ଦିଲ୍ଲୀପ କୁମାର

ହିନ୍ଦୀ କଥାଚିତ୍ର ଅଭିନେତା

ଦିଲୀପ କୁମାର (ଜନ୍ମ ନାମ ନାମ ମୋହମ୍ମଦ ୟୁସୁଫ ଖାନ; ୧୧ ଡିସେମ୍ବର ୧୯୨୨ – ୭ ଜୁଲାଇ ୨୦୨୧) ଜଣେ ଭାରତୀୟ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତା ଥିଲେ ତଥା ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ନିମନ୍ତେ ଜଣାଶୁଣା ଥିଲେ ।[] ଅଧିକ ଦୁଃଖାତ୍ମକ ଅଭିନୟ କରୁଥିବା ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ନାମରେ ଅନେକ ସମ୍ବୋଧିତ କରୁଥିଲେ ।[] ସେ ବଲିଉଡ ଜଗତରେ ଥିବା ପ୍ରଥମ ଖାନ ("The First Khan") ଥିଲେ[][] ଚଳଚ୍ଚିତ୍ର ଜଗତର ସେ ସର୍ବପ୍ରଥମ ସଫଳ ଅଭିନେତା ଥିଲେ ଯିଏ କି ଏକ ସ୍ୱତନ୍ତ୍ର ଧରଣର ଅଭନୟ କରୁଥିଲେ । ସେ ପ୍ରଥମ ଓ ସର୍ବାଧିକ ଫିଲିମ ଫେୟାର ଆୱାର୍ଡ ପାଇ ରେକର୍ଡ଼ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଶାହରୁଖ ଖାନ ସମତୁଲ କରିଥିଲେ । [][]

ଦିଲ୍ଲୀପ କୁମାର
Amitabh Bachchan December 2013
Amitabh Bachchan December 2013
ଜନ୍ମ (1922-12-11) ୧୧ ଡିସେମ୍ବର ୧୯୨୨ (ବୟସ ୧୦୨)
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ
ସକ୍ରିୟ ବର୍ଷ୧୯୬୯- ଏପର୍ଯ୍ୟନ୍ତ
ବୈବାହିକ-ସାଥୀସାଏରା ବାନୁ (୧୯୬୬- ଏପର୍ଯ୍ୟନ୍ତ)
ଅସମା ସାହିବା (୧୯୭୯-୧୯୮୨)
ଦସ୍ତଖତ

ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (Jwar Bhata) - ୧୯୪୪), ଯାହା ବମ୍ବେ ଟକିଜ ( Bombay Talkies) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (Andaz – ୧୯୪୯), ଆନ (Aan – ୧୯୫୨), ସାମାଜିକ ନାଟକ ଦାଗ (Daag – ୧୯୫୨), ନାଟକୀୟ ଦେବଦାସ (Devdas – ୧୯୫୫), ହାସ୍ୟରସାତ୍ମକ ଆଜାଦ (Azaad – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (Mughal-e-Azam – ୧୯୬୦), ସାମାଜିକ ଡକାୟତ (dacoit crime) ନାଟକ ଗଙ୍ଗା ଯମୁନା ( Gunga Jamuna – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ ( Ram Aur Shyam - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି (highest-grossing film in India) ।

ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (Kranti – ୧୯୮୧), ଶକ୍ତି (Shakti – ୧୯୮୨), ମାର୍ଶାଲ (Mashaal – ୧୯୮୪), କର୍ମା (Karma – ୧୯୮୬) ଓ ସୌଦାଗର (Saudagar – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (Qila – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।

ଦିଲୀପ କୁମାରଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ମିଡ଼ିଆ ଚର୍ଚ୍ଚାରେ ରହୁଥିଲା । ଅଭିନେତ୍ରୀ ଓ ସହ-ଅଭିନେତ୍ରୀ ମଧୁବାଲାଙ୍କ Madhubala ସାଥିରେ ଦୀର୍ଘକାଳର ସମ୍ପର୍କ ନୟାଦୌର (Naya Daur court case) ଚଳଚ୍ଚିତ୍ର ପରେ ୧୯୫୭ ମସିହାରେ ସମାପ୍ତ ହୋଇଯାଇଥିଲା ।[] ସେ ୧୯୬୬ ମସିହାରେ ଅଭିନେତ୍ରୀ ସାଇରା ବାନୁଙ୍କ (Saira Banu) ସହିତ ବିବାହ କରିବା ପରେ ତାଙ୍କର ବାନ୍ଦ୍ରା ବାସଭବନରେ (Bandra) ମୃତ୍ୟୁ ପର୍ଯ୍ୟନ୍ତ (୨୦୨୧ ମସିହା) ରହୁଥିଲେ । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ (Padma Bhushan) ଓ ୨୦୧୫ ମସିହାରେ ପଦ୍ମ ବିଭୂଷଣ (Padma Vibhushan) ପଦବୀରେ ସମ୍ମାନିତ କରିଥିଲେ ଯାହାକି ଦେଶର ଦ୍ୱିତୀୟ ଓ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ । ଚଳଚ୍ଚିତ୍ର ଜଗତକୁ ଅବଦାନ ନିମନ୍ତେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର (Dadasaheb Phalke Award) ୧୯୯୪ ମସିହାରେ ତାଙ୍କୁ ଦିଆଯାଇଥିଲା । ପାକିସ୍ଥାନ ସରକାର ୧୯୯୮ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ଇମତିଆଜ (Nishan-e-Imtiaz) ଦିଲ୍ଲୀପଙ୍କୁ ଦେଇ ସମ୍ମାନିତ କରିଥିଲେ ଓ ସେ ଏକମାତ୍ର ଭାରତୀୟ ଯିଏ କି ସେହି ସମ୍ମାନର ଅଧିକାରୀ ହୋଇଛନ୍ତି ।

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ଦିଲ୍ଲୀପଙ୍କ ପ୍ରଥମ ନାମ ଥିଲା ମୋହମ୍ମଦ ୟୁସୁଫ ଖାନ ମୋହମ୍ମଦ ୟୁସୁଫ ଖାନ[] ଓ ସେ ୧୧ ଡିସେମ୍ବର ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଘର ବ୍ରିଟିଶ ରାଜରେ ଥିବା ପେଷାୱାରର (Peshawar) କିସ ଖବାଣୀ ବଜାରରେ (Qissa Khawani Bazaar) ଥିଲା ଓ ସେ ଏକ ହିଣ୍ଡକୋ ଭାଷାଭାଷୀ ଆବାନ ପରିବାରର (Hindko-speaking Awan) ନିଜସ୍ୱ ବାସସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ଯାହା ଏବେ ପାକିସ୍ଥାନର ଖାଇବର ପାଖତୁନଖ୍ୱାରେ (Khyber Pakhtunkhwa) ଅଛି । [] ଲାଲା ଗୁଲାମ ସର୍ବର ଖାନ ଓ ଆୟେସା ବେଗମଙ୍କ ଔରସରୁ ଜାତ ୧୨ ଜଣ ପିଲାଙ୍କ ମଧ୍ୟରୁ ସେ ଜଣେ ଥିଲେ । ତାଙ୍କ ପିତା ଜଣେ ଫଳ ବେପାରୀ ଥିଲେ ।[୧୦]

