ତନବୀ ଆଜମୀ

ଭାରତୀୟ ଅଭିନେତ୍ରୀ

ତନବୀ ଆଜମୀ ଜଣେ ଭାରତୀୟ କଥାଚିତ୍ର ଓ ଦୂରଦର୍ଶନ ଅଭିନେତ୍ରୀ ।ସେ ଅକେଲେ ହମ୍ ଅକେଲେ ତୁମ୍ (୧୯୯୫), ବାଜିରାଓ ମସ୍ତାନୀ (୨୦୧୫), ଥପ୍ପଡ଼ (୨୦୨୦) ଓ ତ୍ରିଭଙ୍ଗ (୨୦୨୧) ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।

ତନବୀ ଆଜମୀ
Azmi at the 2011 Maee Film Bash
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୫–ଏବେଯାଏଁ
ବୈବାହିକ-ସାଥୀବାବା ଆଜମୀ
ପିତାମାତା
ସମ୍ପର୍କୀୟସୈୟାମି ଖେର (ସମ୍ପର୍କୀୟ)

ଅଭିନୟ ଜୀବନ ସମ୍ପାଦନା

ଆଜମୀ ଦୂରଦର୍ଶନ ସିରିଜ୍, ଜୀବନରେଖାରେ ଜଣେ ଅସୁବିଧାରେ ଥିବା ଡାକ୍ତରଙ୍କ ଭୂମିକାରେ ଓ ବିଜୟା ମେହେଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଟେଲିଫିଲ୍ମ ରାଓ ସାହେବରେ ଜଣେ ଯୁବ ବିଧବା ଭାବରେ ଅଭିନୟ କରିଥିଲେ । ସେ ଆଦୁର ଗୋପାଳକ୍ରିଷ୍ଣନ ନିର୍ଦ୍ଦେଶିତ ମାଲାୟାଲମ ଭାଷାର କଥାଚିତ୍ର ବିଧେୟାନ (୧୯୯୩)ରେ ଅଭିନୟ କରିଥିଲେ ।[୧]

କଥାଚିତ୍ର ପ୍ୟାରୀ ବେହନା (୧୯୮୫)ରେ ତାଙ୍କ ଅଭିନୟ ପାଇଁ ସେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଁ ତାଙ୍କର ପ୍ରଥମ ନାମାଙ୍କନ ପାଇଥିଲେ ।

ଆମୀର ଖାନ ଓ ମନୀଷା କୋଇରାଲାଙ୍କ ଅଭିନୀତ ରୋମାଣ୍ଟିକ୍ ଡ୍ରାମା ଆକେଲେ ହମ୍ ଆକେଲେ ତୁମ୍ (୧୯୯୫)ରେ ତାଙ୍କର ସହାୟକ ଭୂମିକା ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ।[୨]

ମନସ୍ତାତ୍ତ୍ୱିକ ରୋମାଞ୍ଚକର ଚଳଚ୍ଚିତ୍ର ଦୁଷ୍ମନ (୧୯୯୮)ରେ କାଜଲ ଓ ସଞ୍ଜୟ ଦତ୍ତଙ୍କ ସହ ଅଭିନୟ କରିଥିଲେ, ଯେଉଁଥିରେ ସେ ଜଣେ ମନୋବିଜ୍ଞାନୀ ଡାକ୍ତର ପୂର୍ଣ୍ଣିମା ସେହଗଲ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଁ ତୃତୀୟ ଥର ପାଇଁ ମନୋନୀତ ହୋଇଥିଲେ ।

୨୦୧୫ ମସିହାରେ, ସେ ସଞ୍ଜୟ ଲୀଳା ଭଂସାଳୀଙ୍କ ଐତିହାସିକ ରୋମାଣ୍ଟିକ୍ ଡ୍ରାମା ବାଜିରାଓ ମସ୍ତାନୀରେ ରଣବୀର ସିଂ, ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ଅଭିନୟ କରିଥିଲେ । ଏଥିରେ ସେ ରଣବୀରଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ପାଇଁ ତାଙ୍କୁ ସମୀକ୍ଷକ ଓ ଦର୍ଶକମାନେ ପ୍ରସଂଶା କରିବା ସହିତ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

୨୦୧୭ ମସିହାରେ, ସେ ଆଣ୍ଡ ଟିଭିର ବାଣୀ ରାଣୀରେ ଅଭିନୟ କରିଥିଲେ ।[୩]

ଫ୍ୟାମିଲି ଡ୍ରାମା ଥପ୍ପଡ଼ (୨୦୨୦)ରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ପ୍ରଶଂସା କରିବା ସହିତ ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଁ ପଞ୍ଚମ ନାମାଙ୍କନ ମିଳିଥିଲା ।

ଆଜମୀ ପରବର୍ତ୍ତୀ ସମୟରେ ତ୍ରିଭାଙ୍ଗା (୨୦୨୧) ରେ ଅଭିନୟ କରିଥିଲେ, ଯାହାକି ରେଣୁକା ସାହାଙ୍କ ନିର୍ଦ୍ଦେଶିତ ଏକ ନେଟଫ୍ଲିକ୍ସ ଚଳଚ୍ଚିତ୍ର ଥିଲା । କାଜଲ ଓ ମିଥିଲା ପାଲକରଙ୍କ ସହ ସେ ଏହି କଥାଚିତ୍ରରେ କାମ କରିଥିଲେ, ଯାହା ପାଇଁ ଆଜମୀଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ଓଟିଟି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।[୪]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ମରାଠୀ-ହିନ୍ଦୀ ଅଭିନେତ୍ରୀ ଉଷା କିରଣ ଓ ମନୋହର ଖେରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[୫] ଆଜମୀ ସିନେମାଟୋଗ୍ରାଫର ତଥା ଶବାନା ଆଜମୀଙ୍କ ଭାଇ ବାବା ଆଜମୀଙ୍କୁ ବିବାହ କରିଛନ୍ତି । ସେ ଅଖତର-ଆଜମୀଙ୍କ ପରିବାର ସହିତ ଜଡ଼ିତ ।[୨]

ଆଧାର ସମ୍ପାଦନା

  1. "Vidheyan" (PDF). Press Information Bureau. Retrieved 24 January 2014..
  2. ୨.୦ ୨.୧ "Baba,Tanvi Azmi to adopt caretaker's kids". The Times of India. 22 February 2012. Archived from the original on 5 November 2013. Retrieved 24 January 2014. ଆଧାର ଭୁଲ: Invalid <ref> tag; name "Baba" defined multiple times with different content
  3. "Vani Rani-a tale of estranged twins". The Times of India. 7 August 2017.
  4. "Kajol, Tanvi Azmi, Mithila Palkar celebrate women and their beautiful imperfections in 'Tribhanga' trailer". DNA India (in ଇଂରାଜୀ). 4 January 2021. Retrieved 4 January 2021.
  5. "Festive rise - Raghuvir Yadav and Tanvi Azmi: New-comers on the firmament of Indian stars". India Today. 15 February 1987. Retrieved 24 January 2014.

ବାହାର ଲିଙ୍କ୍ ସମ୍ପାଦନା