ଦୀର୍ଘକାଳୀନ ଅଗ୍ନାଶୟ ପ୍ରଦାହ

ଦୀର୍ଘକାଳୀନ ଅଗ୍ନାଶୟ ପ୍ରଦାହ ବା କ୍ରନିକ ପାନକ୍ରିଆଟାଇଟିସ, ଅଗ୍ନାଶୟର ଏକ ଦୀର୍ଘକାଳୀନ ପ୍ରଦାହ ଯାହା ଏହାର ଦ

ଦୀର୍ଘକାଳୀନ ଅଗ୍ନାଶୟ ପ୍ରଦାହ ବା କ୍ରନିକ ପାନକ୍ରିଆଟାଇଟିସ, ଅଗ୍ନାଶୟର ଏକ ଦୀର୍ଘକାଳୀନ ପ୍ରଦାହ ଯାହା ଏହାର ଦୈନନ୍ଦିନ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ | [୧] ଅନେକ ସମୟରେ ଏହାର କୌଣସି ଲକ୍ଷଣ ନ ଥାଇପାରେ ବା ଉଦର ଯନ୍ତ୍ରଣା ହୋଇପାରେ | [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଓଜନ ହ୍ରାସ, ବାନ୍ତି, ଏବଂ ଦୁର୍ଗନ୍ଧକାରୀ ତେଲିଆ ଝାଡ଼ା ହୋଇପାରେ | [୧] ରୋଗ ଜଟିଳ ହେଲେ ମଧୁମେହ, କୁପୋଷଣ, ଅଗ୍ନାଶୟ ଛଦ୍ମ ସିସ୍ଟ, ଏବଂ ଅଗ୍ନାଶୟ କର୍କଟ ହୋଇପାରେ। [୧]

Chronic pancreatitis
Pancreatitis - chronic - discharge
Axial CT showing multiple calcifications in the pancreas in a patient with chronic pancreatitis
ବିଭାଗGastroenterology
ଲକ୍ଷଣNone, abdominal pain, weight loss, vomiting, greasy bad smelling stool[୧]
ଅବଧିLong-term
କାରଣAlcoholism, pancreatic duct obstruction, cystic fibrosis, autoimmune pancreatitis, high blood calcium, high blood lipids[୧]
ରୋଗ ନିର୍ଣ୍ଣୟ ପଦ୍ଧତିMRCP or ERCP[୧]
ସଠିକ ରୋଗ ନିର୍ଣ୍ଣୟPeptic ulcer disease, gallstones, acute pancreatitis, pancreatic cancer, mesenteric ischemia[୧]
ପ୍ରତିକାରAvoiding alcohol and smoking[୧]
ଚିକିତ୍ସାLow fat meals, fat soluble vitamins, pancreatic enzymes, pain medications, surgery[୧]
ପୁନଃପୌନିକ6 per 10,000 (USA)[୨]

ପ୍ରାୟ ୭୫% କ୍ଷେତ୍ରରେ ଏହାର କାରଣ ହେଉଛି ମଦ୍ୟାତ୍ୟୟ | [୧] [୩] ଅନ୍ୟାନ୍ୟ କାରଣ ମଧ୍ୟରେ ଅଗ୍ନାଶୟ ନଳୀ ଅବରୋଧ, ସିଷ୍ଟିକ୍ ଫାଇବ୍ରୋସିସ୍, ଅଟୋଇମ୍ମ୍ୟୁନ ଅଗ୍ନାଶୟ ପ୍ରଦାହ, ହାଇପରକ୍ୟାଲସେମିଆ, କେତେକ ଧରଣର ଔଷଧ ଏବଂ ଉଚ୍ଚ ରକ୍ତ ଲିପିଡ ସ୍ତର ହୋଇପାରେ । [୧] ଏହାର କାର୍ଯ୍ୟବିଧିରେ ଅଗ୍ନାଶୟ ନଳୀରେ କିମ୍ବା ଅଗ୍ନାଶୟ ଭିତରେ ହଜମି ଏଞ୍ଜାଇମ ଜମିଯାଇ ଅବରୋଧ କରେ | [୧] ଏମଆରସିପି ବା ଇଆରସିପି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ଓ ଏଥିରେ ଲାଇପେଜ ସ୍ତର ସାଧାରଣ ଥାଏ | [୧] ୭୨ ଘଣ୍ଟାରୁ ଅଧିକ ସମୟର ମଳ ଚର୍ବି ମାପ ଉପଯୋଗୀ ହୋଇପାରେ | [୧]

