ପୋଡ଼ ପିଠା
ପୋଡ଼ ପିଠା ବା ପୋଡ଼ାପିଠା ଏକ ପାରମ୍ପାରିକ ଓଡ଼ିଆ ପିଠା । ଏହା ଚାଉଳ ଚୁନା ଓ ଗୁଡ଼/ଚିନିତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରିକରାଯାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣିରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।
ଆରମ୍ଭ | |
---|---|
ଅଲଗା ନାଆଁ | ପୋଡ଼ |
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ଖାଇବାର ମେଳଣ | ଖାଲି ବା କ୍ଷୀର ସହିତ, ଭୋଗ ଭାବରେ |
ବାଢ଼ିବାର ତାତି | ଗରମ, ଥଣ୍ଡା |
ମୂଳ ଉପାଦାନ | ଚାଉଳ, ଗୁଡ଼, ନଡ଼ିଆ, ଗୁଡ଼ |
ଉପାଦାନ
ସମ୍ପାଦନାତିଆରି ପ୍ରଣାଳୀ
ସମ୍ପାଦନାପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।[୧]
ବାହୁଡ଼ା ଯାତ୍ରାରେ ପୋଡ଼ ପିଠା
ସମ୍ପାଦନାବାହୁଡ଼ା ଦିନ ରଥାରୁଢ଼ ହୋଇ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଳଗନ୍ନାଥଙ୍କ ରଥରେ ପୋଡ଼ପିଠା ଭୋଗଲାଗିବା ପରେ ପରେ ରଥ ଗଡ଼େ । ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ । ଅଟା, ଘିଅ, ଚିନି, ଛେନା, ଲବଙ୍ଗ, ଗୁଜୁରାତି ପକାଯାଇ ତିନି ଠାକୁରଙ୍କ ପାଇଁ ଚାରିଟି ପୋଡ଼ପିଠା ପ୍ରସ୍ତୁତ ହୁଏ ।[୨] ପ୍ରଥମେ ଏସବୁ ଦ୍ରବ୍ୟ ମିଶାଯାଇ ଖଳି ପ୍ରସ୍ତୁତ ହୁଏ । ଏହାପରେ ଏକ ବଡ଼ ପାତ୍ରରେ ପାଣି ନିଆଯାଇ ଚୁଲିରେ ବସାଯାଏ । ପାଣି ଫୁଟିବା ପରେ ଏହି ପାତ୍ର ଭପରେ ଜାଲି ଦିଆଯାଇ ତା' ଉପରେ ଖଲିପତ୍ର ରଖାଯାଏ । ଖଲିପତ୍ର ଉପରେ ତାଟି ଦିଆଯାଇ ଆଉ ଏକ ଖଲିପତ୍ର ରଖାଯାଏ । ବାମ୍ପରେ ପ୍ରସ୍ତୁତ ହୁଏ ପିଠା । ପରେ ବାହାରକୁ କାଢ଼ି ଦିଆଯାଏ । ଥଣ୍ଡା ହେବାପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଗୁଆଘିଅରେ ଛଣାଯାଏ । ପରେ ଏହାକୁ ମାଟିହାଣ୍ଡିରେ ରଖି ଭୋଗ ଲଗାଯାଏ । [୩]
ଆଧାର
ସମ୍ପାଦନା- ↑ "PODA PITHA". Archived from the original on 2011-04-23. Retrieved 2011-07-11.
- ↑ "ବାମ୍ଫରେ ହୁଏ ମାଉସୀମା' ପୋଡ଼ପିଠା". dharitri.com. ୨୮ ଜୁନ ୨୦୧୨. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021.
{{cite web}}
: Check date values in:|date=
and|archivedate=
(help) - ↑ "ପୋଡ଼ପିଠା". epaper.prameyanews.com. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021.
{{cite web}}
: Check date values in:|archivedate=
(help)
ଅଧିକ ତଥ୍ୟ
ସମ୍ପାଦନା- Poda Pitha Archived 2014-06-19 at the Wayback Machine.