ଦିଲ୍ଲୀପଙ୍କ ଶିକ୍ଷା ନାସିକର (Nashik) ଦେଓଲାଲିରେ (Deolali) ଥିବା ବାରନେସ ସ୍କୁଲରେ (Barnes School) ସମାହିତ ହୋଇଥିଲା ।[୧୧] ରାଜ କପୁର ତାଙ୍କର ପଡୋଶୀ ଭାବରେ ତାଙ୍କର ପିଲାଦିନର ସାଥି ଥିଲେ ଓ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ସହକର୍ମୀ ଥିଲେ ।[]

ତାଙ୍କର ମୂଳ ନାମ ୟୁସୁଫ ଖାନ ଥିଲେ ମଧ୍ୟ ସେହି ନାମରେ ସେ କୌଣସି ଅଭିନୟ କରିନାହାନ୍ତି ଓ ୧୯୪୪ ମସିହାରେ ପ୍ରସ୍ତୁତ ପ୍ରଥମ ଚଳଚ୍ଚିତ୍ର ଜୁଆର ଭଟାରୁ ଆରମ୍ଭ କରି ଦିଲୀପ କୁମାର ନାମରେ ଶେଷ ପର୍ଯ୍ୟନ୍ତ ଅଭିନୟ କରିଛନ୍ତି । ତାଙ୍କର ଜୀବନୀ ଦିଲୀପ କୁମାର: ଦି ସବଷ୍ଟାନ୍ସ ଆଣ୍ଡ ଦି ସାଡୋ ପୁସ୍ତକରେ ସେ ଲେଖିଛନ୍ତି, ଜୁଆର ଭଟା ଚଳଚ୍ଚିତ୍ରର ଜଣେ ପ୍ରଯୋଜିକା ଦେବିକା ରାଣୀ (Devika Rani) ତାଙ୍କର ନାମ ଦିଲୀପ କୁମାର ରଖିବାକୁ ପ୍ରସ୍ତାବ ଦେଇଥିଲେ ।[୧୨] ସନ ୧୯୭୦ର ଏକ ଇଣ୍ଟରଭିଉରେ ସେ କହିଥିଲେ ଯେ ଚଳଚ୍ଚିତ୍ର ପେସାକୁ ତାଙ୍କର ପିତା ଆଦୌ ପସନ୍ଦ କରୁନଥିବାରୁ ସେ ଭୟରେ ଏହି ନାମ ଗ୍ରହଣ କରିଥିଲେ ।[୧୩][୧୪]

୧୯୪୦: ପ୍ରଥମ ଚଳଚ୍ଚିତ୍ର ଓ ପ୍ରାରମ୍ଭିକ ସଫଳତା

ସମ୍ପାଦନା

ଦିଲୀପ କୁମାରଙ୍କ ପ୍ରଥମ ଚଳଚ୍ଚିତ୍ର ଜୁଆର ଭଟା କାହାରି ପସନ୍ଦ ହେଲାନି । କିଛି ଅସଫଳତା ପରେ ସନ ୧୯୪୭ରେ ନୁର ଯେହାନ ସହିତ ଅଭିନୟ କରିଥିବା ଯୁଗନୁ (Jugnu) ଚଳଚ୍ଚିତ୍ର ପ୍ରଥମ ଥର ପାଇଁ ହିଟ ହୋଇଥିଲା । [୧୫] ପରବର୍ତ୍ତୀ କାଳରେ ୧୯୪୮ ମସିହାରେ ନିର୍ମିତ ଶହୀଦ (Shaheed) ଓ ମେଲା (Mela) ଚଳଚ୍ଚିତ୍ର ହିଟ ହୋଇଥିଲା ।[୧୬]

ଫାଇଲ:Nargis, Raj Kapoor and Dilip Kumar in scene from Andaz.jpg
ଅନ୍ଦାଜ (Andaz – (୧୯୪୯)

ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦିଲୀପ କୁମାର, ରାଜ କପୁର (ଅଭିନେତା Raj Kapoor) ଓ ନରଗିସ (Nargis) ।

ସନ ୧୯୪୯ରେ ମେହବୁବ ଖାନଙ୍କର (Mehboob Khan) ମହତ୍ତ୍ୱପୂର୍ଣ୍ଣ ଅନ୍ଦାଜ ଚଳଚ୍ଚିତ୍ରରେ (Andaz) ସେ ରାଜ କପୁର (ଅଭିନେତା Raj Kapoor) ଓ ନରଗିସ (Nargis) ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶବନମ (Shabnam) ଚଳଚ୍ଚିତ୍ର ଆଉ ଏକ ହିଟ ହୋଇଥିଲା । [୧୫]

୧୯୫୦ ଦଶକ: କର୍ମମୟ ବର୍ଷ

ସମ୍ପାଦନା

ସେ ୧୯୫୦ ଦଶକରେ ମୁଖ୍ୟ ଭୂମିକାରେ ସଫଳତା ସହିତ କାମ କରିଥିବା ଅନେକ ବକ୍ସ ଅଫିସ ହିଟ ହୋଇଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ Kumar went on to have success in the 1950s playing leading roles in several box office hits such as ଯୋଗନ (Jogan – ୧୯୫୦), ବାବୁଲ Babul – ୧୯୫୦), ହଲଚଲ (Hulchul – ୧୯୫୧), ଦୀଦାର (Deedar – ୧୯୫୧), ତରାନା (Tarana – ୧୯୫୧), ଦାଗ Daag – ୧୯୫୨), ସଂଗଦିଲ (Sangdil – ୧୯୫୨), ସିକସ୍ତ (Shikast – ୧୯୫୩), ଅମର (Amar – ୧୯୫୪), ଉଡ଼ନ ଖଟୋଲା (Uran Khatola – ୧୯୫୫), ଦେବ ଆନନ୍ଦ (Dev Anand) ସାଥିରେ ଇନସାନିୟତ (Insaniyat – ୧୯୫୫), ଦେବଦାସ (Devdas – ୧୯୫୫), ନୟା ଦୌର Naya Daur – ୧୯୫୭), ୟହୁଦୀ (Yahudi – ୧୯୫୮), ମଧୁମତୀ (Madhumati – ୧୯୫୮) ଓ ପୈଗାମ (Paigham ୧୯୫୯).[୧୭] ଏହିପରି କେତେକ ଅଭିନୟ ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ଅଭିନେତା କୁହାଯାଉଥିଲା [୧୮] ଅଧିକାଂଶ ଚଳଚ୍ଚିତ୍ରରେ ଦୁଃଖମୟ ଭୂମିକା ନିର୍ବାହ କରୁଥିବା ଯୋଗୁ ତାଙ୍କର ଅବସାଦ ବେମାରୀ ହେବାରୁ ଡାକ୍ତରଙ୍କ ଉପଦେଶ ଅନୁସାରେ ସେ ହାସ୍ୟ ରସାତ୍ମକ ଭୂମିକାରେ କାମ କଲେ ।[୧୯] ମେହବୁବ ଖାନଙ୍କର Mehboob Khan's big-budget 1952 ବଡ଼ ବଜେଟ ଚଳଚ୍ଚିତ୍ର ସଙ୍ଗୀତମୟ ହାଲୁକା ଭୂମିକାରେ କାମ କରିଥିବା ଆନ (Aan) ସଫଳ ହୋଇଥିଲା ।[୨୦] ଏହା ତାଙ୍କର ପ୍ରଥମ ଟେକ୍ନି କଲରରେ ପ୍ରସ୍ତୁତ ଚଳଚ୍ଚିତ୍ର ଥିଲା ଯାହା ସାରା ୟୁରୋପ ଓ ବିଶେଷତଃ ଲଣ୍ଡନରେ ପ୍ରଦର୍ଶିତ ହୋଇଥିଲା ।[୨୧] ତାଙ୍କ ଅଭିନୀତ କେତେକ ସଫଳ ହାଲୁକା ଚଳଚ୍ଚିତ୍ରମାନଙ୍କର ନାମ ଆଜାଦ (Azaad – ୧୯୫୫) ଯେଉଁଥିରେ ଚୋର ଭୂମିକା ଥିଲା ଓ ସଙ୍ଗୀତମୟ ରୋମାଣ୍ଟିକ କୋହିନୁର (Kohinoor – ୧୯୬୦) ଯେଉଁଥିରେ ରାଜପୁତ୍ର ଚରିତ୍ରରେ ଅଭିନୟ କରିଥିଲେ ।[୧୮]

