ନବଲକ୍ଷ ମନ୍ଦିର, ଘୁମଲି
ନବଲକ୍ଷ ମନ୍ଦିର ଭାରତର ଗୁଜରାଟ ପ୍ରଦେଶରେ ଥିବା ଘୁମଲି (Ghumli) ସ୍ଥାନରେ ଅବସ୍ଥିତ ଏକ ୧୨ଶ ଶତାବ୍ଦୀର ମନ୍ଦିର ଯାହାକୁ ଜେଠୱା ରାଜବଂଶର ଶାସକମାନେ ତିଆରି କରେଇଥିଲେ ।[୧]
ନବଲକ୍ଷ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଘୁମଲି (Ghumli) |
ଦେବାଦେବୀ | ପ୍ରଭୁ ସୂର୍ଯ୍ୟ (Surya) |
Location | |
ସ୍ଥାନ | ଘୁମଲି |
State | ଗୁଜରାଟ |
Country | ଭାରତ |
ଇତିହାସ
ସମ୍ପାଦନାଘୁମଲିରେ ଥିବା ନବଲକ୍ଷ ମନ୍ଦିର ଭାରତର ଗୁଜରାଟ ପ୍ରଦେଶରେ ଅବସ୍ଥିତ ଏକ ୧୨ଶ ଶତାବ୍ଦୀର ମନ୍ଦିର ଯାହାକୁ ଜେଠୱା ରାଜବଂଶର ଶାସକମାନେ ପ୍ରଭୁ ସୂର୍ଯ୍ୟଙ୍କୁ ସମର୍ପିତ କରି ତିଆରି କରେଇଥିଲେ ।[୧] ଗୁଜରାଟରେ ଥିବା ସମସ୍ତ ମନ୍ଦିର ଅପେକ୍ଷା ଏହି ମନ୍ଦିରର ଆଧାର ସର୍ବାଧିକ ଅଟେ (୪୫.୭୨x୩୦.୪୮) ମିଟର । ଏହାର ପ୍ରବେଶ ଦ୍ୱାରକୁ କୀର୍ତ୍ତି ତୋରଣ କୁହାଯାଏ ଯାହାର ପୂର୍ବ ଦିଗକୁ ଥିଲା, କିନ୍ତୁ ଏହା ଅଧୁନା ନଷ୍ଟ ହୋଇଯାଇଛି । ଏହାର ଗର୍ଭ ଗୃହ, ପ୍ରଦକ୍ଷିଣ ପଥ, ବିରାଟ ସମବେତ ହଲ ଓ ସିଂହାସନର ଶୃଙ୍ଗାର ଚୌକି ଅତି ଚକ୍ଷୁ ସ୍ପର୍ଶୀ ଅଟେ । ଏହାର ତିନି ପାଖର ବୁଲିବା ରାସ୍ତାରେ ବାଳକନି ଅଛି । ଏହାକୁ ସାହାରା ଦେବା ପାଇଁ ଆଠଟି ସ୍ତମ୍ଭ ଅଛି । ଅନେକ କାରୁକାର୍ଯ୍ୟ ସେଠାରେ କରାଯାଇଛି । ପ୍ରବେଶ ସ୍ଥାନଟି ଦୁଇ ମହଲା ବିଶିଷ୍ଟ । ମନ୍ଦିରର ପଛ ପାଖରେ ଦୁଇଟି ହାତୀ ତାଙ୍କର ଶୁଣ୍ଢ ସାହାଯ୍ୟରେ ଯୁଦ୍ଧ କରୁଥିବା ମୂର୍ତ୍ତି ଅଛି । ଭଦ୍ର ଗବାକ୍ଷ ପାଖରେ ବ୍ରହ୍ମା-ସାବିତ୍ରୀ ପ୍ରତିମୂର୍ତ୍ତି, ପଶ୍ଚିମ ଦିଗରେ ଶିବ-ପାର୍ବତୀ ଓ ଉତ୍ତର ଦିଗରେ ଲକ୍ଷ୍ମୀ ନାରାୟଣ ବିଗ୍ରହ ଅଛି ।
ନଅ ଲକ୍ଷ ଖର୍ଚ୍ଚରେ ଏହି ମନ୍ଦିର ତିଆରି ହୋଇଥିବାରୁ ତାହାର ‘ନବଲକ୍ଷ’ ନାମକରଣ କରାଯାଇଛି । ମନ୍ଦିରଟି ମାରୁ-ଗୁର୍ଜର ସ୍ଥାପତ୍ୟ ଶୈଳୀରେ (Maru-Gurjara architecture (ବା ସୋଲାଙ୍କି ଶୈଳୀରେ)) ତିଆରି ହୋଇଛି ।[୨] ଏହାର ପ୍ରତୀକ ଚିହ୍ନରେ ତିନୋଟି ହାତୀ ପରସ୍ପରର ଶୁଣ୍ଢରେ ଛନ୍ଦି ହୋଇଛନ୍ତି ।
ମୂଳ ମନ୍ଦିର ବାହାରେ ଅନ୍ୟ ଏକ ମନ୍ଦିର ଗଣେଶଙ୍କୁ ସମର୍ପିତ ହୋଇଛି ଯାହାକୁ ଗଣେଶ ଡେରା (Dehraଛାଞ୍ଚ:Snf) କୁହାଯାଏ ।
ଅଦ୍ୟ ସ୍ଥିତି
ସମ୍ପାଦନାଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (Archaeological Survey of India) ସଂସ୍ଥା ୨୦୧୧ ମସିହାରୁ ଏହି ମନ୍ଦିରର ପୁନର୍ବାସ କରିବା ଦାୟିତ୍ୱ ନେଇ ରାହାକୁ ଏକ ପର୍ଯ୍ୟଟକ ଆକର୍ଷଣୀୟ ସ୍ଥାନ କରିବାକୁ ଚେଷ୍ଟିତ ଅଛନ୍ତି ।[୩]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ Archaeology in India. Archaeological Survey of India. 1950. p. 101.
- ↑ Soundara Rajan, K. V. (2001). Concise Classified Dictionary of Hinduism By K. V. Soundara Rajan. p. 15. ISBN 9788170228578.
- ↑ "Jamnagar News: Ghumli Temple Renovation". 4 January 2011.
ଉତ୍ସ
ସମ୍ପାଦନା- Campbell, James, M (1881). Gazetteer of the Bombay Presidency. Vol. 8: Kathiawar. Bombay: Government Central Press.
{{cite book}}
: CS1 maint: multiple names: authors list (link)