ଦୂତିକେଶ୍ୱର ଦେଉଳ
ଦୂତିକେଶ୍ୱର ଦେଉଳ ଓଡ଼ିଶାରେ ଅବସ୍ଥିତ ଏକ ହିନ୍ଦୁ ଦେଉଳ । ଏହା ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଅବସ୍ଥିତ । ମୁଖ୍ୟ ଦେଉଳରେ ଶିବ ଓ ପାଖରେ ଥିବା ଛୋଟ ମନ୍ଦିରରେ ପାର୍ବତୀ ପୂଜା ପାଉଥାନ୍ତି । ଏହି ଦେଉଳ ସମ୍ମୁଖରେ ଶହେ ବର୍ଷ ପୁରାତନ ବରଗଛ ରହିଛି । ଏହି ପୀଠରେ ବନଦୁର୍ଗା, ସୂର୍ଯ୍ୟ ଦେବତା, ଅଷ୍ଟଭୂଜାଙ୍କ ପ୍ରତିମୂର୍ତ୍ତି ପୂଜିତ ।[୧]
ଦୂତିକେଶ୍ୱର ଦେଉଳ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ନୟାଗଡ଼ |
Location | |
ସ୍ଥାନ | ଦୂତିକେଶ୍ୱର |
Country | ଭାରତ |
ଅବସ୍ଥିତି
ସମ୍ପାଦନାଏହି ଦେଉଳ ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଶୁଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ।[୧]
କିମ୍ବଦନ୍ତୀ
ସମ୍ପାଦନାଦୂତିକେଶ୍ୱରଙ୍କ ଆବିର୍ଭାବ ନେଇ ସ୍ଥାନୀୟ ଲୋକକଥାଟିଏ ପ୍ରଚଳିତ । ଦୂତି ନାମା ଜଣେ କନ୍ଧୁଣୀ ଏକଦା ଏଠାରେ ବାସ କରୁଥିଲା । ଏକ ସ୍ଥାନରେ ମାଟି ଖୋଳୁଥିବା ବେଳେ ରକ୍ତ ଝରିବା ଦେଖି କିଛି ବୁଝି ନ ପାରି ଆହୁରି ଗଭୀରକୁ ଖୋଳିଲା । ଶେଷରେ ସେ ସେଠାରୁ ଶିବ ଲିଙ୍ଗଟିଏ ପାଇଲା । ଦୂତି ଗ୍ରାମବାସୀଙ୍କୁ ଜଣାଇବା ପରେ ସେହି ସ୍ଥାନରେ ଦେଉଳଟିଏ ତୋଳାଯାଇଥିଲା । ଏହି ‘ଦୂତି’ ନାମରୁ "ଦୂତିକେଶ୍ୱର" ନାମ ଦିଆଗଲା ।[୧]
ପାଳନ
ସମ୍ପାଦନାଜାଗର ଓ କାର୍ତ୍ତିକ ପୂର୍ଣ୍ଣିମା ଦୂତିକେଶ୍ୱରଙ୍କ ମୁଖ୍ୟ ପର୍ବ। ସେଠାକାର ‘ବାରଡ଼ି ଯାତ୍ରା' ଖୁବ୍ ପ୍ରସିଦ୍ଧ ।[୧]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ ୧.୨ ୧.୩ "ଦୂତିକେଶ୍ୱର". ସମ୍ବାଦ. 1 September 2015. Retrieved 1 September 2015.[permanent dead link]