ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଇଂରାଜୀ: Western Orissa Development Council - WODC) ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର ବିକାଶ ତ୍ୱରାନ୍ୱିତ ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ଗଠିତ ସ୍ୱତନ୍ତ୍ର ଏକ ପରିଷଦ ।[୧][୨]

ବଲାଙ୍ଗୀର, ସୋନପୁର, ବୌଦ୍ଧ,ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାମାନ ଓ ଅନୁଗୋଳର ଆଠମଲ୍ଲିକ ଉପଖଣ୍ଡ ଅପେକ୍ଷାକୃତ କମ ଅଗ୍ରସର ଥିବାରୁ ବିକାଶ ଧାରାରେ ସାମଞ୍ଜସ୍ୟ ଆଣିବାପାଇଁ ରାଜ୍ୟ ସରକାର ପଶ୍ଚିମଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ । ସମୁଦାୟ ୮୯ଟି ବ୍ଲକ ଏହାର ଅଧୀନସ୍ଥ ଅଟେ । 'ପି ସି ଘଡ଼ାଇ କମିଟି ୧୯୯୪'ଙ୍କ ମତେ ଏଥିମଧ୍ୟରୁ ୩୪ଟି ଅତି ପଛୁଆ, ୨୫ଟି ପଛୁଆ, ୨୫ଟି ବିକାଶ ଉନ୍ମୋଖି ଏବଂ ୫ଟି ବିକଶିତ ବ୍ଲକ ଅଟେ ।

ଗଠନ ଓ ପରିଚାଳନା ସମ୍ପାଦନା

WODC ଆଇନ ୧୯୯୮ ଅନୁସାରେ ୧୧ ନଭେମ୍ବର ୧୯୯୮ ମସିହାରେ ଏଇ ପରିଷଦ ଗଠିତ ହୋଇଥିଲା । WODC ଆଇନ ୨୦୦୦ ଅନୁସାରେ ୨୦୦୦ ମସିହା ୫ ନଭେମ୍ବରରେ ପୁନଃଗଠିତ ହୋଇଥିଲା । ଏଥିରେ ଏହି ବିକାଶ ପରିଷଦ ଅଞ୍ଚଳର ବିଭିନ୍ନ ଲୋକପ୍ରତିନିଧିଙ୍କ ସମେତ ବିଷୟ ବିଶେଷଜ୍ଞମାନେ ସଦସ୍ୟ ରହିଥାନ୍ତି ।[୩][୪][୫][୬][୭]

ପାଣ୍ଠି ସମ୍ପାଦନା

ରାଜ୍ୟ ବଜେଟ ୮୪ ହଜାର କୋଟିରୁ ଏହି ପରିଷଦକୁ ସରକାର ବର୍ଷକୁ ୧୦୦ କୋଟି ଟଙ୍କା ମଂଜୁର କରିଥାନ୍ତି । [୮][୯] ସେହି ଅର୍ଥ ପୁନର୍ବାର ପରିଷଦ ଏହା ଅଧୀନ ୧୧ଟି ଜିଲ୍ଲାକୁ ପ୍ରକଳ୍ପ ପ୍ରସ୍ତାବ ହିସାବରେ ଆବଣ୍ଟନ କରିଥାନ୍ତି ।[୧୦][୧୧] ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନିଜସ୍ୱ ପାଣ୍ଠି ନାହିଁ । ପ୍ରତିବର୍ଷ ରାଜ୍ୟ ସରକାର ପରିଷଦ ପାଇଁ ଯେଉଁ ବ୍ୟୟବରାଦ କରନ୍ତି ସେଥିରୁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲାଗି ପରିଷଦ ଜିଲ୍ଲା, ବ୍ଲକ ଏବଂ ପୌର ପ୍ରଶାସନ ମାଧ୍ୟମରେ ଅନୁଦାନ ଦେଇଥାନ୍ତି । ୨୦୧୬ ଡିସେମ୍ବର ଶେଷ ସୁଦ୍ଧା ପରିଷଦ ସମୁଦାୟ ୨୬,୨୨୦ଟି ପ୍ରକଳ୍ପ ପାଇଁ ୧୧୪୮ କୋଟି ୮୭ ଲକ୍ଷ ଟଙ୍କାର ମଞ୍ଜୁରି କରିଥିଲେ ।[୧୨][୧୩]

ଅଧିକ ତଥ୍ୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

ଆଧାର ସମ୍ପାଦନା

  1. "ଦଳୀୟ ଆଧାରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ମନୋନୀତ କରାଯାଉଛି". Odishareporter.in. Retrieved 21 January 2017.
  2. "ଆର୍କାଇଭ୍ କପି". Archived from the original on 2017-04-21. Retrieved 2017-01-21. {{cite web}}: Cite has empty unknown parameter: |1= (help)
  3. "ପଶ୍ଚିମ ଓଡ଼ିଶା ବିକାଶ: ୩ଠଠ କୋଟିର ୟୁସି ବାକି". Sarbasadharana.com. Retrieved 21 January 2017.[permanent dead link]
  4. "ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂତନ ଅଧ୍ୟକ୍ଷା ଭାବେ ସୁନ୍ଦରଗଡ଼ ରାଣୀ ପଦ୍ମିନୀ ଶେଖର ଦେଓଙ୍କ ନିଯୁକ୍ତି". rourkelacity.com. Retrieved 21 January 2017.
  5. "ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି : ନରସିଂହ". Odia spot news.in. Retrieved 21 January 2017.
  6. http://www.ptinews.com/news/569403_Orissa-assembly-adjourned-as-Cong-members-create-uproar
  7. http://www.dailypioneer.com/242874/Assembly-adjourned-thrice-over-WODC’s-functioning.html
  8. "ସରକାର ମିଛୁଆ' : ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଗୃହରେ ହଙ୍ଗାମା, ବିରୋଧୀଙ୍କ କକ୍ଷତ୍ୟାଗ". Sambad.in. Retrieved 21 January 2017.[permanent dead link]
  9. http://www.hindu.com/2009/12/12/stories/2009121255870300.htm
  10. {{cite web}}: Empty citation (help)
  11. "ହିସାବ କହୁଛି କେବିକେ ଓ ପଶ୍ଚିମ ଓଡ଼ିଶାକୁ ସରକାରୀ ଅବହେଳା". sambadepaper.in. 13 October 2015. {{cite news}}: |access-date= requires |url= (help)
  12. "ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ୩୦୦ କୋଟିର ବିନିଯୋଗ ପ୍ରମାଣପତ୍ର ମିଳୁନି". odishatime.com. Retrieved 21 January 2017.
  13. http://www.expressbuzz.com/edition/story.aspx?Title=Congress+MP+demands+separate+W+Orissa+state&artid=c9yWS5msdWc=&SectionID=mvKkT3vj5ZA=&MainSectionID=fyV9T2jIa4A=&SectionName=nUFeEOBkuKw=&SEO=