ପରୀ ଅପହରଣ ଓ ହତ୍ୟାକାଣ୍ଡ
ଏହି ପ୍ରସଙ୍ଗଟି ଏକ ଘଟୁଥିବା ଘଟଣା ବାବଦରେ । ଘଟଣା ଆଗକୁ ବଢ଼ିଲେ ସୂଚନାସବୁ ସଙ୍ଗେସଙ୍ଗେ ବଦଳିପାରେ ଓ ପ୍ରାରମ୍ଭିକ ଖବରଗୁଡ଼ିକ ବିଶ୍ୱସନୀୟ ହୋଇନପାରେ । ଏହି ପ୍ରସଙ୍ଗର ସଦ୍ୟତମ ବଦଳସବୁ ସଦ୍ୟତମ ସୂଚନା ସମ୍ପୂର୍ଣ୍ଣ ଭାବେ ପ୍ରତିଫଳନ କରିନପାରେ । |
ପରୀ ଅପହରଣ ଓ ହତ୍ୟାକାଣ୍ଡ ଓଡ଼ିଶାର ଯଦୁପୁର ଗ୍ରାମରେ ଘଟିଥିବା ଏକ ଅପହରଣ ଓ ହତ୍ୟାକାଣ୍ଡ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବର୍ତ୍ତମାନ ବିଚାରାଧୀନ ଏକ ଅପରାଧ ତଦନ୍ତ ମାମଲା । ନୟାଗଡ଼ ଜିଲ୍ଲାର ପାଞ୍ଚ ବର୍ଷୀୟା ଶିଶୁକନ୍ୟା ଅମୃତା ସ୍ନେହା (ପରୀ ନାମରେ ଜଣା) ୨୦୨୦ ଜୁଲାଇ ୧୪ ତାରିଖ ଦିନ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଚାରିମାସ ବିତିଲା ପରେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ପରୀର ପିତାମାତା ଓଡ଼ିଶା ବିଧାନ ସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ଘଟଣାଟି ଅଧିକ ଲୋକଲୋଚନକୁ ଆସିଥିଲା ଓ ଓଡ଼ିଶା ବ୍ୟାପୀ ବିଭିନ୍ନ ସଂଗଠନ ତରଫରୁ ତୁରନ୍ତ ତଦନ୍ତ ଓ ବିଚାର ପାଇଁ ଦାବୀ ହୋଇଥିଲା ।
ହତ୍ୟାକାଣ୍ଡ
ସମ୍ପାଦନା୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ଅମୃତା ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ପୋଲିସ ସବ ଇନସ୍ପେକ୍ଟରଙ୍କୁ ଭେଟିବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଅଧିକ ତଦନ୍ତ କରିଥିଲେ । ଘଟଣାର ୯ଦିନ ପରେ ଜୁଲାଇ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଅମୃତାର ବିଖଣ୍ଡିତ ଓ ଗଳିତ ମୃତଦେହ ମିଳିଥିଲା । ମୃତ ଶରୀରର ୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ ଏହି ବସ୍ତାରେ ଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପରିବାର ଲୋକେ ଅମୃତାକୁ କେହି ହତ୍ୟା କରି ଯକୃତ ଓ ଆଖି ତାଡ଼ି ନେଇଥିବାର ଅଭିଯୋଗ କରିଥିଲେ ।
ତଦନ୍ତ ପାଇଁ ଦାବୀ
ସମ୍ପାଦନାଏହି ଘଟଣାର ଅଧିକ ତଦନ୍ତ ଦାବୀ କରି ସ୍ଥାନୀୟ ବ୍ୟକ୍ତିବିଶେଷ ଓ ସଂଗଠନସବୁ ବିକ୍ଷୋଭ, ରାସ୍ତାରୋକ, ଆମରଣ ଅନଶନ କରିବା ପରେ ଉପଜିଲ୍ଲାପାଳ ଗଣମାଧ୍ୟମ ଉପସ୍ଥିତିରେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନ ସଭା ସାମ୍ନାରେ ଅମୃତାର ପିତା ଅଶୋକ ସାହୁ ଏବଂ ମାତା ସୌଦାମିନୀ ସାହୁ ଆତ୍ମାହୁତି ଉଦ୍ୟମ କରିଥିଲେ ।
ତଦନ୍ତ
ସମ୍ପାଦନା୨୦୨୦ ନଭେମ୍ବର ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧୁନା ଏହି ମାମଲାର ତଦନ୍ତ ଭାର ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଦଳ କରୁଛି ।[୧]
ଅଭିଯୁକ୍ତ
