ଦ୍ୱିତିକୃଷ୍ଣ ପଣ୍ଡା

ଓଡ଼ିଆ ରାଜନୀତିଜ୍ଞ

ଦ୍ୱିତିକୃଷ୍ଣ ପଣ୍ଡା (୧ ଜୁଲାଇ ୧୯୨୩ - ୫ ମଇ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଓ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୧ ଭାରତୀୟ ସାଧାରଣ ନିର୍ବାଚନରେ ସେ ଭଞ୍ଜନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଦ୍ୱିତିକୃଷ୍ଣ ପଣ୍ଡା
Dwitikrushna Panda.jpg
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀରାଘବ ପରିଡ଼ା
ପର ଅଧିକାରୀଉଷାରାଣୀ ପଣ୍ଡା
ନିର୍ବାଚନ ମଣ୍ଡଳୀଆସିକା
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀଭଞ୍ଜନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧ ଜୁଲାଇ ୧୯୨୩(1923-07-01)
ମୃତ୍ୟୁ୫ ମଇ ୨୦୧୯(2019-05-05) (ବୟସ ୯୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀକିଶୋରୀ ପଣ୍ଡା
ବାପା/ବୋଉଗୌରାଙ୍ଗ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ଦ୍ୱିତିକୃଷ୍ଣ ୧୯୨୩ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌରାଙ୍ଗ ପଣ୍ଡା ଓ ପତ୍ନୀଙ୍କ ନାମ କିଶୋରୀ ପଣ୍ଡା ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ଦ୍ୱିତିକୃଷ୍ଣ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁସମ୍ପାଦନ କରନ୍ତୁ

ଦ୍ୱିତିକୃଷ୍ଣ ୨୦୧୯ ମସିହାର ମଇ ୫ ତାରିଖରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Shri Dwitikrushna Panda". odishaassembly.nic.in. Odisha Assembly. Retrieved 26 December 2020.
  2. India, Press Trust of (5 May 2019). "Veteran CPI leader and former MP Duti Krushna Panda dies". Business Standard India. Retrieved 26 December 2020.