ଦାଗ ଚଳଚ୍ଚିତ୍ର ନିମନ୍ତେ ସେ ପ୍ରଥମ ଫିଲ୍ମଫେୟାର ପୁରସ୍କାର (Filmfare Best Actor Award) ବିଜେତା ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଏହି ପୁରସ୍କାର ୭ ଥର ପାଇଥିଲେ ।[୨୨][୨୩] ପରଦାରେ ଯୋଡ଼ିଦାର ହୋଇଥିବା ସେ କାଳର ଶୀର୍ଷ ସ୍ଥାନୀୟ ଅଭିନେତ୍ରୀମାନଙ୍କର ନାମ ବୈଜୟନ୍ତିମାଳା (Vyjayanthimala), ମଧୁବାଲା (Madhubala), ନରଗିସ (Nargis), ନିମି (Nimmi), ମୀନା କୁମାରୀ (Meena Kumari), ଓ କାମିନୀ କୌଶଳ (Kamini Kaushal) ଥିଲା। [୨୪] ୧୯୫୦ ଦଶକରେ ତାଙ୍କ ଅଭିନୀତ ୯ଟି ଚଳଚ୍ଚିତ୍ର ସର୍ବାଧିକ ରୋଜଗାର କରିଥିଲା ।[୨୫]

ଦିଲ୍ଲୀପ ୧୯୫୦ ମସିହାରୁ ତାଙ୍କର ପାଉଣା ବାବଦକୁ ପ୍ରତି ଚଳଚ୍ଚିତ୍ର ପିଛା ଏକ ଲକ୍ଷ ଟଙ୍କା ନେଉଥିଲେ ଯାହା ୨୦୧୯ ମସିହାର ମୂଲ୍ୟାୟନରେ ପ୍ରାୟ ୮୫ ଲକ୍ଷ ଟଙ୍କା ହେବ । ( 1 lakh (US$୨,୨୦୦)) [୨୬]

୧୯୬୦ ଦଶକ: ମୁଗଲ-ଏ-ଆଜମ ଓ ପ୍ରଯୋଜକ ପ୍ରସ୍ତୁତି

ସମ୍ପାଦନା

ରାଜପୁତ୍ର ସଲିମ ଭୂମିକା ଅବତୀର୍ଣ୍ଣ ଦିଲୀପ କେ ଅସିଫଙ୍କର ବିରାଟ ବଜେଟରେ ପ୍ରସ୍ତୁତ ଐତିହାସିକ ମୁଗଲ-ଏ-ଆଜମ ଭାରତୀୟ ଇତିହାସରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତାରେ ଏଗାର ବର୍ଷ ଧରି ରହିଥିଲା । ୧୯୭୧ରେ ନିର୍ମିତ ହାତୀ ମେରେ ସାଥି ଓ ୧୯୭୫ରେ ଶୋଲେ ଏହାକୁ ଟପିଥିଲେ । କିନ୍ତୁ ମୁଗଲ-ଏ-ଆଜମ ମୁଦ୍ରାସ୍ଫୀତି ହିସାବକୁ ନେଲେ ୨୦୧୦ ସୁଦ୍ଧା ଏହା ୨୦୧୧ରେ ପ୍ରସ୍ତୁତ ୧୦୦୦ କୋଟି କ୍ଳବର ସଦସ୍ୟ ହୋଇପାରିଥିଲା ।[୨୭][୨୮]

ମୁଗଲ-ଏ-ଆଜମ ଚଳଚ୍ଚିତ୍ରରେ ରାଜପୁତ୍ର ସଲିମ ତାଙ୍କ ପିତା ଆକବରଙ୍କ (ଭୂମିକାରେ ପୃଥ୍ୱୀରାଜ କପୁର) ବିରୁଦ୍ଧରେ ଏକ ସୁନ୍ଦରୀ ରାଜ ନର୍ତ୍ତକୀ (ଭୂମିକାରେ ମଧୁବାଲା ଥିଲେ) ନିମନ୍ତେ ବିଦ୍ରୋହ କରିଥିଲେ । ଏହି ଚଳଚ୍ଚିତ୍ର ପ୍ରଥମେ କଳା ଧଳା ରଙ୍ଗରେ ଥିଲେ ମଧ୍ୟ କେତେକ ଅଂଶ ରଙ୍ଗିନ ଥିଲା । ୪୪ ବର୍ଷ ପରେ ୨୦୦୪ ମସିହାରେ ଏହାକୁ ସମ୍ପୂର୍ଣ୍ଣ ରଙ୍ଗୀନ କରାଯାଇ ପୁନର୍ବାର ରିଲିଜ କରାଯାଇଥିଲା ।[୨୯][୩୦]

ଦିଲୀପ ୧୯୬୧ ମସିହାରେ ଗଙ୍ଗା ଯମୁନା ଚଳଚ୍ଚିତ୍ରର ପ୍ରଯୋଜକ, ଲେଖକ ଓ ଅଭିନେତା ଥିଲେ ଯେଉଁଥିରେ ହିରୋଇନ ଥିଲେ ବୈଜୟନ୍ତୀମାଳା ଓ ତାଙ୍କର ଭାଇ ନସୀର ଖାନ ମଧ୍ୟ ଅଭିନୟ କରିଥିଲେ, ଯାହା ତାଙ୍କର ଏକମାତ୍ର ପ୍ରଯୋଜନା ଥିଲା । ପ୍ରତ୍ଯେକ ସିନରେ ବୈଜୟନ୍ତୀମାଳାଙ୍କର ପିନ୍ଧିବା ଶାଢ଼ୀ ସେ ହିଁ ପସନ୍ଦ କରୁଥିଲେ । ଏହି ଚଳଚ୍ଚିତ୍ର ସର୍ବୋତ୍ତମ ଫିଚର ଫିଲ୍ମ ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବୋସ୍ଟନ ଇଣ୍ଟରନ୍ୟାସନାଲ ଫିଲିମ ଉତ୍ସବରେ ପଲ ରେଭେରେ ସିଲଭର ପୁରସ୍କାର, ପ୍ରେଗରେ ଅନୁଷ୍ଠିତ ଚେକୋସ୍ଲୋଭାକ ଏକାଡେମୀର ସ୍ପେସିଆଲ ଅନର ଡିପ୍ଲୋମା ଓ କାରଲୋଭୀ ଭାରି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ପେସିଆଲ ପୁରସ୍କାର ଲାଭ କରିଥିଲା । [୩୧]