ଏହି ରୋଗ ଆରୋଗ୍ୟ ହୁଏ ନାହିଁ । [୨] ଏହାର ଚିକିତ୍ସାରେ କମ୍ ଚର୍ବି ଜାତୀୟ ଖାଦ୍ୟ ଖାଇବା, ଚର୍ବି ଦ୍ରବଣୀୟ ଜୀବସାର ଅଧିକ ଖାଇବା ଏବଂ ଅଗ୍ନାଶୟ ଏଞ୍ଜାଇମ ଖାଇବାକୁ ଉପଦେଶ ଦିଆଯାଏ | [୧] ରୋଗୀମାନେ ଧୂମପାନ ଏବଂ ମଦ୍ୟପାନ ବନ୍ଦ କରିବା ଉଚିତ୍। [୧] ଯନ୍ତ୍ରଣା ଉପଶମ ନିମନ୍ତେ ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ, ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ କିମ୍ବା ଗାବାପେଣ୍ଟିନ୍ ଦିଆଯାଇପାରେ | [୧] ଯଦି ଏହି ପଦକ୍ଷେପଗୁଡିକ ପ୍ରଭାବଶାଳୀ ନହୁଏ ତେବେ ଓପିଅଏଡ ଦିଆଯାଏ ବା ଅସ୍ତ୍ରୋପଚାର କରାଯାଏ | [୧]

ଏହି ରୋଗର ସଂଖ୍ୟା ଆକଳନ ଅସ୍ପଷ୍ଟ ଅଛି | [୧] ଯୁକ୍ତରାଷ୍ଟ୍ରର ଏକ ଆକଳନରେ ପ୍ରତି ୧୦,୦୦୦ ଲୋକରେ ୬ ଜଣକର ଏହି ରୋଗ ଥାଏ | [୨] ୟୁରୋପ ଏବଂ ଏସିଆରେ ଏହିପରି ଆକଳନ ଦେଖିବାକୁ ମିଳିଛି। [୨] ସାଧାରଣଃ ୪୫ ବର୍ଷ ବୟସରେ ଏହି ରୋଗ ହୁଏ । [୧]ରୋଗ ପ୍ରଭାବିତ ଲୋକର ଆୟୁଷ କମିଯାଏ ।[୨] ସର୍ବ ପ୍ରଥମେ ଏହି ରୋଗ ବିଷୟ ୧୭୮୮ମସିହାରେ କାୱଲି (Cawley) ବର୍ଣ୍ଣନା କରିଥିଲେ । | [୪]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Benjamin, O; Lappin, SL (January 2020). "Chronic Pancreatitis". PMID 29493950. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ Beyer, G; Habtezion, A; Werner, J; Lerch, MM; Mayerle, J (15 August 2020). "Chronic pancreatitis". Lancet (London, England). 396 (10249): 499–512. doi:10.1016/S0140-6736(20)31318-0. PMID 32798493.
  3. Wilson, Peter; Watson, Paul; Haythornwaite, Jennifer; Jensen, Troels (2008). Clinical Pain Management : Chronic Pain (in ଇଂରାଜୀ). CRC Press. p. 553. ISBN 978-1-4441-0981-8.
  4. Wilson, Peter; Watson, Paul; Haythornwaite, Jennifer; Jensen, Troels (2008). Clinical Pain Management : Chronic Pain (in ଇଂରାଜୀ). CRC Press. p. 553. ISBN 978-1-4441-0981-8.