ଦୂର୍ଯ୍ୟୋଧନ ସୋହେଲ
ଓଡ଼ିଆ ରାଜନୀତିଜ୍ଞ
ଦୂର୍ଯ୍ୟୋଧନ ସୋହେଲ (୧୨ ମାର୍ଚ୍ଚ ୧୯୫୦ - ୪ ଅଗଷ୍ଟ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦୂର୍ଯ୍ୟୋଧନ ସୋହେଲ | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୪ ଅଗଷ୍ଟ ୨୦୦୧ | |
ପୂର୍ବ ଅଧିକାରୀ | ଅଭିମନ୍ୟୁ କୁମ୍ଭାର |
ପର ଅଧିକାରୀ | ସନାତନ ବିଶି |
ନିର୍ବାଚନ ମଣ୍ଡଳୀ | ରେଢ଼ାଖୋଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ମାର୍ଚ୍ଚ ୧୯୫୦ |
ମୃତ୍ୟୁ | ୪ ଅଗଷ୍ଟ ୨୦୦୧ | (ବୟସ ୫୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୁଶୀଳା ସୋହେଲ |
ବାପା/ବୋଉ | ଗୌରାଙ୍ଗ ସୋହେଲ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଦୂର୍ଯ୍ୟୋଧନ ସୋହେଲ ୧୯୫୦ ମସିହାର ମାର୍ଚ୍ଚ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌରାଙ୍ଗ ସୋହେଲ ଓ ପତ୍ନୀଙ୍କ ନାମ ସୁଶୀଳା ସୋହେଲ ।[୧]
ରାଜନୈତିକ ଜୀବନ
ସମ୍ପାଦନାଦୂର୍ଯ୍ୟୋଧନ ସୋହେଲ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଦୂର୍ଯ୍ୟୋଧନ ସୋହେଲ ୨୦୦୧ ମସିହାର ଅଗଷ୍ଟ ୪ ତାରିଖରେ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Durjodhan Sohela". odishaassembly.nic.in. Odisha Assembly. Retrieved 10 August 2022.