ନିତ୍ୟାନନ୍ଦ ଗଣ୍ଡ

ଓଡ଼ିଆ ରାଜନୀତିଜ୍ଞ

ନିତ୍ୟାନନ୍ଦ ଗଣ୍ଡ (ଜନ୍ମ: ୧ ଜୁନ ୧୯୭୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନିତ୍ୟାନନ୍ଦ ଗଣ୍ଡ
ବିଧାୟକ: ୧୬ଶ, ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀସୁବାସ ଗଣ୍ଡ
ନିର୍ବାଚନ ମଣ୍ଡଳୀଉମରକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1978-06-01) ୧ ଜୁନ ୧୯୭୮ (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଚୈତି ଗଣ୍ଡ
ବାପା/ବୋଉସମରୁ ଗଣ୍ଡ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ନିତ୍ୟାନନ୍ଦ ଗଣ୍ଡ ୧୯୭୮ ମସିହାର ଜୁନ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସମରୁ ଗଣ୍ଡ ଓ ପତ୍ନୀଙ୍କ ନାମ ଚୈତି ଗଣ୍ଡ ।[]

ରାଜନୈତିକ ଜୀବନ

ସମ୍ପାଦନା

ନିତ୍ୟାନନ୍ଦ ଗଣ୍ଡ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୦,୧୭୦ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ନବିନା ନାୟକଙ୍କୁ ୧୦,୩୭୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହି ବିଧାନ ସଭାରେ, ସେ ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଦାୟିତ୍ୱରେ ଅଛନ୍ତି ।[]

  1. ୧.୦ ୧.୧ "Shri Nityananda Gond". odishaassembly.nic.in. Odisha Assembly. Retrieved 29 March 2022.
  2. "General Election to Assembly Constituencies 2024: Umerkote (Odisha)". Election Commission of India. Retrieved 11 June 2024.
  3. "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 2024-06-13. ISSN 0971-751X. Retrieved 2024-06-15.

ବାହାର ଆଧାର

ସମ୍ପାଦନା
  •   ଉଇକିମିଡ଼ିଆ କମନ୍ସରେ Nityananda Gond-ସମ୍ପର୍କିତ ମିଡ଼ିଆ