ପେରିନ କ୍ୟାପଟେନ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ପେରିନ ବେନ କ୍ୟାପଟେନ (୧୮୮୮-୧୯୫୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ଜଣାଶୁନା ଭାରତୀୟ ବୁଦ୍ଧିଜୀବୀ ତଥା ନେତା ଦାଦାଭାଇ ନାରୋଜିଙ୍କ ନାତୁଣୀ ଥିଲେ ।[୧] ଭାରତ ସରକାର ତାଙ୍କୁ ୧୯୫୪ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ, ଯାହାକି ଦେଶର ଅବଦାନ ପାଇଁ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ପୁରସ୍କାର [୨] ତାଙ୍କୁ ପୁରସ୍କାର ପ୍ରାପ୍ତ ପ୍ରଥମ ଗୋଷ୍ଠୀ ମଧ୍ୟରେ ସ୍ଥାନିତ କରିଥିଲା ।

ପେରିନ କ୍ୟାପଟେନ
Born୧୨ ଅକ୍ଟୋବର ୧୮୮୮
ମାଣ୍ଡବୀ, କୁଚ୍ ଜିଲ୍ଲା, ଗୁଜରାଟ, ଭାରତ
Died୧୯୫୮
Spouseଧୁଞ୍ଜିଶା ଏସ. କ୍ୟାପଟେନ
Parent(s)ଆର୍ଦେଶୀର
ବିରବାଇ ଦଦିନା
Awardsପଦ୍ମଶ୍ରୀ (୧୯୫୪)

ଜୀବନୀ ସମ୍ପାଦନା

ପେରିନ ବେନ ୧୨ ଅକ୍ଟୋବର ୧୮୮୮ ମସିହାରେ[୩] ଗୁଜରାଟର କୁଚ୍ ଜିଲ୍ଲା ଅନ୍ତର୍ଗତ ମାଣ୍ଡଭିର ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆର୍ଦେଶୀର ଜଣେ ଡାକ୍ତର ଏବଂ ଦାଦାଭାଇ ନାଓରୋଜିର ଜ୍ୟେଷ୍ଠ ପୁତ୍ର ଥିଲେ [୩] ଏବଂ ମାତା ବିରବାଇ ଦଦିନା ଜଣେ ଗୃହିଣୀ ଥିଲେ ।[୪] ସେ ୧୮୯୩ ମସିହାରେ ମାତ୍ର ୫ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ସେ ମୁମ୍ବାଇରେ ନିଜର ପ୍ରାଥମିକ ଶିକ୍ଷା କରିଥିଲେ । ପରେ, ସେ ପ୍ୟାରିସର ତୃତୀୟ ବିଶ୍ୱବିଦ୍ୟାଳୟ ସୋରବୋନ ନୋଭେଲରେ ଯୋଗ ଦେଇଥିଲେ, ଯେଉଁଠାରୁ ସେ ଫରାସୀ ଭାଷାରେ ଡିଗ୍ରୀ ହାସଲ କରିଥିଲେ । ପ୍ୟାରିସରେ ଥିବାବେଳେ ସେ ଭିକାଇଜୀ କାମାର ସର୍କଲକୁ ଆସି ସେମାନଙ୍କ କାର୍ଯ୍ୟକଳାପରେ ଭାଗ ନେବା ଆରମ୍ଭ କରିଥିଲେ । ଲଣ୍ଡନରେ ଗିରଫ ହେବା ପରେ ସେ ବିନାୟକ ଦାମୋଦର ସାବରକରଙ୍କୁ ମୁକ୍ତ କରିବା ଯୋଜନାରେ ସମ୍ପୃକ୍ତ ଥିବା ଜଣାଯାଇଛି ।[୫] ଏହି ସମୟ ମଧ୍ୟରେ, ସେ ୧୯୧୦ ମସିହାରେ ସାବରକର ଏବଂ ଭିକାଇଜୀ କାମାଙ୍କ ସହିତ ବ୍ରୁସେଲ୍ସରେ ଇଜିପ୍ଟର ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[୬][୭]

