ଦେବେନ୍ଦ୍ର ଚନ୍ଦ୍ର ମିଶ୍ର

ଦେବେନ୍ଦ୍ର ଚନ୍ଦ୍ର ମିଶ୍ର, ଓଡି଼ଶାର ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ,ଶିକ୍ଷାବିତ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଅଟନ୍ତି । ଅନୁଗୋଳ ଜିଲ୍ଲାର ତାଳଚେରଠାରେ ଜନ୍ମିତ ଶ୍ରୀ ମିଶ୍ର, ପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ସ୍ନାତକୋତ୍ତରରେ ସ୍ୱର୍ଣପଦକ ହାସଲ କରିଥିଲେ ଏବଂ ପ୍ରଥମ ଓଡ଼ିଆ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ହାଭାର୍ଡ଼ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି଼ ହାସଲ କରିଥିଲେ । ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଅଧ୍ୟାପନା ଆରମ୍ଭ କରିଥିବା ଶ୍ରୀ ମିଶ୍ର, ରେଭେନ୍ସା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଭାବରେ ପ୍ରାୟ ୨୫ ବର୍ଷ କାଳ ଶିକ୍ଷାଦାନ କରିଥିଲେ । ୧୯୬୯ ମସିହାରେ, ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ସ୍କୁଲ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୧୯୭୭ରୁ ୧୯୭୯ ମସିହା ପର୍ଯ୍ୟନ୍ତ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟକରିଥିଲେ । [୧] ପରବର୍ତ୍ତୀ ସମୟରେ, ସେ ଷ୍ଟେଟ ବ୍ୟାଙ୍କ ବ୍ୟାଙ୍କିଙ୍ଗ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ, ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲପମେଣ୍ଟ ଷ୍ଟଡିଜର ଅଧ୍ୟକ୍ଷ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲର ସଭ୍ଯ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟଭାର ସମ୍ଭାଳି ଥିଲେ । ୨୦୧୩ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉସ୍ତବରେ ଶ୍ରୀ ମିଶ୍ରଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯାଇଥିଲା ।[୨] [୩] [୪]

ଦେବେନ୍ଦ୍ର ଚନ୍ଦ୍ର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୨୧
ତାଳଚେର, ଅନୁଗୋଳ,ଓଡ଼ିଶା
ମୃତ୍ୟୁ୩୦ ଜୁଲାଇ ୨୯୧୩
ଭୁବନେଶ୍ୱର
ସମାଧି ସ୍ଥଳଜଗନ୍ନାଥ ଲେନ୍, କଟକ
ବୃତ୍ତିଶିକ୍ଷାବିତ,ଅର୍ଥନୀତିଜ୍ଞ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାପି.ଏଚ.ଡି଼
ଶିକ୍ଷାନୁଷ୍ଠାନପାଟଣା ବିଶ୍ୱବିଦ୍ୟାଳୟ, ହାଭାର୍ଡ଼ ବିଶ୍ୱବିଦ୍ୟାଳୟ
ପୁରସ୍କାରପାଟଣା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ସ୍ନାତକୋତ୍ତରରେ ସ୍ୱର୍ଣପଦକ
ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ
ସନ୍ତାନପ୍ରତ୍ୟୁଷ ମିଶ୍ର, ପିୟୁଷ ମିଶ୍ର

୨୦୧୩ ମସିହା ଜୁଲାଇ ୩୦ ତାରିଖରେ ଶ୍ରୀ ମିଶ୍ର ଇହଲିଳା ସମ୍ବରଣ କରିଥିଲେ । [୫] [୬] [୭]

ଆଧାର ସମ୍ପାଦନା

  1. Bijoyini Mohanty; Subas Chandra Hazary (1 January 1997). Political Economy of India: Retrospects and Prospects. APH Publishing. pp. 10–. ISBN 978-81-7024-824-8. Retrieved 31 July 2013.
  2. http://www.thehindu.com/todays-paper/tp-national/tp-otherstates/higher-education-needs-inclusive-approach-pallam/article4875897.ece
  3. http://www.telegraphindia.com/1130625/jsp/odisha/story_17042343.jsp#.Ufj09KxhAf4
  4. http://newindianexpress.com/states/odisha/Ravenshaw-pitches-for-central-tag/2013/07/03/article1665225.ece[permanent dead link]
  5. ସମାଜ ୩୧/୦୭/୨୦୧୩ ପୃଷ୍ଠା ୫
  6. ଧରିତ୍ରୀ ୩୧/୦୭/୨୦୧୩ ପୃଷ୍ଠା ୧୨
  7. ସମ୍ବାଦ ୩୧/୦୭/୨୦୧୩ ପୃଷ୍ଠା ୫