ପବିତ୍ର ପାଣିଗ୍ରାହୀ
ପବିତ୍ର ପାଣିଗ୍ରାହୀ ( ଜନ୍ମ : ୫ ଜୁନ ୧୯୬୩), ଜଣେ ଓଡ଼ିଆ ଲେଖକ ।[୧] ସେ ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜଣେ ଇତିହାସ ଅଧ୍ୟାପକ ।
ପବିତ୍ର ପାଣିଗ୍ରାହୀ | |
---|---|
ଜନ୍ମ | |
ବୃତ୍ତି | ଅଧ୍ୟାପନା |
ଉଲ୍ଲେଖନୀୟ କୃତି | ଗପର ମୁହଁ |
ବୈବାହିକ-ସାଥୀ | ସୁଚିତ୍ରା ପାଣିଗ୍ରାହୀ |
ସନ୍ତାନ | ସୌମ୍ୟଶ୍ରୀ ପାଣିଗ୍ରାହୀ, ସତ୍ୟଶ୍ରୀ ପାଣିଗ୍ରାହୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର -୨୦୧୫ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାପବିତ୍ର ୧୯୬୩ ମସିହା ଜୁନ ମାସ ୫ତାରିଖ ଦିନ ଭଦ୍ରକ ଜିଲ୍ଲାର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ଭଦ୍ରକରୁ ସ୍କୁଲ କଲେଜ ଶିକ୍ଷା ସମାପ୍ତ କରି, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ତାଙ୍କ ପରିବାରେ ଧର୍ମପତ୍ନୀ ସୁଚିତ୍ରା ଓ ଜ୍ୟେଷ୍ଠ ପୁତ୍ର ସୌମଶ୍ରୀ ଉଭୟ ସାହିତ୍ୟିକ ଓ ଉଭୟଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । କନିଷ୍ଠ ପୁତ୍ରଙ୍କ ନାମ ସତ୍ୟଶ୍ରୀ ।
ରଚନାବଳୀ
ସମ୍ପାଦନାସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ଭଦ୍ରକ କଲେଜରେ ଆଇଏ ପଢୁଥିବା ସମୟରେ ତାଙ୍କର ପ୍ରଥମ ଗପ 'ଅନ୍ଧାରର ଅନ୍ଧ ମନ', କଲେଜ ପତ୍ରିକା 'ପଲ୍ଲୀ ଭାରତୀ'ରେ ପ୍ରକାଶ ପାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କର ସାହିତ୍ୟ ସର୍ଜନା ଅଧିକ ମୁଖରିତ ହୋଇଥିଲା । ବିଶ୍ୱବିଦ୍ୟାଳୟ ପତ୍ରିକା 'ବାଣୀ ବିକାଶ'ର ସେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦାନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରେମିକର ଦଶାବତାର ମଧ୍ୟ ପ୍ରକାଶ କରିଥିଲେ । ବସନ୍ତ ମୁଦୁଲୀ ସ୍ମୃତି ସଂସଦ ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।[୩]
ରଚନାବଳୀ
ସମ୍ପାଦନାପବିତ୍ରଙ୍କର ସମୁଦାୟ ୩୩ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥି ମଧ୍ୟରୁ ୮ଟି ଶିଶୁ ସାହିତ୍ୟ ଓ ୮ଟି କବିତା ପୁସ୍ତକ ଅନ୍ତର୍ଭୁକ୍ତ । ତାଙ୍କ ସମ୍ପାଦନାରେ ୬ଟି ଗଳ୍ପ, ୫ଟି କବିତା ଓ ୩ଟି ଅନୁଦିତ ପୁସ୍ତକ ପ୍ରକାଶିତ ହୋଇଛି ।
ଗଳ୍ପ ସଂକଳନସମ୍ପାଦନା |
ଉପନ୍ୟାସସମ୍ପାଦନା
କବିତା ସଂକଳନସମ୍ପାଦନା
ଜୀବନୀସମ୍ପାଦନା
ପ୍ରବନ୍ଧସମ୍ପାଦନା
|
ସମ୍ପାଦନା (ଗଳ୍ପ ସଂକଳନ)ସମ୍ପାଦନା
|
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ ( କ୍ଷୁଦ୍ରଗଳ୍ପ ସଂକଳନ 'ଗପର ମୁହଁ ପାଇଁ)[୬]
- ରାଜଧାନୀ ପୁସ୍ତକମେଳା ଗଳ୍ପ ପୁରସ୍କାର
- ପ୍ରଜାତନ୍ତ୍ର ବିଷୁବ ମିଳନ ଗଳ୍ପ ପୁରସ୍କାର
- ଦୁର୍ଗାମାଧବ ମିଶ୍ର ଗଳ୍ପ ପୁରସ୍କାର
- ଟାଇମପାସ ବେଷ୍ଟ ସେଲର ପୁରସ୍କାର
- ଗୋକର୍ଣ୍ଣିକା ରଜତ ଜୟନ୍ତୀ ଗଳ୍ପ ସମ୍ମାନ
- ଫକୀରମୋହନ ସାହିତ୍ୟ ସଂସଦ ଗଳ୍ପ ପୁରସ୍କାର[୭]
ଆଧାର
ସମ୍ପାଦନା- ↑ Auro Varat Patnaik (2 February 2015). Beauty Beyond Beauty. timepass. pp. 15–. ISBN 978-81-908537-3-6.
- ↑ "କଥାଶିଳ୍ପୀ ପବିତ୍ର ପାଣିଗ୍ରାହୀ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର". No. ସମାଜ ୧୧/୦୭/୨୦୨୦ ଉତ୍ତର ଓଡ଼ିଶା ସଂସ୍କରଣ ପୃଷ୍ଠା ୭. ସମାଜ. Archived from the original on 11 July 2020. Retrieved 11 July 2020.
{{cite news}}
: CS1 maint: bot: original URL status unknown (link) - ↑ http://www.thehindu.com/todays-paper/tp-national/tp-otherstates/Basant-Mudulis-poetry-celebrated/article15906917.ece
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ମେ ୨୭- ଜୁନ ୯, ୨୦୧୭ ପୃଷ୍ଠା ୨. Retrieved 7 June 2017.
- ↑ "ଲେଖକ ଦମ୍ପତିଙ୍କ 'ଛଳପୁରୁଷ' ଓ 'ଆଦିମ ଇଶ୍ୱରୀ' ଲୋକାର୍ପିତ: ନୂଆ ବହିର ବାସ୍ନା ସମସ୍ତଙ୍କ ତନୁମନକୁ ଶିହରିତ କରେ". ସକାଳ (in Odia). ବାରିକପୁର. 18 August 2024. p. 13. Archived from the original on 20 August 2024. Retrieved 20 August 2024.
{{cite news}}
: CS1 maint: unrecognized language (link) - ↑ "୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". No. ସମ୍ବାଦ ୧୧/୦୭/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ସମ୍ବାଦ. Retrieved 11 July 2020.
- ↑ "ଅଳ୍ପ ଆଳାପ". No. ସମ୍ବାଦ ୧୨/୪/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Archived from the original on ୧୫/୦୧/୨୦୨୧. Retrieved 12 April 2020.
{{cite news}}
: Check date values in:|archivedate=
(help)