ସୈୟାମି ଖେର

ଭାରତୀୟ ଅଭିନେତ୍ରୀ

‌ସୈୟାମି ଖେର‌ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୫ରେ ତେଲୁଗୁ ଚଳଚ୍ଚିତ୍ର ‌ରେ‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧] ୨୦୧୬ରେ ସୈୟାମି ହିନ୍ଦୀ କଥାଚିତ୍ର ‌ମିର୍ଜିୟା‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨] ସୈୟାମୀ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଜାତୀୟ ସ୍ତରିୟ ମହିଳା କ୍ରିକେଟ ଦଳର ଦୃତ‌ତମ ବୋଲର୍ ଭାବରେ ଖେଳିଥିଲେ, ମାତ୍ର ପରେ ମଡେଲିଂରେ ଯୋଗ ଦେଲା ପରେ ସେ କ୍ରିକେଟ ଛାଡ଼ିଥିଲେ ।[୩]

ସୈୟାମି ଖେର
୨୦୧୬ ଫିଲ୍ମ‌ଫେୟାର ଗ୍ଲାମର ଆଣ୍ଡ ଷ୍ଟାଇଲ ଆୱାର୍ଡ଼ରେ ସୈୟାମି
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ପିତାମାତା(s)ଅଦ୍ୱଇତ ଖେର
ଉତ୍ତରା ମାତ୍ରେ ଖେର
ସମ୍ପର୍କୀୟସଂସ୍କୃତି ଖେର (ଭଉଣୀ)
ଉଷା କିରଣ (ଆଈ)
ତନ୍‌ଭି ଆଜ୍‌ମି (ମାଉସୀ)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସୈୟାମୀ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ଅଦ୍ୱଇତ ଖେର ଏବଂ ଉତ୍ତରା ମାତ୍ରେ ଖେର ତାଙ୍କର ବାପା ମାଆ । ତାଙ୍କ ମାଆ ୧୯୮୨ର ମିସ୍ ଇଣ୍ଡିଆ ଥିଲେ ।[୪] ସେ ଜାତୀୟ ସ୍ତରିୟ କ୍ରିକେଟରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ । ମାତ୍ର ପରେ ସେ ମଡେଲିଂରେ ଯୋଗ ଦେଲା ପରେ କ୍ରିକେଟ ଛାଡ଼ିଦେଇଥିଲେ ।[୩] ସୈୟାମି ପ୍ରାକ୍ତନ ଅଭିନେତ୍ରୀ ଉଷା କିରଣଙ୍କର ନାତୁଣୀ ଏବଂ ଅଭିନେତ୍ରୀ ତନ୍‌ଭି ଆଜ୍‌ମି ତାଙ୍କର ମାଉସୀ ।

ଅଭିନୟ ଜୀବନ ସମ୍ପାଦନା

ସୈୟାମି କ୍ରିକେଟ ଛାଡ଼ି ମଡେଲିଂରେ ଯୋଗ ଦେଇଥିଲେ । ସୈୟାମୀ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସ‌ହ ଏକ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୨ରେ ସୈୟାମି କିଙ୍ଗଫିସର କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲେ ।[୩] ୨୦୧୫ରେ ସୈୟାମି ତେଲୁଗୁ ଚଳଚ୍ଚିତ୍ର ‌ରେ‌' ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୫]

୨୦୧୬ରେ ସୈୟାମୀ ହିନ୍ଦୀ କଥାଚିତ୍ର ‌ମିର୍ଜିୟା‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସୈୟାମିଙ୍କ ସ‌ହ ଅଭିନେତା ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୬] ଏହି ଚଳଚ୍ଚିତ୍ର ପାଇଁ ସୈୟାମିଙ୍କୁ ଷ୍ଟାରଡଷ୍ଟ ଆୱାର୍ଡ଼ରେ ସୁପରଷ୍ଟାର ଅଫ ଟୁମୋରୋ ଏବଂ ଦାଦାସାହେବ ଫାଲେକ ଆୱାର୍ଡ଼ରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୭]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ଆଧାର
୨୦୧୫ ରେ ଅମୃତା ତେଲୁଗୁ
୨୦୧୬ ମିର୍ଜ୍ୟା ସୁଚିତ୍ରା ହିନ୍ଦୀ
୨୦୧୮ ମୌଲି ରେଣୁକା ମରାଠୀ
୨୦୨୦ ଚୋକ୍‌ଡ୍ ସରିଲା ପିଲ୍ଲାଇ ହିନ୍ଦୀ
ଅନ୍‌ପସ୍‌ଡ୍ ଆୟେଶା ହୁସେନ୍ ହିନ୍ଦୀ
୨୦୨୧ ୱାଇଲ୍ଡ୍ ଡଗ୍ ଆର୍ଯ୍ୟ ପଣ୍ଡିତ ତେଲୁଗୁ
୨୦୨୨ ହାଇୱେ ଆଶା ଭରତ ତେଲୁଗୁ
୨୦୨୩ ୮ ଏ.ଏମ୍. ମେଟ୍ରୋ ଇରାବତୀ ହିନ୍ଦୀ
ଘୁମର୍ ହିନ୍ଦୀ [୮]

