ନେଗ୍ଲେରିଆସିସ
ନେଗ୍ଲେରିଆସିସ, ଯାହା ପ୍ରାଥମିକ ଆମିବିକ ମେନିଙ୍ଗୋଏନସେଫାଲାଇଟିସ୍ ( PAM ) ଭାବରେ ମଧ୍ୟ ଜଣାଶୁଣା, ନେଗଲେରିଆ ଫଉଲେରୀ (Naegleria fowleri) ଦ୍ୱାରା ମସ୍ତିଷ୍କର ସଂକ୍ରମଣ ହେଉଥିବା କୁହାଯାଏ ।[୩] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ସାଧାରଣତଃ ମୁଣ୍ଡବିନ୍ଧା, ଜ୍ୱର, ଅଇ, ଏବଂ ବାନ୍ତି ହୋଇପାରେ ।[୧] ଏହା ପରେ କଠିନ ବେକ, ଦ୍ୱନ୍ଦ୍ୱ, ହାଲୁସିନେସନ ଏବଂ ବାତ ହୋଇପାରେ ।[୧] ସାଧାରଣତଃ ସଂସ୍ପର୍ଶରେ ଆସିବାର ୧ରୁ ୧୨ ଦିନ ପରେ ରୋଗ ଆରମ୍ଭ ହୁଏ; ଏହ ଜନିତ ମୃତ୍ୟୁ ସାଧାରଣତଃ ୧୮ ଦିନ ମଧ୍ୟରେ ଘଟେ ।[୧]
Naegleriasis | |
---|---|
Primary amoebic meningoencephalitis (PAM), amoebic encephalitis, naegleria infection, amoebic meningitis | |
ଉଚ୍ଚାରଣ | |
ବିଭାଗ | Infectious disease |
ଲକ୍ଷଣ | Initial: Headache, fever, vomiting.[୧] Later: Stiff neck, confusion, hallucinations, seizures[୧] |
ଆକ୍ରାନ୍ତ ସମୟ | 1 to 12 days after exposure[୧] |
କାରଣ | Water contaminated by Naegleria fowleri up the nose[୨] |
ବିପଦ କାରକ | Young males[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Finding evidence of the organism in cerebrospinal fluid (CSF) or brain tissue[୪] |
ସଠିକ ରୋଗ ନିର୍ଣ୍ଣୟ | Other causes of meningitis[୫] |
ପ୍ରତିକାର | Not putting the head underwater, avoid stirring up sediment, wearing a nose clip, chlorination[୩] |
ଚିକିତ୍ସା | Amphotericin B, azithromycin, fluconazole, rifampin, miltefosine, dexamethasone, therapeutic hypothermia[୬] |
ପୁନଃପୌନିକ | Rare[୧] |
ମୃତ୍ୟୁ ସାନ୍ଦ୍ରତା | 97.5% risk of death[୧] |
ନେଗଲେରିଆ ଫଉଲେରୀ ସାଧାରଣତଃ ହ୍ରଦ, ନଦୀ, ଏବଂ ଗରମ ଝରଣା ଭଳି ସତେଜ ଜଳରେ ଦେଖାଯାଏ; ଏହା ମାଟିରେ ମଧ୍ୟ ଦେଖାଯାଏ ।[୭] ୪୬ ° C (115 ° F) ତାପମାତ୍ରାରେ ଏହାର ସର୍ବୋତ୍ତମ ବୃଦ୍ଧି ହୁଏ ।[୭] ଯଦି ଦୂଷିତ ଜଳ ନାକ ଭିତରକୁ ଯାଏ, ଯେପରିକି ପହଁରିବା କିମ୍ବା ନାକ ସେଚନ ତେବେ ସଂକ୍ରମଣ ହୋଇପାରେ ।[୨] [୭] ଏହା ସମୁଦ୍ର ଜଳରେ ବଞ୍ଚେ ନାହିଁ, ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ ଏବଂ ଦୂଷିତ ଜଳ ପିଇବା ପରେ ହୁଏ ନାହିଁ | [୩] [୭] ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ (CSF) କିମ୍ବା ମସ୍ତିଷ୍କ ତନ୍ତୁରେ ପରଜୀବୀ ପ୍ରମାଣ ଖୋଜି ପାଇଲେ ରୋଗ ନିର୍ଣ୍ଣୟ ନିଶ୍ଚିତ ହୁଏ | [୪] ଏହା ଏକ ପ୍ରକାର ଆମିବିକ ଏନସେଫାଲାଇଟିସ।[୮]
କ୍ଲୋରିନ ସାହାଯ୍ୟରେ ଜଳ ବିଶୋଧନ କରାଯାଇପାରେ ।[୭] ସଂକ୍ରମଣକୁ ରୋକିବା ପ୍ରୟାସରେ ମୁଣ୍ଡକୁ ପାଣି ଭିତରେ ନ ରଖିବା, ତଳେ ବସିଥିବା ଖାଦ ଉତ୍ତୋଳନରୁ ଦୂରେଇ ରହିବା ଏବଂ ନାକ କ୍ଲିପ୍ ପିନ୍ଧିବା ଇତ୍ୟାଦି କରାଯାଏ ।[୩] ଏହାର ଚିକିତ୍ସାରେ ସାଧାରଣତଃ ଆମ୍ଫୋଟେରିସିନ ବି, ଆଜିଥ୍ରୋମାଇସିନ୍, ଫ୍ଲୁକୋନାଜୋଲ, ରିଫାମ୍ପିସିନ, ମିଲ୍ଟେଫୋସିନ୍ ଏବଂ ଡେକ୍ସାମେଥାଜୋନ ଦିଆଯାଇଥାଏ ।[୬] ନିୟୋଜିତ ତାପମାତ୍ରା ପରିଚାଳନା ମଧ୍ୟ ବ୍ୟବହୃତ ହୋଇଛି ।[୬]
୧୯୬୨ ପରଠାରୁ ସାରା ବିଶ୍ୱରେ ମାତ୍ର ୪୪୦ ନେଗ୍ଲେରିଆସିସ ମାମଲା ରିପୋର୍ଟ ହୋଇଛି ଯାହା ଏକ ବିରଳ ଘଟଣା ।[୯] ଅଧିକାଂଶ ରିପୋର୍ଟ ଆମେରିକା, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସରୁ ଆସିଛି; ବିକାଶଶୀଳ ଦେଶମାନଙ୍କରେ ଅଧିକାଂଶ ରୋଗ ନିର୍ଣ୍ଣୟ କରାଯାଇ ପାରେ ନାହିଁ ବୋଲି ବିଶ୍ୱାସ କରାଯାଏ ।[୧୦] [୧୧] ଯୁକ୍ତରାଷ୍ଟ୍ରରେ ୧୯୬୨ରୁ ୨୦୨୨ ମସିହା ମଧ୍ୟରେ ୧୫୭ଟି ମାମଲା ଦଲିଲ କରାଯାଇଛି (ବର୍ଷକୁ ୦ରୁ ୮ ଟି ମାମଲା)। [୧] [୧୨] ଏହି ମାମଲାଗୁଡ଼ିକ ମଧ୍ୟରୁ ୪ ଜଣ (୨.