ପ୍ରଥମ ପୁରୁଷ

ଓଡ଼ିଆ କବିତା ସଂକଳନ

ପ୍ରଥମ ପୁରୁଷ ୧୯୭୧ ମସିହାରେ ପ୍ରକାଶିତ ହୋଇଥିବା ଜଗନ୍ନାଥ ପ୍ରସାଦ ଦାସଙ୍କ ଏକ ଓଡ଼ିଆ କବିତା ସଂକଳନ ।[୧] ଏହି ବହିଟି ଅନନ୍ତ ମହାପାତ୍ରଙ୍କଦ୍ୱାରା ପ୍ରକାଶିତ ହୋଇଥିଲା ଏବଂ ଜଣାଶୁଣା କଥାଚିତ୍ର ନିର୍ମାତା ସତ୍ୟଜିତ ରାୟ ଏହାର ମଲାଟ ଛବି ଆଙ୍କିଥିଲେ । ପ୍ରକାଶନ ବେଳେ ଏହାର ମୂଲ୍ୟ ଥିଲା ୪ ଟଙ୍କା ।[୨] ଓଡ଼ିଆରେ ପ୍ରକାଶ ପାଇବା ପରେ ଏହା ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁବଙ୍ଗଳା ଭାଷାରେ ଅନୁବାଦ ହୋଇ ପ୍ରକାଶିତ ହୋଇଛି । ଏହି ବହିଟିର ୨ୟ ସଂସ୍କରଣ ୧୯୮୧ ମସିହାରେ ଓ ୩ୟ ସଂସ୍କରଣ ୨୦୧୪ ମସିହାରେ ପ୍ରକାଶିତ ହୋଇଥିଲା ।

ପ୍ରଥମ ପୁରୁଷ  
Cover
ପ୍ରଥମ ପୁରୁଷର ପ୍ରଚ୍ଛଦ ଚିତ୍ର
ଲେଖକଜଗନ୍ନାଥ ପ୍ରସାଦ ଦାସ
ମଲାଟ ଚିତ୍ରକରସତ୍ୟଜିତ ରାୟ
ଦେଶଭାରତ
ଭାଷାଓଡ଼ିଆ
ବିଭାଗକବିତା ସଂକଳନ
ପ୍ରକାଶକଅନନ୍ତ ମହାପାତ୍ର
ପ୍ରକାଶ ତାରିଖଡିସେମ୍ବର ୧୯୭୧
ମାଧ୍ୟମ ପ୍ରକାରବହି
ପୃଷ୍ଠା୬୩

ରଚନା, ପ୍ରକାଶନ ଓ ଅନୁବାଦ ସମ୍ପାଦନା

୧୯୭୦-୭୧ ମସିହାରେ ଏହି ବହିରେ ସ୍ଥାନିତ କବିତାଗୁଡ଼ିକ ରଚନା କରାଯାଇଥିଲା । ୧୯୭୧ ଡିସେମ୍ବରରେ ଏହା ପ୍ରକାଶ ପାଇବା ପରେ ୧୯୭୨ ମସିହାରେ ବଙ୍ଗଳା-ଭାଷୀ ଭାରତୀୟ କବି ଶକ୍ତି ଚଟ୍ଟୋପାଧ୍ୟାୟ ଉପସ୍ଥିତିରେ କଲିକତାରେ ଏହାର କବିତାଗୁଡ଼ିକ ପାଠ କରାଯାଇଥିଲା ।[୨]

ହିନ୍ଦୀ ଅନୁବାଦ ସମ୍ପାଦନା

୧୯୭୪ ମସିହାରେ ଶଙ୍କରଲାଲ ପୁରୋହିତଙ୍କଦ୍ୱାରା ଏହାର ହିନ୍ଦୀ ଅନୁବାଦ ପ୍ରକାଶ ପାଇଥିଲା, ଯାହାକି ଆଲ୍ଲାହାବାଦର ଲହର ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା ।[୩] ହିନ୍ଦୀ ସଂସ୍କରଣଟିର ପ୍ରଚ୍ଛଦ ଛବି ଆଙ୍କିଥିଲେ ଅସିତ ମୁଖାର୍ଜୀ । ଏହାର ମୂଲ୍ୟ ଥିଲା ୬ ଟଙ୍କା ।[୨]

ଇଂରାଜୀ ଅନୁବାଦ ସମ୍ପାଦନା

୧୯୭୬ ମସିହାରେ ଏହାର ଇଂରାଜୀ ଅନୁବାଦ ପ୍ରକାଶିତ ହୋଇଥିଲା, ଯାହାକୁ ଅନୁବାଦ କରିଥିଲେ ଦେବ ପଟ୍ଟନାୟକ । ଆର୍‌ନୋଲ୍ଡ ହେଇନେମାନ୍ନଦ୍ୱାରା ପ୍ରକାଶିତ ହୋଇଥିବା ଏହି ସଂସ୍କରଣ୍ଟିର ମୂଲ୍ୟ ରଖାଯାଇଥିଲା ୧୫ ଟଙ୍କା ।[୨] ଇଂରାଜୀରେ ଏହାର ନାମ ଥିଲା ଫାର୍ଷ୍ଟ ପର୍‌ସନ୍ (First Person)[୩]