ସମ୍ପାଦନାଡିସେମ୍ବର ୨୦ ତାରିଖରେ ଯଦୁପୁର ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଆଇଟି ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ ଓ ତଦନ୍ତର ୨୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଗିରଫ ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତର ନାମ ପ୍ରକାଶ କରିନଥିଲା । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋସୋକୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିଲା ।[୨] ଡିସେମ୍ବର ୨୧ ତାରିଖରେ ତାଙ୍କୁ ନୟାଗଡ଼ ପୋକସୋ (POCSO) କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏଆଇଟି ଅନୁମତି ମାଗିଥିଲେ । ପୋକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏଆଇଟିକୁ ଅନୁମତି ଦେଇଥିଲେ । ଡିସେମ୍ବର ୨୧ରେ ଅଭିଯୁକ୍ତଙ୍କୁ ବିନା ଡେମୋରେ ନୟାଗଡ଼ ସବଜେଲକୁ ପଠାଇ ଦିଆଯାଇଥିଲା । ଅଭିଯୁକ୍ତ ସାବାଳକ ବୋଲି ତାଙ୍କ ମା' ଗଣମାଧ୍ୟମକୁ କହିଥିଲେ । ଜନ୍ମ ସାର୍ଟିଫିକେଟ ଅନୁସାରେ ତାଙ୍କ ବୟସ ୧୮ ବର୍ଷରୁ କମ ହୋଇଥିଲେ ମଧ୍ଯ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓସିଫିକେଶନ ପରୀକ୍ଷାରୁ ସେ ସେ ସାବାଳକ ବୋଲି ପ୍ରମାଣ ମିଳିଥିଲା ।[୩] ପ୍ରାଥମିକ ତଦନ୍ତରେ ଧର୍ଷଣ ମୁଖ୍ୟ ଅପରାଧ ଓ ହତ୍ୟା ପରେ ବଳାତ୍କାର କରାଯାଇଛି ବୋଲି ପ୍ରମାଣ ମିଳିଥିଲା ବୋଲି ଏସଆଇଟି ମୁଖ୍ୟ ପ୍ରକାଶ କରିଥିଲେ । ତେବେ ଅଭିଯୁକ୍ତର ପରିବାର ତାଙ୍କ ପୁଅକୁ ଭୟଭୀତ ହତ୍ୟାକାଣ୍ଡରେ ସମ୍ପୃକ୍ତି ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ ଥାନାରେ ଏସଆଇଟି ବିରୋଧରେ ଏତଲା ଦେଇଥିଲେ ।[୪] ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଅଭିଯୁକ୍ତର ପରିବାର ଲୋକେ ଡିସେମ୍ବର ୪ରେ ନ୍ୟାୟାଳୟରେ ଆବେଦନ କରିଥିଲେ । ନ୍ୟାୟାଳୟ ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରି ଅଭିଯୁକ୍ତକୁ ନାବାଳକ ଘୋଷଣା କରି କିଶୋର ନ୍ୟାୟ ପରିଷଦକୁ ଏହି ମାମଲା ହସ୍ତାନ୍ତର କରିଥିଲେ ଓ ସାବାଳକ ହୋଇନଥିବାରୁ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ କରିଥିଲେ ।[୩]
ଆଧାର
ସମ୍ପାଦନା- ↑ "ନୟାଗଡ଼ ପରୀ ହତ୍ୟାର ତଦନ୍ତ କରିବ ଏସଆଇଟି, ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଗଠନ, ସେପଟେ ମନ୍ତ୍ରୀ ଅରୁଣଙ୍କ ଇସ୍ତଫା ଦାବିରେ ଅଡି ବସିଛି ବିଜେପି". Prameyanews7. 28 November 2020. Retrieved 14 January 2021.
- ↑ "ପରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ - Dharitri". Dharitri Odia News. 22 December 2020. Retrieved 14 January 2021.
- ↑ ୩.୦ ୩.୧ "ପକ୍ସୋ କୋର୍ଟରେ 'ପରୀ' ଅଭିଯୁକ୍ତ | Kanak News". 5 January 2021. Retrieved 14 January 2021.
- ↑ "ପରୀ ହତ୍ୟାକାଣ୍ଡ : ଏସ୍ଆଇଟି ବିରୋଧରେ ଅଭିଯୁକ୍ତ ମା'ଙ୍କ ଏତଲା". Samaja Live.