୫%) ବଞ୍ଚି ପାରିଥିଲେ। ।[୧] ଅଧିକାଂଶ ମାମଲା ଯୁବା ପୁରୁଷମାନଙ୍କଠାରେ ଦେଖାଯାଏ ଏବଂ ଗ୍ରୀଷ୍ମ ମାସରେ ହୁଏ ।[୩] ଜଳବାୟୁ ପରିବର୍ତ୍ତନ ହେତୁ ଏହି ରୋଗ ବିସ୍ତାର ହୋଇଥିବାର ଦେଖାଯାଏ ।[୫] ଏହି ରୋଗ ପ୍ରଥମେ ୧୯୬୫ ମସିହାରେ ଅଷ୍ଟ୍ରେଲିଆରେ ରୋଗ ବର୍ଣ୍ଣନା କରାଯାଇଥିବାବେଳେ ୧୮୯୯ ମସିହାରେ ଏହି ରୋଗ କରୁଥିବା ପରଜୀବୀଙ୍କର ବର୍ଣ୍ଣନା କରାଯାଇଥିଲା।[୭] [୧୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Illness and Symptoms | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 11 May 2020. Retrieved 15 May 2023.
- ↑ ୨.୦ ୨.୧ "Naegleria fowleri — Primary Amebic Meningoencephalitis (PAM) — Amebic Encephalitis | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 11 April 2021. Retrieved 15 May 2023.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Facts about Naegleria fowleri and Primary Amebic Meningoencephalitis" (PDF). CDC. Archived (PDF) from the original on 9 March 2022. Retrieved 15 May 2023.
- ↑ ୪.୦ ୪.୧ "Diagnosis | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 October 2022. Archived from the original on 27 January 2023. Retrieved 15 May 2023.
- ↑ ୫.୦ ୫.୧ Cooper, AM; Aouthmany, S; Shah, K; Rega, PP (June 2019). "Killer amoebas: Primary amoebic meningoencephalitis in a changing climate". JAAPA : official journal of the American Academy of Physician Assistants. 32 (6): 30–35. doi:10.1097/01.JAA.0000558238.99250.4a. PMID 31136398.
- ↑ ୬.୦ ୬.୧ ୬.୨ "Treatment | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 14 February 2015. Retrieved 15 May 2023.
- ↑ ୭.୦ ୭.୧ ୭.୨ ୭.୩ ୭.୪ ୭.୫ "Pathogen and Environment | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 18 October 2022. Archived from the original on 6 February 2023. Retrieved 15 May 2023.
- ↑ Hara, T; Yagita, K; Sugita, Y (August 2019). "Pathogenic free-living amoebic encephalitis in Japan". Neuropathology : official journal of the Japanese Society of Neuropathology. 39 (4): 251–258. doi:10.1111/neup.12582. PMID 31243796.
- ↑ "Amoebic meningoencephalitis". The Encephalitis Society (in ଇଂରାଜୀ). Archived from the original on 28 November 2022. Retrieved 15 May 2023.
- ↑ Canada, Public Health Agency of (8 September 2011). "Pathogen Safety Data Sheets: Infectious Substances – Naegleria fowleri". www.canada.ca. Archived from the original on 28 March 2023. Retrieved 15 May 2023.
- ↑ ୧୧.୦ ୧୧.୧ Siddiqui, R; Khan, NA (August 2014). "Primary amoebic meningoencephalitis caused by Naegleria fowleri: an old enemy presenting new challenges". PLoS neglected tropical diseases. 8 (8): e3017. doi:10.1371/journal.pntd.0003017. PMID 25121759.
{{cite journal}}
: CS1 maint: unflagged free DOI (link) - ↑ "Prevention & Control | Naegleria fowleri | CDC". www.cdc.gov (in ଆମେରିକୀୟ ଇଂରାଜୀ). 3 May 2023. Archived from the original on 2 March 2023. Retrieved 15 May 2023.