ପର୍ଶୁରାମ ଧଡ଼ା
ପର୍ଶୁରାମ ଧଡ଼ା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପର୍ଶୁରାମ ଧଡ଼ା | |
---|---|
![]() | |
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ର ପ୍ରସାଦ ପରମାଣିକ |
ନିର୍ବାଚନ ମଣ୍ଡଳୀ | ସୋର |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବୃତ୍ତି | ରାଜନୀତିଜ୍ଞ |
ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ
ପର୍ଶୁରାମ ଧଡ଼ା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।
୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପର୍ଶୁରାମ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭାରେ ସେ ସମୁଦାୟ ୪୯,୭୯୯ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ସୁରେନ୍ଦ୍ର ପ୍ରସାଦ ପରମାଣିକ ତାଙ୍କୁ ୩୬୦ ଖଣ୍ଡରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପର୍ଶୁରାମ ବିଜେଡ଼ିର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୭,୩୧୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର ସମ୍ପାଦନ କରନ୍ତୁ
- ↑ "Shri Parsuram Dhada". odishaassembly.nic.in. Odisha Assembly. Retrieved 12 May 2019.
ବାହାର ଲିଙ୍କ ସମ୍ପାଦନ କରନ୍ତୁ
- ପର୍ଶୁରାମ ଧଡ଼ା ସୋର, naveenpatnaik.comରେ
- ପର୍ଶୁରାମ ଧଡ଼ା odishahelpline.comରେ