ସୁଚିତ୍ରା ପାଣିଗ୍ରାହୀ
ଓଡ଼ିଆ କବୀ ଓ ଅନୁବାଦକ
ସୁଚିତ୍ରା ପାଣିଗ୍ରାହୀ ( ଜନ୍ମ : ୨ ଜାନୁଆରୀ ୧୯୬୩), ଜଣେ ଓଡ଼ିଆ କବି । 'କାଦମ୍ବିନୀ କବିତା ପୁରସ୍କାର', 'କବି ଦୀପକ ମିଶ୍ର ସ୍ମୃତି କବିତା ସମ୍ମାନ' ଆଦି ବହୁ ପୁରସ୍କାରରେ ସେ ସମ୍ମାନୀତା ।
ସୁଚିତ୍ରା ପାଣିଗ୍ରାହୀ | |
---|---|
ଜନ୍ମ | |
ବୈବାହିକ-ସାଥୀ | ପବିତ୍ର ପାଣିଗ୍ରାହୀ |
ସନ୍ତାନ | ସୌମ୍ୟଶ୍ରୀ ପାଣିଗ୍ରାହୀ, ସତ୍ୟଶ୍ରୀ ପାଣିଗ୍ରାହୀ |
ଜୀବନୀ ସମ୍ପାଦନା
ସୁଚିତ୍ରା, ୧୯୬୩ ମସିହାରେ ଜଳେଶ୍ୱର ଅନ୍ତର୍ଗତ ନାମ୍ପୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ତାଙ୍କର ପଠନ ରୁଚି ରହିଥିଲା, ଯାହା ସେ ନିଜ ପିତାଙ୍କଠାରୁ ପାଇଥିଲେ । ମାତା ତାଙ୍କୁ ଲେଖାଲେଖି କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ୧୯୯୦ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ଛାଇର ଛବି ପ୍ରକାଶ ପାଇଥିଲା । ତାଙ୍କ ପରିବାରରେ ସ୍ୱାମୀ ପବିତ୍ର ପାଣିଗ୍ରାହୀ ଜଣେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଓ ସେମାନଙ୍କର ଦୁଇ ପୁଅ ସୌମ୍ୟଶ୍ରୀ ଓ ସତ୍ୟଶ୍ରୀ ।
ରଚନାବଳୀ ସମ୍ପାଦନା
- ଛାଇର କବି
- କଥା ଅଛି
- ଚନ୍ଦନବନର ଛାଇ
- ହାତମୁଠାର ଛବି
- ଏତେ ଅଭିମାନ ଭଲ ନୁହେଁ
- ଚିରକାଳକୁ
- ନୂଆଜାଗାରେ (ଅରୁଣ କମଲଙ୍କ କବିତାର ଅନୁବାଦ)
- ଦୁଶ୍ଚକ୍ରରେ ସ୍ରଷ୍ଟା (ବୀରେନ ଡଙ୍ଗୱାଲଙ୍କ କବିତାର ଅନୁବାଦ)
ସମ୍ମାନ ଓ ପୁରସ୍କାର ସମ୍ପାଦନା
ଆଧାର ସମ୍ପାଦନା
- ↑ "ବିଜୟ, ହୃଦାନନ୍ଦ ଓ ସୁଚିତ୍ରାଙ୍କୁ ସୃଜନ ସମ୍ମାନ". www.odiapua.com. odiapua.com. Archived from the original on 15 April 2021. Retrieved 15 April 2021.
- ↑ "ସୃଜନ ସ୍ମୃତି". No. ଧରିତ୍ରୀ ସାହିତ୍ୟାୟନ ୧୫/୦୪/୨୦୨୧ ପୃଷ୍ଠା ୧୨. ଧରିତ୍ରୀ. 15 April 2021. Retrieved 15 April 2021.