ମିଶନ ଶକ୍ତି, ଓଡ଼ିଶା ସରକାରଙ୍କଦ୍ୱାରା[୧] ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରୁ ପ୍ରଚଳନ କରାଯାଇଥିବା ଏକ ଯୋଜନା ।[୨] ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଂଗଠିତ ଓ ମଜବୁତ କରିବା ମୂଳ ଉଦ୍ଦେଶ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ମହିଳା ଓ ଶିଶୁମାନଙ୍କ ପାଇଁ ବିଭିନ୍ନ ଯୋଜନା, ଶିଶୁ ଏବଂ ମହିଳା ପୁଷ୍ଟି, ମମତା ଯୋଜନା, ମିଶନ ଶକ୍ତି ଆଦି ବିଷୟରେ ସଚେତନତା ସୃଷ୍ଟି ପାଇଁ ୨୦୧୯ ମସିହାରେ ଏହି ମନ୍ତ୍ରଣାଳୟ "ଟିକି ମାଉସୀ"[୩] ନାମରେ ନିଜର ଏକ ମାସ୍କଟ ପ୍ରଚଳନ କରିଥିଲେ ।[୪]

୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସରେ, ଓଡ଼ିଶା ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ ଘୋଷଣା କରିଥିଲେ ।[୫]

ଆଧାର ସମ୍ପାଦନା

  1. Gillespie, Stuart; Pandya-Lorch, Rajul; Yosef, Sivan (29 June 2016). Nourishing millions: Stories of change in nutrition. Intl Food Policy Res Inst. pp. 154–. ISBN 978-0-89629-588-9.
  2. Navin Kumar Rajpal (12 May 2016). Microfinance and Tribal Women Entrepreneurs. Educreation Publishing. pp. 102–. GGKEY:9KEPEJ1TG5D.
  3. IAS INSIGHTS. OPSC Odisha Current Affairs Yearbook 2020: Latest General Knowledge. New Era Publication. pp. 33–. GGKEY:X58DCKENBEF.
  4. "ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ ମାସ୍କଟ "ଟିକି ମାଉସୀ'". nitidin.com. ନିତିଦିନ. Retrieved 12 February 2020.
  5. "ମହିଳାଙ୍କ ପାଇଁ 'ମିଶନ ଶକ୍ତି ବିଭାଗ' ଘୋଷଣା କଲେ ମୁଖ୍ୟମନ୍ତ୍ରୀ". www.dharitri.com/. ଧରିତ୍ରୀ. Archived from the original on 12 March 2020. Retrieved 12 March 2020.