କିଶୋର ଚନ୍ଦ୍ର ଦେଓ ଭଞ୍ଜ
କିଶୋର ଚନ୍ଦ୍ର ଦେଓ ଭଞ୍ଜ (ମୃତ୍ୟୁ: ୧୬ ଜାନୁଆରୀ ୧୯୬୦) ଦଶପଲ୍ଲାର ପୂର୍ବତନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କିଶୋର ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨ୟ ଓଡ଼ିଶା ବିଧାନ ସଭାରେ କିଶୋର ଚନ୍ଦ୍ର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ଫଳରେ ଉପନିର୍ବାଚନରେ ତାଙ୍କ ପୁଅ ନିର୍ବାଚିତ ହୋଇଥିଲେ ।[୧]
କିଶୋର ଚନ୍ଦ୍ର ଦେଓ ଭଞ୍ଜ | |
---|---|
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୦ | |
ପର ଅଧିକାରୀ | ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ |
ନିର୍ବାଚନ ମଣ୍ଡଳୀ | ଦଶପଲ୍ଲା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ଜାନୁଆରୀ ୧୬, ୧୯୬୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରାଜ ସୁନ୍ଦରୀ ଦେବୀ |
ସନ୍ତାନ | ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ |
ବାପା/ବୋଉ | ନାରାୟଣ ଭଞ୍ଜଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାକିଶୋର ଚନ୍ଦ୍ର ଦେଓ ଭଞ୍ଜଙ୍କ ବାପାଙ୍କ ନାମ ନାରାୟଣ ଭଞ୍ଜଦେଓ ଏବଂ ପତ୍ନୀଙ୍କ ନାମ ରାଜ ସୁନ୍ଦରୀ ଦେବୀ ।[୧] ସେ ଦଶପଲ୍ଲାର ରାଜା ଥିଲେ ।[୧] ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ମଧ୍ୟ ଜଣେ ରାଜନୀତିଜ୍ଞ ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।[୨]
ରାଜନୈତିକ ଜୀବନ
ସମ୍ପାଦନାକିଶୋର ଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥଲେ ।[୧]
ମୃତ୍ୟୁ
ସମ୍ପାଦନାକିଶୋର ଚନ୍ଦ୍ର ଦେଓ ଭଞ୍ଜ ୧୯୬୦ ମସିହାର ଜାନୁଆରୀ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Kishore Chandra Deo Bhanj". odishaassembly.nic.in. Odisha Assembly. Retrieved 28 April 2020.
- ↑ "Shri Purna Chandra Bhanjadeo". odishaassembly.nic.in. Odisha Assembly. Retrieved 24 April 2020.