୧୯୧୧ ମସିହାରେ ଭାରତ ଫେରିବା ପରେ ପେରିନ ମହାତ୍ମା ଗାନ୍ଧୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ ଏବଂ ତାଙ୍କ ଆଦର୍ଶଦ୍ୱାରା ପ୍ରଭାବିତ ହୋଇଥିଲେ । ୧୯୧୯ ମସିହା ସୁଦ୍ଧା, ସେ ତାଙ୍କ ସହ କାମ କରିବା ଆରମ୍ଭ କରିଥିଲେ ଏବଂ ୧୯୨୦ ମସିହାରେ ସେ ସ୍ବଦେଶୀ ଆନ୍ଦୋଳନକୁ ନେଇ ଖଦୀ ପିନ୍ଧିବା ଆରମ୍ଭ କରିଥିଲେ । ୧୯୨୧ ମସିହାରେ, ସେ ଗାନ୍ଧୀ ଆଦର୍ଶ ଉପରେ ଆଧାରିତ ମହିଳା ଆନ୍ଦୋଳନ ରାଷ୍ଟ୍ରିୟ ସ୍ତ୍ରୀ ସଭା ପ୍ରତିଷ୍ଠା କରିବାରେ ସହଯୋଗ କରିଥିଲେ ।[୮]

ପେରିନ ୧୯୨୫ ମସିହାରେ ଓକିଲ ଧୁଞ୍ଜିଶା ଏସ. କ୍ୟାପଟେନଙ୍କୁ ବିବାହ କରିଥିଲେ କିନ୍ତୁ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନଥିଲେ । ସେ ବିବାହ ପରେ ନିଜର ସାମାଜିକ ସକ୍ରିୟତା ଜାରି ରଖିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଅନେକ ପରିଷଦରେ କାର୍ଯ୍ୟ କରିଥିଲେ । ସେ ୧୯୩୦ ମସିହାରେ ଏହି ପଦବୀକୁ ନିର୍ବାଚିତ ହେବାପରେ ବମ୍ବେ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ମହିଳା ସଭାପତି ହେଲେ । ସେ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଆରମ୍ଭ ହୋଇଥିବା ନାଗରିକ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ ଏବଂ କାରାଗାରରେ ରହିଥିଲେ ।

ଯେତେବେଳେ ୧୯୫୪ ମସିହାରେ ଭାରତ ସରକାର ପଦ୍ମ ନାଗରିକ ପୁରସ୍କାର ପ୍ରଣାଳୀ ପ୍ରଣୟନ କରିଥିଲେ, ସେତେବେଳେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତାଲିକାରେ ପେରିନ କ୍ୟାପଟେନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ପରେ ୧୯୫୮ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।

ଆଧାର ସମ୍ପାଦନା

  1. "Stree Shakthi". Stree Shakthi. 2015. Retrieved 31 March 2015.
  2. "Padma Shri" (PDF). Padma Shri. 2015. Archived from the original (PDF) on 15 October 2015. Retrieved 11 November 2014.
  3. ୩.୦ ୩.୧ Anup Taneja (2005). Gandhi, Women, and the National Movement, 1920-47. Har-Anand Publications. p. 244. ISBN 9788124110768.
  4. "Zoarastrians". Zoarastrians. 2015. Retrieved 1 April 2015.
  5. "Making Britain". The Open University. 2015. Retrieved 1 April 2015.
  6. Sikata Banerjee (2012). Make Me a Man!: Masculinity, Hinduism, and Nationalism in India. SUNY Press. p. 191. ISBN 9780791483695.
  7. Bonnie G. Smith, ed. (2008). The Oxford Encyclopedia of Women in World History: 4 Volume Set. Oxford University Press. p. 2752. ISBN 9780195148909.
  8. "Shodganga" (PDF). Shodganga. 2015. Retrieved 1 April 2015.