ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ

ଦଶପଲ୍ଲାର ପୂର୍ବତନ ରାଜା ଏବଂ ଓଡ଼ିଆ ରାଜନୀତିଜ୍ଞ

ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ (ମୃତ୍ୟୁ: ୧୯ ଜୁନ ୨୦୦୬) ଦଶପଲ୍ଲାର ପୂର୍ବତନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବଂ ଲୋକ ସଭାରେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ । ୧୯୬୦ ମସିହାରେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପନିର୍ବାଚନରେ ସେ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ସେ ୧୯୬୨ ଭାରତୀୟ ସାଧାରଣ ନିର୍ବାଚନରେ ୩ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୦ – ୧୯୬୧
ପୂର୍ବ ଅଧିକାରୀକିଶୋର ଚନ୍ଦ୍ର ଦେଓ ଭଞ୍ଜ
ପର ଅଧିକାରୀସାହେବ ନାଏକ
ନିର୍ବାଚନ ମଣ୍ଡଳୀଦଶପଲ୍ଲା
ସାଂସଦ: ୩ୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁଜୁନ ୧୯, ୨୦୦୬(୨୦୦୬-୦୬-୧୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକମଳା ଦେବୀ
ବାପା/ବୋଉକିଶୋର ଚନ୍ଦ୍ର ଦେଓ ଭଞ୍ଜ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ବାପାଙ୍କ ନାମ କିଶୋର ଚନ୍ଦ୍ର ଦେଓ ଭଞ୍ଜ ଓଡ଼ିଶା ବିଧାନ ସଭା ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୨] ତାଙ୍କ ପତ୍ନୀଙ୍କ ନାମ କମଳା ଦେବୀ ।[୧] ସେ ଦଶପଲ୍ଲାର ରାଜା ଥିଲେ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ପୂର୍ଣ୍ଣଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥଲେ ।[୧]

ମୃତ୍ୟୁସମ୍ପାଦନ କରନ୍ତୁ

ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ୨୦୦୬ ମସିହାର ଜୁନ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Purna Chandra Bhanjadeo". odishaassembly.nic.in. Odisha Assembly. Retrieved 24 April 2020.
  2. "Shri Kishore Chandra Deo Bhanj". odishaassembly.nic.in. Odisha Assembly. Retrieved 28 April 2020.