ନବୀନ କୁମାର ପ୍ରଧାନ
ଓଡ଼ିଆ ରାଜନୀତିଜ୍ଞ
ନବୀନ କୁମାର ପ୍ରଧାନ (୧ ଜାନୁଆରୀ ୧୯୩୯ - ୩ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ନବୀନ କୁମାର ପ୍ରଧାନ | |
---|---|
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୮୦ | |
ପୂର୍ବ ଅଧିକାରୀ | ଚିତ୍ତରଞ୍ଜନ କର |
ପର ଅଧିକାରୀ | ଯଦୁମଣି ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୩୯ |
ମୃତ୍ୟୁ | ୩ ଜାନୁଆରୀ ୨୦୧୪ | (ବୟସ ୭୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସମ୍ୟୁକ୍ତ ସମାଜବାଦୀ ପାର୍ଟି |
ଜୀବନ ସାଥୀ | ସୌକି ପ୍ରଧାନ |
ବାପା/ବୋଉ | ଅବଧୁତ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବା ଓ ଶିକ୍ଷା
ସମ୍ପାଦନାନବୀନ କୁମାର ପ୍ରଧାନ ୧୯୩୯ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅବଧୁତ ପ୍ରଧାନ ଏବଂ ପତ୍ନୀଙ୍କ ନାମ ସୌକି ପ୍ରଧାନ।[୧]
ରାଜନୈତିକ ଜୀବନ
ସମ୍ପାଦନାନବୀନ କୁମାର ପ୍ରଧାନ ଓଡ଼ିଶା ରାଜନୀତିରେ ପ୍ରଥମେ ସମ୍ୟୁକ୍ତ ସମାଜବାଦୀ ପାର୍ଟିର ଏବଂ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାନବୀନ କୁମାର ପ୍ରଧାନ ୨୦୧୪ ମସିହାର ଜାନୁଆରୀ ୩ ତାରିଖରେ ୭୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Nabin Kumar Pradhan". odishaassembly.nic.in. Odisha Assembly. Retrieved 27 October 2021.