ଦୋଳଗୋବିନ୍ଦ ପ୍ରଧାନ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ସାରସ୍ୱତ ସାଧକ

ଦୋଳଗୋବିନ୍ଦ ପ୍ରଧାନ (୨୮ ଜୁନ ୧୯୨୯ - ୧୬ ସେପ୍ଟେମ୍ବର ୨୦୧୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ,[][][] ରାଜନେତା ଓ ସାରସ୍ୱତ ସାଧକ ଥିଲେ ।[][] ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଉଦ୍‌ବୁଦ୍ଧ ହୋଇ ଦୋଳଗୋବିନ୍ଦ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ ।[]

ଦୋଳଗୋବିନ୍ଦ ପ୍ରଧାନ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀସଂଗ୍ରାମ କେଶରୀ ମହାପାତ୍ର
ପର ଅଧିକାରୀରାଜେନ୍ଦ୍ର ସିଂହ
ନିର୍ବାଚନ ମଣ୍ଡଳୀକଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-06-28)୨୮ ଜୁନ ୧୯୨୯
ଗତିରାଉତ ପାଟଣା, କଟକ
ମୃତ୍ୟୁ୧୬ ସେପ୍ଟେମ୍ବର ୨୦୧୮(2018-09-16) (ବୟସ ୮୯)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ-ଇ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ
ରାଜେନତା
ସାରସ୍ୱତ ସାଧକ

ଜନ୍ମ ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

ସମ୍ପାଦନା

ଦୋଳଗୋବିନ୍ଦ ପ୍ରଧାନ କଟକ ଜିଲ୍ଲାର ଗତିରାଉତ ପାଟଣାଠାରେ ୨୮ ଜୁନ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ୧୪ ବର୍ଷ ବୟସରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ସେ ଯୋଗଦେଇଥିଲେ । ଫଳରେ ସେ କାରାବରଣ କରି ୧୯୪୨ରୁ ୧୯୪୫ ଯାଏଁ କାରାବାସ ଭୋଗିଥିଲେ ।[]

ଓଡ଼ିଶା ରାଜନୀତିରେ ଯୋଗଦାନ

ସମ୍ପାଦନା

ଦେଶ ସ୍ୱାଧୀନ ପରେ, ଦୋଳଗୋବିନ୍ଦ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ । ସେ ପ୍ରଥମେ ତାଙ୍କ ଗାଁର ୱାର୍ଡ଼ମେମ୍ବର ନିର୍ବାଚନରୁ ରାଜନୀତିରେ ପ୍ରବେଶ କରିଥିଲେ । ଏହାପରେ ସେ ଓ୍ବାର୍ଡ ମେମ୍ବରରୁ ନାଏବ ସରପଞ୍ଚ, ସରପଞ୍ଚ, ବ୍ଲକ୍‌ ଉପାଧ୍ୟକ୍ଷ, ବ୍ଲକ୍‌ ଅଧ୍ୟକ୍ଷ, ବିଧାୟକ ଓ ବିଧାୟକରୁ ମନ୍ତ୍ରୀ ହୋଇଥିଲେ ।[] ୧୯୮୦ରୁ ୧୯୯୦ ମସିହା ମଧ୍ୟରେ ସେ ଦୁଇ ଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହେବା ସହିତ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।[] ସେ ୧୯୮୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରୀମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

ସାହିତ୍ୟରେ ଅବଦାନ

ସମ୍ପାଦନା

ଦୋଳଗୋବିନ୍ଦ ବାଲ୍ୟକାଳରୁ ଜାତୀୟ କବି ବୀରକିଶୋର ଦାସଙ୍କର ମିତ୍ର ଥିଲେ । ସେ ନିଜେ ଶ୍ରୀମଦଭଗବତ ଗୀତାର ପଦ୍ୟାନୁବାଦ କରିଥିଲେ । ତାଙ୍କ ଉଦ୍ୟମରେ ଜାତୀୟକବି ବୀରକିଶୋର ଗ୍ରନ୍ଥାବଳୀ ପ୍ରକାଶନର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ରଚିତ ପୁସ୍ତକ ଗାନ୍ଧୀକଥାକୁ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଆଧାରିତ ଏକ କାଳଜୟୀ ପୁସ୍ତକ ଭାବେ ବିବେଚନା କରାଯାଏ ।[]

ମୃତ୍ୟୁ

ସମ୍ପାଦନା

୧୬ ସେପ୍ଟେମ୍ବର ୨୦୧୮ ମସିହାରେ ଦୋଳଗୋବିନ୍ଦ କଟକଠାରେ ମୃତ୍ୟୁବରଣ କରିଥିଲେ ।[][] ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ତାଙ୍କ ଜନ୍ମସ୍ଥାନ ଗତିପାଟଣାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।[]

  1. "'ଟେଲ୍‌ସ ଫ୍ରମ୍‌ ସେକ୍ସପିୟର'ର ଅନୁବାଦ କରିଥିଲେ ଅନ୍ନପୂର୍ଣ୍ଣା". Sambad. 19 June 2018. Retrieved 17 September 2018.
  2. "ଓଡ଼ିଆ ଭାଷାର ପ୍ରଗତି ଦଶନ୍ଧି କାର୍ଯ୍ୟକ୍ରମ ଉଦ୍‌ଘାଟିତ". Sambad. 11 April 2018. Retrieved 17 September 2018.
  3. "ସ୍ୱାଧୀନତା ସଂଗ୍ରାମୀ ଗୌରବାବୁ ଆଉ ନାହାନ୍ତି". Sambad (in Odia). ଓଡ଼ିଶା. 12 September 2018. Archived from the original on 17 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 22 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  5. "୧୬ରେ ଭାଷା ସୁରକ୍ଷା ସମ୍ମିଳନୀରେ ଆଇନ ଅମାନ୍ୟ ଆନ୍ଦୋଳନ ଡାକରା". Sambad. 15 October 2017. Retrieved 17 September 2018.
  6. "ଆନ୍ଦୋଳନକୁ ଓହ୍ଲାଇଲେ ମହିଳା". Sambad. 15 March 2018. Retrieved 17 September 2018.
  7. ୭.୦ ୭.୧ "ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ - Dharitri.Com". Dharitri.com (in ଇଂରାଜୀ). 17 September 2018. Retrieved 17 September 2018.
  8. "ଆର ପାରିରେ ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନ". OdishaLIVE. 17 September 2018. Retrieved 17 September 2018.