 September 2017). "Abnormal uterine bleeding". British Medical Bulletin. 123 (1): 103–114. doi:10.1093/bmb/ldx027. PMID 28910998.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Merck Manual Abnormal Uterine Bleeding