ପେଜିଣ୍ଟରଫେରନ ଆଲଫା-୨ବି

ପେଜିଣ୍ଟରଫେରନ ଆଲଫା-୨ବି ବା ପେଜିଲେଟେଡ ଇଣ୍ଟରଫେରନ ଆଲଫା-୨ବି/Pegylated interferon alfa-2b, ବିକ୍ରୟ ନାମ ପେଜିଣ୍ଟ୍ରନ/PegIntron ଏକ ଔଷଧ ଯାହା ହେପାଟାଇଟିସ ସିମେଲାନୋମା ରୋଗମାନଙ୍କରେ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ହେପାଟାଇଟିସ ସି ରୋଗପାଇଁ ଏହା ସ‌‌ହିତ ରିବାଭିରିନ ଦିଆଯାଏ ଓ ଆରୋଗ୍ୟ ହାର ପ୍ରାୟ ୩୩ରୁ ୮୨% ରହେ ।[୧][୨] ମେଲାନୋମା ନିମନ୍ତେ ଅପରେଶନ (surgery) କରାଯାଏ ଓ ଏହି ଔଷଧ ଦିଆଯାଏ । ଏହା ଚର୍ମତଳ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ । [୧]

ପେଜିଣ୍ଟରଫେରନ ଆଲଫା-୨ବି
Clinical data
Trade namesPegIntron, Sylatron, ViraferonPeg, others
AHFS/Drugs.com
MedlinePlusa605030
Pregnancy
category
  • C, X (with ribavirin)
Routes of
administration
subQ
ATC code
Pharmacokinetic data
Elimination half-life22–60 hrs
Identifiers
  • PEGylated human interferon alpha 2b
CAS Number
IUPHAR/BPS
DrugBank
ChemSpider
  • none
UNII
KEGG
ChEMBL
ECHA InfoCard100.208.164 Edit this at Wikidata
Chemical and physical data
FormulaC860H1353N229O255S9
Molar mass19269.1 g/mol
 ☒NcheckY (what is this?)  (verify)

ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ଏଥିରେ ଦେଖାଯାଏ ।[୩] ମୁଣ୍ଡବଥା, ଥକ୍କା ଅନୁଭବ, ମନୋଦଶାର ପରିବର୍ତ୍ତନ, ନିଦ୍ରା ସମସ୍ୟା, କେଶ ହାନି, ଅଇ, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଓ ଜ୍ୱର ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ (psychosis), ଯକୃତ ସମସ୍ୟା (liver problems), ରକ୍ତ ଜମାଟ (blood clots), ସଂକ୍ରମଣ (infections) ଓ ଅନିୟମିତ ହୃତ୍‌ସ୍ପନ୍ଦନ (irregular heartbeat) ହୋଇପାରେ । ଗର୍ଭାବସ୍ଥା ଥିଲେ ଏହା ସ‌ହିତ ରିବାଭିରିନ ଦିଆଯାଏନାହିଁ । ଏହା ଆଲଫା ଇଣ୍ଟରଫେରନ (alfa interferon) ପରିବାରର ଏକ ସଦସ୍ୟ ।[୧] ମଲିକ୍ୟୁଲ ଭାଙ୍ଗିବାରୁ ସୁରକ୍ଷା ଦେବାନିମନ୍ତେ ଏହା ପେଜିଲେଟେଡ (pegylated) ହୁଏ । [୩]

ସନ ୨୦୦୧ରେ ପେଜିଲେଟେଡ ଆଲଫା-୨ବି ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୨ ସପ୍ତାହ ଡୋଜର କ୍ରୟ ମୂଲ୍ୟ ୪,୮୦୦ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କ୍ରୟ ମୂଲ୍ୟ ୮୪୦୦ ଆମେରିକୀୟ ଡଲାର,[୩] କିନ୍ତୁ ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୨ସପ୍ତାହ ଡୋଜର ମୂଲ୍ୟ ୧୫୯୫ ପାଉଣ୍ଡ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Peginterferon Alfa-2b (Professional Patient Advice) - Drugs.com". www.drugs.com. Retrieved 12 January 2017.
  2. "ViraferonPeg Pen 50, 80, 100, 120 or 150 micrograms powder and solvent for solution for injection in pre-filled pen CLEAR CLICK - Summary of Product Characteristics (SPC) - (eMC)". www.medicines.org.uk. Archived from the original on 13 January 2017. Retrieved 12 January 2017.
  3. ୩.୦ ୩.୧ ୩.୨ "Peginterferon alfa-2b (PegIntron) - Treatment - Hepatitis C Online". www.hepatitisc.uw.edu. Retrieved 12 January 2017.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Inclusion of the injectable formulation of peginterferon alfa-2a and -2b is proposed for the treatment of hepatitis C among adults" (PDF). who.int. p. 11. Retrieved 12 January 2017.
  6. British national formulary : BNF 69 (69 ed.). British Medical Association. 2015. p. 639. ISBN 9780857111562.