ଦାସକାଠିଆ

ଓଡ଼ିଶାର ଲୋକ ନୃତ୍ୟ
(ଦାଶକାଠିଆରୁ ଲେଉଟି ଆସିଛି)

ଦାସକାଠିଆ ଏକ ପାରମ୍ପାରିକ ଓଡ଼ିଆ ସଙ୍ଗୀତ-ନାଟ କଳା । ଏହା ଗଞ୍ଜାମ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ଅଭିନୀତ ହୋଇଥାଏ ।

ଦାସକାଠିଆ
ଦାସକାଠିଆ ପରିବେଷଣ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଗଞ୍ଜାମ,[୧] ଓଡ଼ିଶା
ଗୀତ-ସଙ୍ଗୀତଦାସକାଠିଆ ସଙ୍ଗୀତ
କଳାକାରଗାହାଣ, ପାଳିଆ

ଏହା ଆଗକାଳରେ ମନୋରଞ୍ଜନ ଏକ ମୁଖ୍ୟ ମାଧ୍ୟମ ଥିଲା । ଏଠିରେ ଏକ କାଠ ଯୋଡ଼ାକୁ ନିଜ ନିଜ ସହିତ ବଜାଇ[୨] ଏକ ନିଆରା ଶବ୍ଦ ତିଆରି କରାଯାଇଥାଏ, ପାଳିଆ ଓ ଗାହାଣ ଏହାକୁ ବ୍ୟବହାର କରି ଗୀତ ଓ ଅଭିନୟ ମାଧମରେ ଏକ ପୁରାଣ ବର୍ଣ୍ଣନାକୁ ପରିବେଷଣ କରିଥାନ୍ତି । ଗାୟକରତ୍ନ ବୈଦ୍ୟନାଥ ଶର୍ମ୍ମା ଦାସକାଠିଆର ଉଲ୍ଲେଖଯୋଗ୍ୟ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ ।

ଶବ୍ଦାର୍ଥ ସମ୍ପାଦନା

'ଦାସ'ର ଅର୍ଥ ହେଉଛି ସେବକ ଓ 'କାଠିଆ' ଅର୍ଥ ହେଉଛି କାଠରେ ତିଆରି ଯୋଡ଼ା ଯାହା ଗାହାଣ ଓ ପାଳିଆଙ୍କ ଦେଇ ବଜାଯାଇଥାଏ । ଏଥିରେ ଗାହାଣ ଓ ପାଳିଆ ନିଜକୁ ଭଗବାନ ଶିବଙ୍କ ଦାସ ଭାବରେ ଗ୍ରହଣ କରି ତାଙ୍କର ବନ୍ଦନାପୂର୍ବକ ଗୀତ ଗାନ କରି ଅଭିନୟ ମାଧ୍ୟମରେ ଦାସକାଠିଆ ପରିବେଷଣ କରିଥାନ୍ତି ।[୩]

ବଡ଼ ଆକାରର ଦାସକାଠିକୁ ରାମତାଳି ନାମରେ ଅଭିହିତ କରାଯାଇଥାଏ । ଏହି ରାମତାଳିର ବର୍ଣ୍ଣନା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସରେ ମଧ୍ୟ ପ୍ରାପ୍ତ ହୁଏ ।

ବାତପୋତ ତରୁ ସ୍ଫୁଟପ୍ରାୟ ସର୍ବେ ଏକାଳେ ରଘୁନନ୍ଦନ
ବେଳାସ୍ତ ଅନାଇ ଦ୍ୱିବିଦକୁ ପେଷି ବାହୁଡ଼ାଇ ନେଲେ ସୈନ୍ୟ ସେ ।
ବାଜୁଅଛି ରାମତାଳି । ବେଗେ ସୁବେଳରେ ମିଳି ହେ ।

— ଏକଚତ୍ୱାରିଂଶ ଛାନ୍ଦ, ବୈଦେହୀଶ ବିଳାସ

ପରିବେଷଣ ସମ୍ପାଦନା

ଏହା ମୁଖ୍ୟତଃ ଶିବଙ୍କ ବନ୍ଦନା-ଗୀତନାଟ ହୋଇଥିଲେ ମଧ୍ୟ ଏଥିରେ କାଳୀ, ଗଣେଶ ଆଦି ଦେବଦେବୀଙ୍କ ବନ୍ଦନା ମଧ୍ୟ ଏଥିରେ ସ୍ଥାନ ପାଇଥାଏ । ଏହି ପରିବେଷଣ ବେଳରେ ଗାହାଣ ଓ ପାଳିଆ ନାନାଦି ଲଘୁ ପରିହାସ ଛଳରେ ଅନେକ ଜାଣିବା କଥା କହିଥାନ୍ତି ।[୪] ପରିବେଷଣ ସମୟରେ ହାତରେ ଥିବା ଯୋଡ଼ା କାଠିଆକୁ ବଜାଇ ଗୀତ ବୋଲାଯାଇଥାଏ ଓ ଅଭିନୟ କରାଯାଇଥାଏ । ଏଥିରେ ପ୍ରଧାନତଃ ପୌରାଣିକ କାହାଣୀ ସ୍ଥାନ ପାଉଥିଲେ ହେଁ ଅଧୁନା ଦୂରଦର୍ଶନଆକାଶବାଣୀରେ ପ୍ରସାରିତ ହେଉଥିବା ନାନାଦି ଜନ ସଚେତନତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ଦାସକାଠିଆ ପରିବେଷଣ କରାଯାଉଛି ।[୪]

ଅଧୁନାତନ ସ୍ଥିତି ସମ୍ପାଦନା

ପାଲା ଓ ଦାସକାଠିଆ ସାଧାରଣ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଧୀରେ ଧୀରେ ଲୋପ ପାଇବାକୁ ବସୁଛି, ଏଥି ନିମନ୍ତେ ଧିରେ ଧିରେ ସରକାରୀ ଓ ବେସରକାରୀ ସ୍ତରରେ ଧିରେ ଧିରେ ଅଣଲାଭକାରୀଅଣ ସରକାରୀ ସଙ୍ଗଠନ ଜରିଆରେ ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଅଛି । [୫]

ଆଧାର ସମ୍ପାଦନା

  1. "Abrupt end to tale of raconteurs". telegraphindia.com. 2013. Retrieved 11 April 2013. Dasakathia, which dates back to as early as 17th century, is believed to have originated in Ganjam district
  2. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 11 April 2013. ଏ ଯୋଡ଼ିକୁ ଏକ ହାତରେ ଧରି ହାତକୁ ମୁଠାଇଲେ ଓ ମେଲା କଲେ ଏହା ବାଜେ[permanent dead link]
  3. "Daskathia". Ganjam district portal.
  4. ୪.୦ ୪.୧ "Daskathia: Orissa's pecularity". SankalpIndia.net. Retrieved 11 June 2011.
  5. Sunil Patnaik. "Folk artistes get new lease of life". The Hindu. Retrieved 15 October 2010.

ବାହାର ଲିଙ୍କ ସମ୍ପାଦନା