ଚିତ୍ତରଞ୍ଜନ କର

ଓଡ଼ିଆ ରାଜନୀତିଜ୍ଞ

ଚିତ୍ତରଞ୍ଜନ କର (୨୪ ଫେବୃଆରୀ ୧୯୨୮ - ୧୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚିତ୍ତରଞ୍ଜନ କର
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଭରତ ଚନ୍ଦ୍ର ହୋତା
ପର ଅଧିକାରୀନବୀନ କୁମାର ପ୍ରଧାନ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-02-24)୨୪ ଫେବୃଆରୀ ୧୯୨୮
ମୃତ୍ୟୁ୧୬ ଅଗଷ୍ଟ ୨୦୦୪(2004-08-16) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶୈବାଳିନୀ କର
ବାପା/ବୋଉରୁଷଭ କର (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷା ସମ୍ପାଦନା

ଚିତ୍ତରଞ୍ଜନ କର ୧୯୨୮ ମସିହାର ଫେବୃଆରୀ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରୁଷଭ କର ଏବଂ ପତ୍ନୀଙ୍କ ନାମ ଶୈବାଳିନୀ କର।[୧]

ରାଜନୈତିକ ଜୀବନ ସମ୍ପାଦନା

ଚିତ୍ତରଞ୍ଜନ କର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଚିତ୍ତରଞ୍ଜନ କର ୨୦୦୪ ମସିହାର ଅଗଷ୍ଟ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Chitaranjan Kar". odishaassembly.nic.in. Odisha Assembly. Retrieved 25 October 2021.