ଅଭିନୀତ ୱେବ୍ ସିରିଜ୍ ସମ୍ପାଦନା

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୨୦ ସ୍ପେଶିଆଲ୍ ଅପ୍‌ସ୍ ଜୁହି କଶ୍ୟପ ସିଜିନ୍ ୧
ବ୍ରିଦ୍: ଇନ୍‌ଟୁ ଦି ସ୍ୟାଡୋସ୍ ଶ୍ରୀଲି ସିଜିନ୍ ୧ ଏବଂ ୨
୨୦୨୨ ଫାଡ଼ୁ ମଞ୍ଜିରି ସିଜିନ୍ ୧ [୯][୧୦]

ପୁରସ୍କାର ସମ୍ପାଦନା

ବର୍ଷ ପୁରସ୍କାର ବର୍ଗ କାମ ଫଳାଫଳ ଆଧାର
୨୦୧୬ ଷ୍ଟାର୍‌ଡଷ୍ଟ ଆୱାର୍ଡ଼ ସୁପରଷ୍ଟାର୍ ଅଫ୍ ଟୁମୋରୋ – ଫିମେଲ୍ [୧୧]
୨୦୨୦ ଫିଲ୍ମଫେୟାର୍ ଓଟିଟି ଶ୍ରେଷ୍ଠ ଅଭିନେତ୍ରୀ [୧୨]

ଆଧାର ସମ୍ପାଦନା

  1. "The Actresses We'll Be Introduced To In Bollywood". bookmyshow.com. Retrieved 7 May 2017.
  2. Jha, Subhash K. "Saiyami Kher is my Sahibaan". Pinkvilla. Archived from the original on 30 April 2019. Retrieved 7 May 2017.
  3. ୩.୦ ୩.୧ ୩.୨ "Saiyami Kher Height, Wight, Age, Biography". StarsUnfolded. Retrieved 7 May 2017.
  4. Pawar, Yogesh (24 July 2016). "Acting in her blood". Daily News & Analysis. Retrieved 2016-09-03.
  5. "Saiyami Kher makes her acting debut with a Telugu movie". RaagLahari.com. Retrieved 7 May 2017.
  6. "First look: Harshvardhan Kapoor, Saiyami Kher in 'Mirzya' teaser". MidDay. 16 Dec 2015.
  7. "Actress Saiyami Kher Profile | Movies | Photos – MovieRaja: Collection of Movie Reviews, Videos and Gallery". www.movieraja.in (in ଆମେରିକୀୟ ଇଂରାଜୀ). Retrieved 7 May 2017.
  8. "Ghoomer First Look: Abhishek Bachchan and Saiyami Kher seen in an intense moment in R Balki's next". Pinkvilla. Archived from the original on 19 June 2022. Retrieved 25 June 2022.
  9. "Ashwiny Iyer Tiwari reveals first look of Pavail Gulati and Saiyami Kher for her debut web-series, 'Faadu'". The Times of India. Archived from the original on 18 November 2021. Retrieved 17 November 2021.
  10. "Faadu first impression: Ashwiny Iyer Tiwari's tale of human emotions is one-tone, flat". The Indian Express (in ଇଂରାଜୀ). 9 December 2022. Archived from the original on 11 December 2022. Retrieved 11 December 2022.
  11. "Stardust Awards 2016: Check Out The Complete List Of Winners - NDTV Movies". 22 December 2015. Archived from the original on 25 January 2016. Retrieved 14 September 2022.
  12. "Winners Of The Flyx Filmfare OTT Awards". Filmfare (in ଇଂରାଜୀ). 19 December 2020. Archived from the original on 11 December 2021. Retrieved 12 December 2021.

ଅଧିକ ତ‌ଥ୍ୟ ସମ୍ପାଦନା