ବ୍ରିଟିଶ ନିର୍ଦ୍ଦେଶକ ଡେଭିଡ ଲିନ (David Lean) ତାଙ୍କର ଲରେନ୍ସ ଅଫ ଆରବିଆ ( Lawrence of Arabia) ଚଳଚ୍ଚିତ୍ରରେ ସେରିଫ ଅଲି ଚରିତ୍ରରେ ଅଭିନୟ କରିବାକୁ ୧୯୬୨ ମସିହାରେ ଦିଲ୍ଲୀପଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ ।[୩୨] ଏହି ଭୂମିକାଟିକୁ ମିଶରର ଅଭିନେତା ଓମର ସରିଫଙ୍କୁ ଦିଆଗଲା । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, “ଓମର ତାଙ୍କ ଅପେକ୍ଷା ଅଧିକ ଭଲ ରୂପେ ଅଭିନୟ କରିଥିଲେ ବୋଲି ସେ ନିଜେ ଭାବୁଥିଲେ ।“[୩୩] ପରବର୍ତ୍ତୀ ସମୟରେ ଲିନ ତାଙ୍କୁ ‘ତାଜ ମହଲ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ନିମନ୍ତେ ବାଛିଥିଲେ, କିନ୍ତୁ ତାହା ବନ୍ଦ ହୋଇଯାଇଥିଲା । [୩୪]

ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଲିଡର’ (Leader – ୧୯୬୪) ବକ୍ସ ଅଫିସରେ ଭଲ କମେଇ ପାରିଲାନି ।[୩୫] ‘ଦିଲ ଦିୟା ଦର୍ଦ ଲିୟା’ ଚଳଚ୍ଚିତ୍ରରେ ସେ ସହଯୋଗୀ ନିର୍ଦ୍ଦେଶକ ଥିଲେ କିନ୍ତୁ ନିର୍ଦ୍ଦେଶକ ଭାବରେ ତାଙ୍କୁ ଭଲ ଟିପ୍ପଣୀ ମିଳିଲାନି । ସେ ୧୯୬୭ ମସିହାରେ ରାମ ଔର ଶ୍ୟାମ (Ram Aur Shyam) ଚଳଚ୍ଚିତ୍ରରେ ଏକ ଦ୍ୱୈତ ଭୂମିକାରେ ଅଭିନୟ କରିବାକୁ ମିଳିଥିଲା ଯେଉଁଥିରେ ଦୁଇ ଭାଇ ଜନ୍ମ ପରେ ଅଲଗା ହୋଇଯାଇଥିଲେ ।[୩୬] ଆଦମି ଚଳଚ୍ଚିତ୍ରରେ ସେ ମନୋଜ କୁମାର ଓ ୱହିଦା ରହମାନ ସହିତ କାମ କରିଥିଲେ ।[୩୭] ସେହି ବର୍ଷ ସେ ବୈଜୟନ୍ତୀମାଳା ସାଥିରେ ଶେଷ ଥର ନିମନ୍ତେ ସଂଘର୍ଷ ଚଳଚ୍ଚିତ୍ରରେ କାମ କରିଥିଲେ ଓ ସେହି ଯୋଡ଼ି ୭ଟି ହିଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩୮]

୧୯୭୦ ଦଶକ: ନିମ୍ନଗାମୀ ପେସା

ସମ୍ପାଦନା

ଦିଲ୍ଲୀପଙ୍କ ପେସା ୧୯୭୦ ମସିହାରେ ନିମ୍ନଗାମୀ ହୋଇଥିଲା ଓ ଦାସ୍ତାନ ୧୯୭୨ରେ ବକ୍ସ ଅଫିସରେ ଫେଲ ହୋଇଥିଲା । ସେ ନିଜ ପତ୍ନୀ ସାଇରା ବାନୁଙ୍କ ସହିତ ଗୋପୀରେ (୧୯୭୦) ଅଭିନୟ କରିଥିଲେ । ସେହି ଦୁଇଜଣ ପୁନଶ୍ଚ ଏକମାତ୍ର ବଙ୍ଗଳା ଭାଷାରେ ନିର୍ମିତ ସାଗିନା ମାହାତୋରେ (୧୯୭୦) ଅଭିନୟ କରିଥିଲେ । ଏହାର ହିନ୍ଦୀ ଭାଷାରେ ୧୯୭୪ରେ ପୁନର୍ନିମାଣ କରାଯାଇଥିଲା । ସେ ୧୯୭୬ରେ ଅଭିନୟ କରିଥିବା ବୈରାଗ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ଫେଲ ମାରିଥିଲା ଯେଉଁଥିରେ ସେ ବାପ ଓ ଦୁଇ ଯାଆଁଳା ପୁଅ ଚରିତ୍ରରେ ଅଭିନୟ କରିଥିଲେ ।[୩୯][୪୦] ବ୍ୟକ୍ତିଗତ ଭାବରେ ସେ ‘ଏଙ୍ଗା ଭେଟ୍ଟୁ ପିଲାଇ’ (Enga Veettu Pillai) ଚଳଚ୍ଚିତ୍ରରେ ଏମ ଜି ରାମଚନ୍ଦ୍ରନ୍ କରିଥିବା ଅଭିନୟ ତାଙ୍କ ନିଜର ରାମ ଔର ଶ୍ୟାମ ଚଳଚ୍ଚିତ୍ରରେ କରିଥବା ଅଭିନୟଠାରୁ ଅଧିକ ଭଲ କରିଥିବା କହିଥିଲେ । ଗୋପୀ ଓ ବୈରାଗ ଦ୍ୱୟକୁ ସମାଲୋଚକମାନେ ପସନ୍ଦ କରିଥିଲେ ମଧ୍ୟ ୧୯୬୮ରୁ ୧୯୮୭ ମସିହା ମଧ୍ୟରେ ଅନେକ ମୂଖ୍ୟ ଭୂମିକା ରାଜେଶ ଖାନ୍ନା ଓ ସଂଜୀବ କୁମାରଙ୍କ ହାତକୁ ଚାଲିଯାଇଥିଲା । ଏହା ପରେ ୧୯୭୬ରୁ ୧୯୮୧ ପର୍ଯ୍ୟନ୍ତ ସେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଗଲେ ।[୪୧]

୧୯୮୦: ସଫଳ ପ୍ରତ୍ୟାବର୍ତ୍ତନ

ସମ୍ପାଦନା

ସେ ୧୯୮୧ରେ କେନ୍ଦ୍ରୀୟ ଚରିତ୍ର ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ କ୍ରାନ୍ତି ସେ ବର୍ଷର ସର୍ବଶ୍ରେଷ୍ଠ ହିଟ ହୋଇଥିଲା ।[୪୨] ମନୋଜ କୁମାର, ଶଶୀ କପୁର, ହେମା ମାଳିନୀ ଓ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ଭାରତର ବ୍ରିଟିଶ ଅମଳରେ ହୋଇଥିବା ଏକ କାହାଣୀରେ ସେ କ୍ରାନ୍ତିକାରୀ ଅଭିନୟ କରିଥିଲେ ।[୪୩] ଏହା ପରେ ସୁଭାଷ ଘାଇ ନିର୍ମିତ ‘ବିଧାତା’ରେ ସେ ସଂଜୀବ କୁମାର, ସଞ୍ଜୟ ଦତ୍ତ ଓ ଶମି କପୁର ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶେଷରେ ସେ ଅମିତାଭ ବଚ୍ଚନ ସହିତ ରମେଶ ସିପିଙ୍କର ‘ଶକ୍ତି’ (୧୯୮୨) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ସେ ଶେଷ ଥର ନିମନ୍ତେ ବେଷ୍ଟ ଆକ୍ଟର ଭାବରେ ଅଷ୍ଟମ ଓ ଶେଷ ଫିଲିମ ଫେୟାର ପୁରସ୍କାର ପାଇଥିଲେ ଓ ସେହି ବର୍ଷ ତାହା ବକ୍ସ ଅଫିସରେ ଅତ୍ୟଧିକ ହିଟ ହୋଇଥିଲା ।[୪୪] ଅନିଲ କପୁର ସହିତ କାମ କରିଥିବା ମଶାଲ ଚିତ୍ରରେ ତାଙ୍କର ଭୂମିକାକୁ ପ୍ରଶଂସା ମିଳିଥିଲେ ମଧ୍ୟ ବକ୍ସ ଅଫିସ ହିଟ କରିପାରିଲା ନାହିଁ । [୪୫] ସେ ୧୯୮୪ ମସିହାରେ 'ଦୁନିଆ' (Duniya) ଚିତ୍ରରେ ଋଷି କପୁର ସହିତ ଓ ୧୯୮୬ ମସିହାରେ ଧର୍ମାଧିକାରୀ (Dharm Adhikari) ଚିତ୍ରରେ ଜିତେନ୍ଦ୍ର ସହିତ କାମ କରିଥିଲେ ।[୪୬][୪୭]

ସୁଭାଷ ଘାଇ ସାଥିରେ ଦ୍ୱିତୀୟ ଥର ପାଇଁ ୧୯୮୬ ମସିହାରେ ମିଶି ‘କର୍ମା’ ଚିତ୍ର ନିର୍ମାଣ କରିଥିଲେ । ପ୍ରଥମ ଥର ନିମନ୍ତେ ସେ ଅଭିନେତ୍ରୀ ନୂତନ ସାଥିରେ କାମ କରିଥିଲେ ଯଦିଓ ତିନି ଦଶକ ପୂର୍ବେ ‘ସିକୱା’ ଚିତ୍ର କରିବାର ଥିଲା ଯାହା ଅସମ୍ପୂର୍ଣ୍ଣ ହୋଇ ରହିଥିଲା ।[୪୩][୪୮][୪୯] ନୂତନଙ୍କ ସାଥିରେ ସେ ପୁନର୍ବାର ‘କାନୁନ ଅପନା ଅପନା’ରେ କାମ କରିଥିଲେ ।[୫୦]

‘ଗଙ୍ଗା ଯମୁନା’ (୧୯୬୧) ଓ ‘ଦିଲ ଦିୟା ଦର୍ଦ ଲିୟା’ (୧୯୬୭) ଚିତ୍ରମାନଙ୍କରେ ଛାୟା ନିର୍ଦ୍ଦେଶନା ଦେଇଥିବା ଟିପ୍ପଣୀରୁ ଦୂରେଇ ଯିବାକୁ ସୁଧାକର ବୋକାଡେଙ୍କର ନୂଆ ଚିତ୍ର ‘କଳିଙ୍ଗ’ରେ ଦିଲୀପ ମୁଖ୍ୟ ନିର୍ଦ୍ଦେଶକ ହେବାର ଥିଲା । [୫୧] ଏଥିରେ ଦିଲ୍ଲିପ ମୁଖ୍ୟ ଭୂମିକାରେ ରହିବା ପ୍ରସ୍ତାବ ଥିଲା । ଅନ୍ୟାନ୍ୟ କଳାକାର ଭାବରେ ରାଜ ବବର, ରାଜ କିରନ, ଅମିତୋଜ ମନ ଓ ମିନାକ୍ଷୀ ଶେଷାଦ୍ରି ନାମ ରହିଥିଲା । ଅନେକ ବର୍ଷ ଧରି ଏହି କାମ ଆଗେଇ ନ ପାରିବାରୁ ଅବଶେଷରେ ତାକୁ ବନ୍ଦ କରିଦିଆଗଲା ।[୫୨][୫୩]

ଦିଲ୍ଲୀପଙ୍କ ଶେଷ ଅସଫଳ ଚିତ୍ର ଥିଲା ‘କିଲା’ (୧୯୯୮) (Qila) ଯେଉଁଥିରେ ସେ ଦୁଇଟି ଭୂମିକାରେ ଅଭିନୟ କରିଥିଲେ, ଗୋଟିଏ ଦୁଷ୍ଟ ଜମିଦାର ଯାହାର ହତ୍ୟା ହୋଇଛି ଓ ଜମିଦାରର ଯମଜ ଭାଇ ସେହି ହତ୍ୟାର ସମାଧାନ କରିଛନ୍ତି । [୫୪]

୨୦୦୦–୨୦୨୧ ଦଶକ: ସବିରାମ କାମ ଓ ରାଜନୀତି

ସମ୍ପାଦନା

୨୦୦୧ ମସିହାରେ ‘ଅସର’ ନାମକ ଏକ ଚିତ୍ର ଅଜୟ ଦେବଗନ ଓ ପ୍ରିୟାଙ୍କା ଚୋପରା ସହିତ କରିବାର ଥିଲା ଯାହା ବନ୍ଦ ହୋଇଗଲା । [୫୫] ପ୍ରତିଷ୍ଠିତ ଚଳଚ୍ଚିତ୍ର ମୁଗଳ-ଏ-ଆଜମ ଓ ନୟା ଦୌର ଦ୍ୱୟ ସମ୍ପୂର୍ଣ୍ଣ ରଙ୍ଗୀନ କରାଯାଇ ୟଥାକ୍ରମେ ୨୦୦୪ ଓ ୨୦୦୮ରେ ପୁନଃ ରିଲିଜ ହୋଇଥିଲା ।[୫୬] ‘ଆଗ କା ଦରିଆ’ ନାମକ ଏକ ସମ୍ପୂର୍ଣ୍ଣ ଚିତ୍ରର ସୁଟିଂ ସରିବା ପରେ ୨୦୧୩ରେ ରିଲିଜ ହେବାର ଥିଲା କିନ୍ତୁ ଅଦ୍ୟାବଧି ଏହା ହୋଇନାହିଁ ।[୫୭] ସୁଭାଷ ଘାଇଙ୍କର ଯୁଦ୍ଧାତ୍ମକ ‘ମଦର ଲ୍ୟାଣ୍ଡ’ ଚିତ୍ରରେ ଦିଲ୍ଲୀପ, ଅମିତାଭ ବଚ୍ଚନଶାହ ରୁଖ ଖାନ ଥାଇ ତିଆରି ହେବାର ଥିଲା କିନ୍ତୁ ଖାନ ଓହରି ଯିବାରୁ ବନ୍ଦ ହୋଇଗଲା ।[୫୮]

ରାଜ୍ୟ ସଭାରେ ୨୦୦୦ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଦିଲୀପ କୁମାର ସଭ୍ୟ ଥିଲେ ।[୫୯] ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ତାଙ୍କୁ ମନୋନୀତ କରିଥିଲା ।[୬୦][୬୧] ଏମପି ଫଣ୍ଡର ଏକ ଉଲ୍ଲେଖନୀୟ ଭାଗ ସେ ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନେଡ ତଥା ବାନ୍ଦ୍ରା ଫୋର୍ଟ ଦିଗରେ ଥିବା ବଗିଚାର ତିଆରି ଓ ଉନ୍ନତିକରଣରେ ଖର୍ଚ୍ଚ କରିଥିଲେ । [୬୨]

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ତରାନା (୧୯୫୧) ଚିତ୍ରରେ କାମ କରୁଥିବା ସମୟରେ ମଧୁବାଲା ସାଥିରେ ଦିଲ୍ଲୀପଙ୍କର ପ୍ରେମ ହୋଇଗଲା । ସେହି ସମ୍ପର୍କ ନୟା ଦୌର ତିଆରି ହେବା ପର୍ଯ୍ୟନ୍ତ ୭ ବର୍ଷ ଧରି ରହିଥିଲା ଓ ସେହି ସମୟରେ ମଧୁବାଲା ଓ ତାଙ୍କ ପିତାଙ୍କ ବିରୁଦ୍ଧରେ କୋର୍ଟରେ ସାକ୍ଷ ପ୍ରଦାନ କରିଥିଲେ । [୬୩] ମୁଗଲ-ଏ-ଆଜମ (୧୯୬୦) ପରେ ସେହି ଦୁଇଜଣ ଆଉ କେବେ ହେଲେ ଏକତ୍ର କାମ କରିନଥିଲେ ।[୬୪] ବୈଜୟନ୍ତୀମାଳା ସହ ସମ୍ପର୍କ ଥିବା କଥା ଏକ ଗୋସିପ ମାଗାଜିନ ଲେଖିଥିଲେ । ଅବସ୍ଥା ଏପରି ହୋଇଥିଲା ଯେ ବୈଜୟନ୍ତୀମାଳାଙ୍କ ପିନ୍ଧା ଶାଢ଼ୀ ରଙ୍ଗ ଦିଲୀପ ପାସଙ୍ଗ କରିଥିଲେ ।[୬୫]

 
ପତ୍ନୀ ସାଇରା ବାନୁଙ୍କ ସହିତ ଦିଲୀପ କୁମାର ୨୦୦୭ ମସିହା

ଦିଲୀପ ତାଙ୍କଠାରୁ ୨୨ ବର୍ଷ କମ ବୟସ୍କା ସାଇରାଙ୍କ ସହିତ ବିବାହ କରିଥିଲେ । ପରେ ସେ ହାଇଦରାବାଦର ଆସମା ସାହିବା ସହିତ ୧୯୮୧ ମସିହାର ବିବାହ କରିଥିଲେ ।[୬୬][୬୭] ଏହି ବିବାହର ୧୯୮୩ ମସିହାରେ ଅନ୍ତ ହୋଇଥିଲା ।[୬୮] ପତି ପତ୍ନୀ ଦୁହେଁ ବାନ୍ଦ୍ରାରେ ରହୁଥିଲେ । ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, ବାନୁ ୧୯୭୨ରେ ଗର୍ଭବତୀ ହୋଇଥିଲେ କିନ୍ତୁ ଗର୍ଭ ସମସ୍ଯା ଯୋଗୁ ଶିଶୁର ମୃତ୍ଯୁ ହୋଇଗଲା । ଏହା ପରେ ସେମାନେ ‘ଭଗବାନଙ୍କ ଇଚ୍ଛା’ ଭାବି ଆଉ ଥରେ ସନ୍ତାନ ନିମନ୍ତେ ଚେଷ୍ଟା କରିନଥିଲେ ।[୬୯][୭୦]

ଦିଲୀପ କୁମାର ଉର୍ଦ୍ଦୁ, ହିନ୍ଦୀ, ପାସତୋଳ, ପଞ୍ଜାବୀ, ମରାଠୀ, ଇଂରାଜୀ, ବଙ୍ଗଳା ଗୁଜରାଟୀ, ହିଣ୍ଡକୋ, ପାର୍ସିଆନ, ଭୋଜପୁରୀ ଓ ଅବଧି ଭାଷାମାନଙ୍କରେ କହିବାରେ ପଟୁ ଥିଲେ । [୧୧][୭୧] ସେ ସଙ୍ଗୀତରେ ରୁଚି ରଖୁଥିଲେ ଓ ଗୋଟିଏ ଚିତ୍ର ନିମନ୍ତେ ସିତାର ବଜେଇବା ଶିକ୍ଷା କରିଥିଲେ ।[୭୨] ସେ କ୍ରିକେଟ ଖେଳକୁ ଭଲ ପାଉଥିଲେ ଓ ଖେଳୁଥିଲେ ମଧ୍ୟ ।[୭୩]

ତାଙ୍କ ସାନ ଭାଇ ନସୀର ଖାନ ମଧ୍ୟ ଜଣେ ଉଲ୍ଲେଖନୀୟ ଅଭିନେତା ଥିଲେ ।[୭୪] ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟରୁ ଅସଲାମ ଖାନ ୮୮ ବର୍ଷ ବୟସରେ ଅଗଷ୍ଟ ୨୦୨୦ ମସିହାରେ ଓ ଏହସାନ ଖାନ ୯୦ ବର୍ଷ ବୟସରେ ସେପ୍ଟେମ୍ବର ୨୦୨୦ ମସିହାରେ କରୋନା ରୋଗରେ ପ୍ରାଣତ୍ୟାଗ କରିଥିଲେ ।[୭୫][୭୬]

ମୃତ୍ୟୁ

ସମ୍ପାଦନା

ଦିଲୀପ କୁମାର ୯୮ ବର୍ଷ ବୟସରେ ୭ ଜୁଲାଇ, ୨୦୨୧ ମସିହା ସକାଳ ୭:୩୦ ସମୟରେ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ପ୍ରାଣ ତ୍ୟାଗ କରିଥିଲେ ।[୭୭][୭୮] ସେ ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡ଼ିତ ଥିଲେ ।[୭୯] ରାଷ୍ଟ୍ରୀୟ ସମ୍ମାନ ସହିତ ଜୁହୁ ମଶାଣିରେ ତାଙ୍କର ସବ ସତ୍କାର କରିବାକୁ ମହାରାଷ୍ଟ୍ର ସରକାର ୭ ଜୁଲାଇ ୨୦୨୧ରେ ସମ୍ମତି ଦେଇଥିଲେ ।[୮୦]

ସୌକତ ଖାନୁମ ମେମୋରିଆଲ କର୍କଟ ଡାକ୍ତରଖାନା ନିମନ୍ତେ ଦିଲ୍ଲୀପଙ୍କର ଅବଦାନ ବିଷୟ ଲେଖି ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ଇମରାନ ଖାନ ଦୁଃଖ ପ୍ରକାଶ କରି ଟୁଇଟ କରିଥିଲେ । [୮୧]

  1. "Dilip Kumar is my idol and inspiration: Amitabh Bachchan - The Times of India". Timesofindia.indiatimes.com. 11 December 2011. Retrieved 2012-08-06.
  2. Bose, Mrityunjay (7 July 2021). "Dilip Kumar: The undisputed 'Tragedy King'". Deccan Herald. Retrieved 7 July 2021.
  3. "Tragedy king Dilip Kumar turns 88". The Indian Express. 11 December 2010. Archived from the original on 11 October 2020. Retrieved 21 June 2012.
  4. ୪.୦ ୪.୧ "Happy Birthday Dilip Kumar: As Dilip Kumar turns 94, a look at his titanic reputation as India's finest method actor". Indianexpress.com. 11 December 2016. Retrieved 21 March 2019.
  5. Sharma, Vishwamitra (2007). Famous Indians of the 21st Century. Pustak Mahal. p. 196. ISBN 978-81-223-0829-7.
  6. Dawar, Ramesh (2006). Bollywood: yesterday, today, tomorrow. Star Publications. p. 8. ISBN 1-905863-01-2.
  7. "Mid-day: When Dilip Kumar and Madhubala dragged each other to court". www.mid-day.com (in ଇଂରାଜୀ). 18 March 2016. Retrieved 9 July 2021.{{cite web}}: CS1 maint: url-status (link)
  8. TNN (1 December 2017), "Dilip Kumar: Interesting chapters of the actor's life" Archived 11 October 2020 at the Wayback Machine., The Times of India. Retrieved 23 June 2018.
  9. "Dilip Kumar: The Grand Old Man Of Indian Cinema's Legendary Life". NDTV.
  10. "Dilip Kumar, Bollywood's 'Tragedy King', dies aged 98". www.aljazeera.com (in ଇଂରାଜୀ). Retrieved 7 July 2021.
  11. ୧୧.୦ ୧୧.୧ Renuka Vyavahare (28 December 2011). "Here's why Dilip Kumar speaks Marathi fluently!". The Times of India. Archived from the original on 29 October 2013. Retrieved 28 September 2013.
  12. "This is why Dilip Kumar changed his name from Muhammad Yusuf Khan before movie debut | Hindi Movie News - Bollywood - Times of India". timesofindia.indiatimes.com (in ଇଂରାଜୀ). Retrieved 9 July 2021.
  13. "RIP Dilip Kumar: Here's why the legendary actor changed his name". Deccan Herald (in ଇଂରାଜୀ). 7 July 2021. Retrieved 9 July 2021.
  14. "BBC Asian Network - Ray Khan, Pyar, Ishq Aur Judai, Listen to Dilip Kumar's Interview from 1970". BBC (in ବ୍ରିଟିଶ୍‌ ଇଂରାଜୀ). Retrieved 9 July 2021.
  15. ୧୫.୦ ୧୫.୧ "BoxOffice India.com". 6 February 2009. Archived from the original on 6 February 2009. Retrieved 21 March 2019.
  16. VERMA, SUKANYA. "25 Memorable Dilip Kumar Films". Rediff (in ଇଂରାଜୀ). Retrieved 9 July 2021.
  17. "Dilip Kumar's Top 25 Films". Rediff.com. Archived from the original on 11 October 2020. Retrieved 21 March 2019.
  18. ୧୮.୦ ୧୮.୧ "rediff.com, Movies: Tragedy King Dilip Kumar". Rediff.com. Archived from the original on 31 May 2011. Retrieved 6 August 2012.
  19. "Dilip Kumar's autobiography reveals his journey from Peshawar to Bombay - The Indian Express". 28 March 2017. Archived from the original on 28 March 2017. Retrieved 21 March 2019.
  20. "Dilip Kumar's most memorable performances". Filmfare.com. Archived from the original on 11 October 2020. Retrieved 21 March 2019.
  21. "Mehboob's AAN (1952) – Indian Cinema's entry into Europe". Moviemahal.com. 11 January 2017. Retrieved 21 March 2019.
  22. "Filmfare Best Actor Awards - History". Indicine.com. Archived from the original on 14 April 2015. Retrieved 9 April 2017.
  23. "10 Bollywood Actors who Have Won the Highest Filmfare Awards". Foraywhile.com. 3 September 2013. Archived from the original on 11 June 2019. Retrieved 21 March 2019.
  24. Pandya, Sonal. "Dilip Kumar and his leading ladies". Cinestaan.com. Archived from the original on 11 October 2020. Retrieved 21 March 2019.
  25. "Top Earners 1950-1959 (Figures in Ind Rs)". Box Office India. Archived from the original on 17 January 2008. Retrieved 17 January 2008.
  26. "B-Town rewind: The tale of the first Bollywood crore". Mid-Day (in ଇଂରାଜୀ). 16 March 2014. Archived from the original on 16 March 2014. Retrieved 16 November 2017.
  27. "Worth Their Weight In Gold". Box Office India. 1 November 2011. Archived from the original on 15 September 2017.
  28. "Top 50 Film of Last 50 Years". Box Office India. 3 November 2011. Archived from the original on 22 June 2017.
  29. "Madhubala birthday: Madhubala's real story is as tragic as her iconic character, Mughal-E-Azam's Anarkali". The Indian Express (in ଇଂରାଜୀ). 14 February 2017. Retrieved 9 July 2021.
  30. "Epic movie Mughale-Azam returns in colour cinemascope, digital sound". India Today (in ଇଂରାଜୀ). 22 December 2011. Retrieved 9 July 2021.
  31. "The Last of the legends, goodbye Dilip saab - Times of India". The Times of India (in ଇଂରାଜୀ). Retrieved 7 July 2021.
  32. "Dilip Kumar's Hollywood dis-connection". The Times Of India. Archived from the original on 10 August 2017. Retrieved 2 December 2010.
  33. "Dilip of Arabia?". The Times of India. Archived from the original on 30 January 2016. Retrieved 21 December 2015.
  34. "Idea of Dilip Kumar, Elizabeth Taylor pairing scared Saira". India Today (in ଇଂରାଜୀ). 13 December 2015. Archived from the original on 11 October 2020. Retrieved 15 January 2019.
  35. "Box Office 1964". Box Office India. 31 July 2011. Archived from the original on 10 February 2012.
  36. Kotru, Nirupama. "Films that are 50: A Dilip Kumar double treat in 'Ram Aur Shyam'". Scroll.in (in ଆମେରିକୀୟ ଇଂରାଜୀ). Retrieved 9 July 2021.
  37. Mahaan, Deepak (18 March 2010). "Aadmi (1968)". The Hindu (in Indian English). ISSN 0971-751X. Retrieved 9 July 2021.
  38. Upadhyaya, Amit (7 October 2018). "Superstar Dilip Kumar was the 'Thug of Hindostan' in 1968 hit film Sunghursh". ThePrint (in ଆମେରିକୀୟ ଇଂରାଜୀ). Retrieved 9 July 2021.
  39. "Box Office 1972". Box Office India. Archived from the original on 10 June 2007.
  40. "Box Office 1976". Box Office India. 31 July 2011. Archived from the original on 20 October 2013.
