ଧର୍ମାନନ୍ଦ ବେହେରା

ଓଡ଼ିଆ ରାଜନୀତିଜ୍ଞ

ଧର୍ମାନନ୍ଦ ବେହେରା (ଜନ୍ମ: ୧୯ ମଇ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ଧର୍ମାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଧର୍ମାନନ୍ଦ ବେହେରା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀବିଧୁ ଭୂଷଣ ପ୍ରହରାଜ
ପର ଅଧିକାରୀପ୍ରଭାତ ରଞ୍ଜନ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀଚୌଦ୍ୱାର-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-05-19) ୧୯ ମଇ ୧୯୪୯ (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀପାର୍ବତୀ ବେହେରା
ବାପା/ବୋଉରାଜ କିଶୋର ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଧର୍ମାନନ୍ଦ ବେହେରା ୧୯୪୯ ମସିହାର ମଇ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ କିଶୋର ବେହେରା ଏବଂ ପତ୍ନୀଙ୍କ ନାମ ପାର୍ବତୀ ବେହେରା ।[୧] ଧର୍ମାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଧର୍ମାନନ୍ଦ ବେହେରା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Dharmananda Behera". odishaassembly.nic.in. Odisha Assembly. Retrieved 10 February 2020.