ଉର୍ଦ୍ଦୁ ଅନୁବାଦ ସମ୍ପାଦନା

୧୯୭୯ ମସିହାରେ ସାହିଦା ସୟିଦଙ୍କଦ୍ୱାରା ଉର୍ଦ୍ଦୁରେ ଅନୁବାଦ ହୋଇ ନୂଆଦିଲ୍ଲୀସ୍ଥିତ ପ୍ରକାଶନ ସଂସ୍ଥା ମାର୍କକଇ-ମୁଆଶି-ତରକ୍କୀଦ୍ୱାରା ଏହାର ଉର୍ଦ୍ଦୁ ଅନୁବାଦ ପ୍ରକାଶିତ ହୋଇଥିଲା । ଏହା ଶୀର୍ଷକ ରଖାଯାଇଥିଲା ପରଛାଇଓଁ କା ଜୁଲୁସ । ଏହି ସଂସ୍କରଣର ମୂଲ୍ୟ ରଖାଯାଇଥିଲା ୧୦ ଟଙ୍କା ।[୪]

ବଙ୍ଗଳା ଅନୁବାଦ ସମ୍ପାଦନା

୨୦୦୩ ମସିହାରେ ଏହି ବହିଟିର ବଙ୍ଗଳା ଅନୁବାଦ କରିଥିଲେ ବିଭୂତି ଭୂଷଣ ଭଟ୍ଟାଚାର୍ଯ୍ୟ, ଯାହାକି କଲିକତାସ୍ଥିତ ପ୍ରକାଶନ ସଂସ୍ଥା ନୟା ଉଦ୍ୟୋଗଦ୍ୱାରା ପ୍ରକାଶିତ ହୋଇଥିଲା । ପ୍ରକାଶନ ବେଳେ ଏହାର ମୂଲ୍ୟ ଥିଲା ୩୦ ଟଙ୍କା ।[୪]

ଅନ୍ୟ ପୁସ୍ତକରେ ସ୍ଥାନ ସମ୍ପାଦନା

୧୯୯୫ ମସିହାରେ ଜଗନ୍ନାଥ ପ୍ରସାଦ ଦାସଙ୍କଦ୍ୱାରା ପ୍ରକାଶିତ ସମଗ୍ର କବିତା ସଂକଳନ ପୂର୍ବାପରରେ ଏଥିରେ ପ୍ରକାଶିତ କବିତାଗୁଡ଼ିକ ସ୍ଥାନିତ ହୋଇଥିଲା, ଯେଉଁଥିରେ କିଛି ପରିବର୍ତ୍ତନ ପରିବର୍ତ୍ତନ କରାଯାଇଥିଲା । ୨୦୧୧ ମସିହାରେ ପ୍ରକାଶିତ ଅନ୍ୟ ଏକ କବିତା ସଂକଳନ ସମଗ୍ର କବିତାରେ ଏହା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ।[୪]

ପର ଓଡ଼ିଆ ସଂସ୍କରଣ ସମ୍ପାଦନା

୧୯୮୧ ଏହି ବହିଟିର ଦଶବର୍ଷ ପୂରଣ ହେବା ପରେ ଏହାର ୨ୟ ସଂସ୍କରଣ ଫ୍ରେଣ୍ଡସ୍ ପବ୍ଲିଶର୍ସ ପ୍ରକାଶ କରିଥିଲା, ଯାହା ସମ୍ପାଦନା କରିଥିଲେ ଖଗେଶ୍ୱର ମହାପାତ୍ର ।[୪] ୨୦୧୪ ମସିହାରେ ଟାଇମ୍‌ପାସ‌ଦ୍ୱାରା ଏହାର ୩ୟ ସଂସ୍କରଣ ପ୍ରକାଶିତ ହୋଇଥିଲା ।

ଆଧାର ସମ୍ପାଦନା

  1. "J. P. Das, Jagannath Prasad Das, Oriya literature, Indian poetry, Indian literature, Biography, Works". IndiaVideo. Retrieved 2023-09-04.
  2. ୨.୦ ୨.୧ ୨.୨ ୨.୩ ପ୍ରଥମ ପୁରୁଷ (in ଓଡ଼ିଆ) (3rd ed.). ଭୁବନେଶ୍ୱର: ଟାଇମ୍ ପାସ୍. 2014. p. 78. Retrieved 4 September 2023.{{cite book}}: CS1 maint: unrecognized language (link)
  3. ୩.୦ ୩.୧ "Jagannath Prasad Das" (PDF). meet the author (in English). Sahitya Akademi: 2. 4 December 2002. Retrieved 4 September 2023.{{cite journal}}: CS1 maint: unrecognized language (link)
  4. ୪.୦ ୪.୧ ୪.୨ ୪.୩ ପ୍ରଥମ ପୁରୁଷ (in ଓଡ଼ିଆ) (3rd ed.). ଭୁବନେଶ୍ୱର: ଟାଇମ୍ ପାସ୍. 2014. p. 79. Retrieved 4 September 2023.{{cite book}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା