ତ୍ରିବିକ୍ରମ ପତି
ତ୍ରିବିକ୍ରମ ପତି, ଜଣେ ଓଡ଼ିଆ ଗଣିତଜ୍ଞ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ ।[୧] ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କୁଳପତି ଆସନ ଅଳଙ୍କୃତ କରିଥିବା ସେ ପ୍ରଥମ ଓଡ଼ିଆ ବ୍ୟକ୍ତି । ଗାଣିତିକ ସିଦ୍ଧାନ୍ତ ରିମାନ ହାଇପୋଥେସିସ୍ର ସମାଧାନ ସୂତ୍ର ବାହାର କରି, ସେ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ ।[୨]
ତ୍ରିବିକ୍ରମ ପତି | |
---|---|
ଜନ୍ମ | କଟକ | ୨୩ ଅକ୍ଟୋବର ୧୯୨୯
ମୃତ୍ୟୁ | ୨ ଜୁଲାଇ ୨୦୦୮ | (ବୟସ ୭୮)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଶିକ୍ଷାବିତ, ଗଣିତଜ୍ଞ |
ପିତାମାତା | ରତ୍ନାକର ପତି |
ସମ୍ପର୍କୀୟ | ଗୋପବନ୍ଧୁ ଦାସ (ଅଜା) |
ବାଲ୍ୟଜୀବନ ଓ ଶିକ୍ଷା
ସମ୍ପାଦନାତ୍ରିବିକ୍ରମ, ୧୯୨୯ ଅକ୍ଟୋବର ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ନାତି ଥିଲେ । ସେ ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିଲେ ଓ ସବୁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ । ୧୯୪୮ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ୧୯୫୦ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ ।[୩]
ବୃତ୍ତିଗତ ଜୀବନ
ସମ୍ପାଦନାସ୍ନାତକୋତ୍ତର ପରେ,୧୯୫୦ମସିହାରେ ତ୍ରିବିକ୍ରମ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହିଁ ଜଣେ ରିସର୍ଚ୍ଚ ସ୍କଲାର ଭାବରେ ଯୋଗଦେଇଥିଲେ । ତାଙ୍କର ରିସର୍ଚ୍ଚ କାମ ଦେଶ ବିଦେଶର ଅନେକ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ୧୯୫୩ ମସିହାରେ, ମାତ୍ର ୨୪ବର୍ଷ ବୟସରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଇନ ଫିଲୋସଫି ଓ ୧୯୫୬ ମସିହାରେ ଡକ୍ଟରେଟ ଇନ ସାଇନ୍ସ ଉପାଧୀ ପ୍ରଦାନ କରିଥିଲା । ଡକ୍ଟରେଟ ଇନ ସାଇନ୍ସ ଉପାଧୀ ଲାଭକରିବାରେ ସେ ବିଶ୍ୱବିଦ୍ୟାଳୟର କନିଷ୍ଠତମ ଅଧ୍ୟାପକ ଥିଲେ । ସେ ଦୁଇ ବର୍ଷ ପାଇଁ ବୁର୍ଲା ଇଞ୍ଜିନିୟରିଂ କଲେଜର ଗଣିତ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୫୮ରେ ପୁନର୍ବାର ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟକୁ ଫେରିଯାଇ ଗଣିତ ବିଭାଗର ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟାରାମ୍ଭ କରିଥିଲେ । ଚାକିରି ଜୀବନର ମୁଖ୍ୟ ଭାଗ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହିଁ ବିତାଇଥିଲେ । ପ୍ରାୟ ଦଶ ବର୍ଷ ସେ ଜବଲପୁର ବିଶ୍ୱବିଦ୍ୟାଳୟରେ ଗଣିତ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪] ଜଣେ ଗଣିତଜ୍ଞ ଭାବରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ଅସମାହିତ "ରିମାନ ହାଇପୋଥେସିସ"ର ସମାଧାନ ସୂତ୍ର ବାହାର କରି ସେ ଚର୍ଚ୍ଚାକୁ ଆସିଥିଲେ । ଏହା ବ୍ୟତିତ ଅନ୍ୟନ୍ୟ ଦେଢ଼ ଶହ ଅସମାହିତ ଗଣିତର ସମାଧାନ ସୂତ୍ର ମଧ୍ୟ ସେ ବାହାର କରିଥିଲେ ।[୫]
ଗଣିତ ବ୍ୟତିତ ସଂସ୍କୃତରେ ମଧ୍ୟ ତାଙ୍କର ପାଣ୍ଡିତ୍ୟ ଥିଲା । ସେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆସନ ମଧ୍ୟ ଅଳଙ୍କୃତ କରିଥିଲେ । ସେ ଓଡ଼ିଆ, ହିନ୍ଦୀ, ଉର୍ଦ୍ଦୁ ଓ ସଂସ୍କୃତରେ ସେ କବିତା ମଧ୍ୟ ରଚନା କରିଛନ୍ତି ।[୬] ଚିତ୍ରାଙ୍କନ ଓ ଡାକଟିକଟ ସଂଗ୍ରହରେ ତାଙ୍କର ରୁଚି ଥିଲା ।
ଓଡ଼ିଶା ଗଣିତ ସଂସଦ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଓଡ଼ିଶା ବିଜ୍ଞାନ ଏକାଡେମୀ ଓ "ଆହ୍ଲାବାଦ ଗଣିତ ସଂସଦ" ଭଳି ବହୁ ଅନୁଷ୍ଠାନ ସହିତ ସେ ଜଡ଼ିତ ରହିଥିଲେ ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କଲିସ୍ ମେମୋରିଆଲ ଲେକ୍ଚରସିପ ସମ୍ମାନ
- ରାଜୀବ ଗାନ୍ଧୀ ନେସନାଲ ଇଉନିଟି ସମ୍ମାନ[୭]
୨୦୦୮ ଜୁଲାଇ ୦୨ତାରିଖରେ ଆହ୍ଲାବାଦଠାରେ ପ୍ରଫେସର ପତିଙ୍କର ଦେହାନ୍ତ ହୋଇଥିଲା ।[୮]
ଆଧାର
ସମ୍ପାଦନା- ↑ Association of Indian Universities (1993). Proceedings - Association of Indian Universities. Association of Indian Universities.
- ↑ http://arxiv.org/pdf/math/0703367v1.pdf
- ↑ H. P. Dikshit; Pawan K. Jain (29 January 2003). Analysis and Applications. CRC Press. pp. 5–. ISBN 978-0-8493-1721-7.
- ↑ American Mathematical Society (1970). Notices of the American Mathematical Society. American Mathematical Society.
- ↑ http://65.54.113.26/Author/12887087/tribikram-pati
- ↑ H. R. Singh; Tribikram Pati (2005). Dūre-tattīre: "Dūra-usa pāra" nāmadheyasya Hindībhāṣayā likhitasya mūla-kavitā-saṅgrahasya gīrvāṇavāṇyā rūpāntarā'nuvādaḥ. Rāṣṭrīyasaṃskr̥tasaṃsthānam. ISBN 978-81-86111-22-2.
- ↑ http://www.hindustantimes.com/nm13/when-nehru-lost-to-the-boys-at-au-exhibition/article1-118594.aspx[permanent dead link]
- ↑ "ଇଲାହାବାଦ ବିଶ୍ୱବିଦ୍ୟାଳୟର ପ୍ରଥମ ଓଡ଼ିଆ କୁଳପତି". ସମ୍ବାଦ ୦୨/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 2 July 2015. Retrieved 2 July 2015.[permanent dead link]