  41. Meghnad Desai, Baron Desai (2004), Nehru's hero Dilip Kumar in the life of India, Lotus Collection, Roli Books, ISBN 978-81-7436-311-4.
  42. "BoxOffice India.com". 1 February 2009. Archived from the original on 1 February 2009. Retrieved 21 March 2019.
  43. ୪୩.୦ ୪୩.୧ Top Earners 1980–1989 (Figures in Ind Rs). Box Office India. Retrieved 31 July 2011.
  44. "BoxOffice India.com". 1 February 2009. Archived from the original on 1 February 2009. Retrieved 21 March 2019.
  45. "When thespian Dilip Kumar floored Yash Chopra with his performance!". Glamsham.com. Archived from the original on 11 October 2020. Retrieved 21 March 2019.
  46. "Duniya > Film > Dilip Kumar | @kavi | MrOwl". www.mrowl.com. Retrieved 9 July 2021.
  47. "Dharm Adhikari (1986) - Review, Star Cast, News, Photos". Cinestaan. Archived from the original on 9 July 2021. Retrieved 9 July 2021.
  48. Bali, Karan (16 September 2017). "Incomplete Films: Shikwa". Upperstall.com. Archived from the original on 11 October 2020. Retrieved 21 March 2019.
  49. "rediff.com, Movies: Forever Nutan". Rediff.com. Archived from the original on 20 December 2016. Retrieved 9 April 2017.
  50. "Kanoon Apna Apna (1989) - Review, Star Cast, News, Photos". Cinestaan. Archived from the original on 9 July 2021. Retrieved 9 July 2021.
  51. "Revealing Dilip Kumar's unfulfilled dreams". Dailyo.in. Archived from the original on 11 October 2020. Retrieved 21 March 2019.
  52. May 31, AMIT AGARWAL; May 31, 1993 ISSUE DATE; August 7, 1993UPDATED; Ist, 2013 14:06 (7 August 2013). "Movie preview: Vidhu Vinod Chopra's '1942 - A Love Story' and Dilip Kumar's 'Kalinga'". India Today. Archived from the original on 11 October 2020. Retrieved 21 March 2019. {{cite news}}: |first4= has numeric name (help)CS1 maint: numeric names: authors list (link)
  53. Asif Noorani (11 December 2012). "Dilip Kumar: 90 fruitful years | Entertainment". Dawn.com. Archived from the original on 30 December 2012. Retrieved 9 May 2013.
  54. Qila Movie: Showtimes, Review, Trailer, Posters, News & Videos | eTimes, retrieved 9 July 2021
  55. "Dilip Kumar in a new film". Mid Day. Archived from the original on 14 December 2013. Retrieved 19 January 2013.
  56. "The Sunday Tribune - Spectrum". Tribuneindia.com. Archived from the original on 11 October 2020. Retrieved 9 April 2017.
  57. "Unreleased 23-year-old Dilip Kumar starrer set to hit theatres soon". Hindustantimes.com/. 26 December 2013. Archived from the original on 11 October 2020. Retrieved 21 March 2019.
  58. "When Shah Rukh Khan backed out of a film starring Dilip Kumar and Amitabh Bachchan!". The Times of India.
  59. "A look at Dilip Kumar's political career: Did you know, he was nominated as a member of the Rajya Sabha?". Free Press Journal. 7 July 2021. Retrieved 7 July 2021.
  60. "Veteran Hindi actor Dilip Kumar admitted in hospital". The New Indian Express.
  61. "Alphabetical List Of Former Members Of Rajya Sabha Since 1952". rajyasabha.nic.in.
  62. "BBRT - Information & Issues". Bbrtbandra.org. Archived from the original on 11 October 2020. Retrieved 21 March 2019.
  63. "Flashback! When Dilip Kumar and Madhubala dragged each other to court". mid-day (in ଇଂରାଜୀ). 18 March 2016. Archived from the original on 19 February 2019. Retrieved 16 April 2020.
  64. Mishra, Nivedita (14 February 2019). "Madhubala: A screen goddess who was unlucky in matters of the heart". Hindustan Times (in ଇଂରାଜୀ). Archived from the original on 14 March 2020. Retrieved 16 April 2020.
  65. "Dilip Kumar, and his women". Rediff.com. 2 July 2008. Retrieved 7 July 2021.
  66. "Eyecatchers". Indiatoday.intoday.in. Archived from the original on 11 October 2020. Retrieved 3 August 2017.
  67. "When Dilip Kumar Married Asma". Rediff. Archived from the original on 11 October 2020. Retrieved 3 August 2017.
  68. Bhatia, Ritu (2 September 2012). "Don't mind the (age) gap". India Today. Archived from the original on 6 September 2013. Retrieved 16 September 2013.
  69. Kumar, Dilip (2014). Dilip Kumar: The Substance and the Shadow. Hay House India. ISBN 9789381398869.
  70. "Dilip Kumar Death: Why does the actor not have any children?". Free Press Journal (in ଇଂରାଜୀ). Retrieved 7 July 2021.
  71. "Twitter". Mobile.twitter.com. Retrieved 21 March 2019.ଛାଞ୍ଚ:Primary source inline
  72. Rangan, Baradwaj (7 July 2021). "Dilip Kumar, Indian Film Star Who Brought Realism to Bollywood, Dies at 98". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 7 July 2021.
  73. Debnath, Diganda (7 July 2021). "Throwback: When Bollywood legends Dilip Kumar and Raj Kapoor had a cricketing encounter!". TV9News (in English). Archived from the original on 9 July 2021. Retrieved 7 July 2021.{{cite web}}: CS1 maint: unrecognized language (link)
  74. "Nasir Khan – Profile – Cineplot.com" (in ଆମେରିକୀୟ ଇଂରାଜୀ). Retrieved 7 July 2021.
  75. "Veteran actor Dilip Kumar's brother Aslam Khan, who tested positive for COVID-19, passes away - Times of India ►". The Times of India (in ଇଂରାଜୀ). Retrieved 7 July 2021.
  76. "Dilip Kumar's younger brother Ehsan Khan dies at 90, had tested positive for Covid-19". Hindustan Times (in ଇଂରାଜୀ). 3 September 2020. Retrieved 7 July 2021.
  77. "Film Legend Dilip Kumar Dies At 98". NDTV.com. Press Trust of India. 7 July 2021. Retrieved 7 July 2021.
  78. "Dilip Kumar (1922-2021): Life and Times of the 'Tragedy King'". News18 (in ଇଂରାଜୀ). 7 July 2021. Retrieved 7 July 2021.
  79. "Dilip Kumar had advanced prostate cancer, suffered kidney failure". The Indian Express (in ଇଂରାଜୀ). 7 July 2021. Retrieved 7 July 2021.
  80. "Maharashtra approves state funeral for Dilip Kumar". The Indian Express (in ଇଂରାଜୀ). 7 July 2021. Retrieved 7 July 2021.
  81. "Imran Khan on Twitter". Retrieved 8 July 2021.

ଅଧିକ ତ‌ଥ୍ୟ

ସମ୍ପାଦନା