ନାଲା କୁର୍ମୁ ନାୟକଲୁ ଦୋରା

ଓଡ଼ିଆ ରାଜନୀତିଜ୍ଞ

ନାଲା କୁର୍ମୁ ନାୟକଲୁ ଦୋରା (୭ ସେପ୍ଟେମ୍ବର ୧୯୨୪ - ୨୦ ଫେବୃଆରୀ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନାଲା କୁର୍ମୁ ନାୟକଲୁ ଦୋରା
Kurma Naikulu N..jpg
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଦରପୁ ଲଚନା ନାଇଡ଼ୁ
ପର ଅଧିକାରୀବିଜୟ କୁମାର ଜେନା (ରାଜନେତା)
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବିଧାୟକ: ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୭୧
ପୂର୍ବ ଅଧିକାରୀଜଗନ୍ନାଥ ମିଶ୍ର, ଅପନା ଦୋରା ବିଶ୍ୱାସରାୟ
ପର ଅଧିକାରୀଦରପୁ ଲଚନା ନାଇଡ଼ୁ
ନିର୍ବାଚନ ମଣ୍ଡଳୀପାରଳାଖେମୁଣ୍ଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-09-07)୭ ସେପ୍ଟେମ୍ବର ୧୯୨୪
ମୃତ୍ୟୁ୨୦ ଫେବୃଆରୀ ୨୦୧୬(2016-02-20) (ବୟସ ୯୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନାଲା ବିମଳା ଦେବୀ
ବାପା/ବୋଉନାଲା ଅପଲସ୍ୱାମୀ ଦୋରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ନାଲା କୁର୍ମୁ ନାୟକଲୁ ଦୋରା ଏକ ତେଲୁଗୁ-ଭାଷୀ ପରିବାରରେ ୧୯୨୪ ମସିହାର ସେପ୍ଟେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାଲା ଅପଲସ୍ୱାମୀ ଦୋରା ଓ ପତ୍ନୀଙ୍କ ନାମ ନାଲା ବିମଳା ଦେବୀ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ନାଲା କୁର୍ମୁ ନାୟକଲୁ ଦୋରା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଓ ପରେ ଉତ୍କଳ କଂଗ୍ରେସର ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଚାରି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ପାରଳାଖେମୁଣ୍ଡି ନିର୍ଦ୍ଦଳୀୟ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ପାରଳାଖେମୁଣ୍ଡି ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପାରଳାଖେମୁଣ୍ଡି ଭାରତୀୟ ଜାତୀୟ କଂଗ୍ରେସ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ପାରଳାଖେମୁଣ୍ଡି ଉତ୍କଳ କଂଗ୍ରେସ

ମୃତ୍ୟୁସମ୍ପାଦନ କରନ୍ତୁ

ନାଲା କୁର୍ମୁ ନାୟକଲୁ ଦୋରା ୨୦୧୬ ମସିହାର ଫେବୃଆରୀ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Shri Kurma Naikulu N." odishaassembly.nic.in. Odisha Assembly. Retrieved 27 June 2022.
  2. "ପୂର୍ବତନ ବିଧାୟକ ଏନ୍.କୁର୍ମୁ ନାୟକୁଲୁ ଦୋରାଙ୍କ ପରଲୋକ". Dharitri E-Paper. 21 February 2016. Archived from the original on 27 June 2022. Retrieved 27 June 2022.