ମୁଖ୍ୟ ସୂଚୀ ଦେଖିବେ

ପର୍ଶୁରାମ ମିଶ୍ର

ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ

ପର୍ଶୁରାମ ମିଶ୍ର (୨୫ ଜାନୁଆରୀ ୧୮୯୪[୨] - ୪ ଅଗଷ୍ଟ, ୧୯୮୧) ଜଣେ ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । [୩]

ପର୍ଶୁରାମ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୨୫ ଜାନୁଆରୀ ୧୮୯୪(1894-01-25)
ତୁଲୁଣ୍ଡି, ବରପାଲି, ସମ୍ବଲପୁର
ମୃତ୍ୟୁ୪ ଅଗଷ୍ଟ ୧୯୮୧ (୮୭ ବର୍ଷ) [୧]
ଜୀବିକାଉଦ୍ଭିଦ ବିଜ୍ଞାନୀ, ଶିକ୍ଷାବିତ
ପୁରସ୍କାରପଦ୍ମଶ୍ରୀ

ଜୀବନୀସମ୍ପାଦନ କରନ୍ତୁ

ପର୍ଶୁରାମ, ୧୮୯୪ ମସିହାରେ ସମ୍ବଲପୁର ଜିଲ୍ଲାର ବରପାଲି ଅନ୍ତର୍ଗତ ତୁଲଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ଭାବରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୨୨ ମସିହାରେ ସେହି ଅନୁଷ୍ଠାନରେ ଉଦ୍ଭିଦବିଜ୍ଞାନ ବିଭାଗର ଅଧ୍ୟାପକ ଓ ପରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ମସିହାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଥାଇ, ସେ ଅବସର ଗ୍ରହଣ କରିଥିଲେ । ୧୯୫୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୧୯୬୭ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦବୀମଣ୍ଡନ କରିଥିଲେ । ସେ ଲିଡ୍ସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ପିଏଚଡି ହାସଲ କରିଥିଲେ ।[୪] ମିଶ୍ରଙ୍କ ନାମରେ ଏକ ଶିକ୍ଷାନୁଷ୍ଠାନ ଅଛି ।[୫] ୧୯୮୧ମସିହା ଅଗଷ୍ଟ ୪ତାରିଖରେ ପର୍ଶୁରାମ ମିଶ୍ରଙ୍କର ପରଲୋକ ଘଟିଥିଲା ।[୬]

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  • ପଦ୍ମଶ୍ରୀ, ୧୯୬୧[୭]
  • ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୨ (ବିବର୍ତ୍ତନ ପୁସ୍ତକ ନିମନ୍ତେ)

ଆଧାରସମ୍ପାଦନ କରନ୍ତୁ

  1. "ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି". ସମ୍ବାଦ. ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼. Retrieved 5 August 2015.
  2. Encyclopaedia of Education, Culture and Children's Literature: v. 3. Indian culture and education. Deep & Deep Publications. 2009. pp. 171–. ISBN 978-81-8450-150-6.
  3. "Welcome to Sambalpur University". suniv.ac.in. 2012. Retrieved 10 June 2012. The University started functioning from 1st January, 1967 with Prof.Parsuram Mishra as the first Vice-Chancellor.
  4. ଲିଡ୍ସ ବିଶ୍ୱବିଦ୍ୟାଳୟରେ ପଢୁଥିବାବେଳେ ପର୍ଶୁରାମ ମିଶ୍ରଙ୍କଦ୍ୱାରା ଲିଖିତ ଏକ ନିବନ୍ଧ
  5. "Dr.PARSHURAM  MISHRA  INSTITUTE  OF  ADVANCED STUDTY  IN  EDUCATION (PMIASE)". pmiasesambalpur.org. 2012. Retrieved 10 June 2012. Dr.P.M.Institute of Advanced Study in Education, Sambalpur has been named after (Late) Padmashree Dr.Parshuram Mishra, a renowned scientist
  6. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୪/୦୮/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 4 August 2017.
  7. "1961 Padma Shri Awards". indianetzone.com. 2012. Retrieved 20 June 2012. Dr. Parasuram Misra Literature & Education Orissa horizontal tab character in |quote= at position 21 (help)