ଡେଲିଭରି ବୟ

୨୦୨୩ ଓଡ଼ିଆ କଥାଚିତ୍ର

ଡେଲିଭରି ବୟ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଜ୍ୟୋତି ରଞ୍ଜନ ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ[୨][୩] ଓ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦୀପକ ଜେନା ।[୪][୫] ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬][୭][୮]

ଡେଲିଭରି ବୟ
ନିର୍ଦ୍ଦେଶକଅଶ୍ୱିନୀ ତ୍ରିପାଠୀ
ପ୍ରଯୋଜକଜ୍ୟୋତି ରଞ୍ଜନ ମହାନ୍ତି
ସଂଳାପଦୀପକ ଜେନା
ଚିତ୍ରନାଟ୍ୟଅଶ୍ୱିନୀ ତ୍ରିପାଠୀ
କାହାଣୀଜ୍ୟୋତି ରଞ୍ଜନ ମହାନ୍ତି
କଳାକାରଶୈଳେନ୍ଦ୍ର ସାମାନ୍ତରାୟ
ସୂର୍ଯ୍ୟମୟୀ ମହାପାତ୍ର
ବୁଦ୍ଧାଦିତ୍ୟ ମହାନ୍ତି
ପୁପୁଲ ଭୂୟାଁ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୭ ଅପ୍ରେଲ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ, ପ୍ରିୟମ୍ବଦା ସ୍ୱାଇଁ, ବୁଦ୍ଧାଦିତ୍ୟ ମହାନ୍ତି ଓ ସୂର୍ଯ୍ୟମୟୀ ମହାପାତ୍ର ।[୯] ଚୌଧୁରୀ ବିକାଶ ଦାସ, ଜୀବନ ପଣ୍ଡା, ଶକ୍ତି ବରାଳ, ସରୋଜ ଦାସ, ବିନାୟକ ମିଶ୍ର, ସୁଶାନ୍ତ ଦାଶ ମହାପାତ୍ର, ପୁପୁଲ ଭୂୟାଁ, ଅରମାନ ମହାନ୍ତି, ସାନ୍ତୁ ନିଜେ, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୦] ଏହାର ପ୍ରିମିୟର୍ କଟକସ୍ଥିତ ମହାରାଜା ହଲ୍‌ରେ ହୋଇଥିଲା, ଯେଉଁଠି ରାଜ୍ୟପାଳ ଗଣେଶୀ ଲାଲ ଉପସ୍ଥିତ ଥିଲେ ।[୧୧] ମୁକ୍ତିଲାଭ କରିବା ପୂର୍ବରୁ ଓଡ଼ିଶା ସରକାର ଏହାକୁ କରମୁକ୍ତ କରିବା କଥା ଘୋଷଣା କରିଥିଲେ ।[୧୨][୧୩] ଏହି କଥାଚିତ୍ରଟିର କାହାଣୀ ଦୁର୍ଗା ପ୍ରସାଦ ନାୟକ ନାମକ ଜଣେ ଡେଲିଭରି ବୟଙ୍କ ଉପରେ ଆଧାରିତ ।[୧୪]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ଏବଂ ନବ୍ସ ଓ ସରୋଜ ।[୧୮] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ସୂର୍ଯ୍ୟ ମହାପାତ୍ର, ଉସ୍ତାଦ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୯] ସତ୍ୟଜିତ ପ୍ରଧାନ, ହ୍ୟୁମାନ ସାଗର, ଅସୀମା ପଣ୍ଡା, ଋତୁରାଜ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ୧୦ ଜାନୁଆରୀ ୨୦୨୩ରେ ଏହି କଥାଚିତ୍ରଟି ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୨୦]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଡେଲିଭରି ବୟ"ଉସ୍ତାଦସତ୍ୟଜିତ ପ୍ରଧାନ 
2."ତୁ ଦେଲେ ଥରେ ଚିମୁଟି"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅସୀମା ପଣ୍ଡା 
3."ବଚ୍ଚନ ଭାଇ ଏଲ୍.ଏଲ୍.ବି"ନିର୍ମଳ ନାୟକହ୍ୟୁମାନ ସାଗର 
4."ହାଏରେ ଜୀବନ"ସୂର୍ଯ୍ୟ ମହାପାତ୍ରଋତୁରାଜ ମହାନ୍ତି 

ବିବାଦ ସମ୍ପାଦନା

ମୁକ୍ତିଲାଭ କରିଥିବା କିଛିଦିନ ପରେ ଏହି କଥାଚିତ୍ରର ପ୍ରଯୋଜକ ପ୍ରେକ୍ଷାଳୟ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେବାରୁ କଟକ ମହାରାଜ ହଲ୍‌ରେ ଏହାର ପ୍ରଦର୍ଶନ ବନ୍ଦ କରାଯାଇଥିଲା ।[୨୧][୨୨]

ଆଧାର ସମ୍ପାଦନା

  1. "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  2. "Odisha Govt Waives Entertainment Tax On Odia Film 'Delivery Boy'". Pragativadi (in English). Bhubaneswar. 3 April 2023. Archived from the original on 17 April 2023. Retrieved 17 April 2023.{{cite news}}: CS1 maint: unrecognized language (link)}
  3. "Odia Naba Barsa celebrated at Panthanivas Bhubaneswar". KalingaTV (in English). Bhubaneswar. 14 April 2023. Archived from the original on 17 April 2023. Retrieved 17 April 2023.{{cite news}}: CS1 maint: unrecognized language (link)
  4. "ଖୁବ୍‌ଶୀଘ୍ର ବଡ଼ ପରଦାକୁ ଆସୁଛି 'ଡେଲିଭରି ବୟ', ଘରେ ଘରେ ଡେଲିଭରି କରୁଥିବାର ନଜର ଆସିବେ ଶୈଳେନ୍ଦ୍ର". PRAMEYA. ଭୁବନେଶ୍ୱର. 22 March 2023. Archived from the original on 17 April 2023. Retrieved 17 April 2023.
  5. ବିଶ୍ୱାଳ, ସ୍ମିତାଲୋକ (7 April 2023). "ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ 'ଡେଲିଭରି ବୟ': ଦେଖିବାକୁ ମିଳିଛି ଡ଼େଲିଭରି ବୟର ସଂଘର୍ଷର କାହାଣୀ". Odisha Sambad. Retrieved 3 July 2023.
  6. "Delivery Boy - Official Trailer". The Times of India. ISSN 0971-8257. Retrieved 2023-04-17.
  7. "'Delivery Boy' declared tax-free in Odisha". Sambad English (in English). Bhubaneswar. 3 April 2023. Archived from the original on 17 April 2023. Retrieved 17 April 2023.{{cite news}}: CS1 maint: unrecognized language (link)
  8. ଗୌଡ଼, ପବିତ୍ର କୁମାର (11 January 2023). "ସାରା ଭାରତରେ ଓଡ଼ିଆ ଫିଲ୍ମ ରିଲିଜ୍‌ ମୋର ଲକ୍ଷ୍ୟ: ଅଶ୍ୱିନୀ ତ୍ରିପାଠୀ". PRAMEYA. ଭୁବନେଶ୍ୱର. Archived from the original on 17 April 2023. Retrieved 17 April 2023.
  9. Sahoo, Jyoti Prakash (4 April 2023). "CM Naveen Patnaik Makes 'Delivery Boy' Tax Free". My City Links (in English). Archived from the original on 17 April 2023. Retrieved 17 April 2023.{{cite news}}: CS1 maint: unrecognized language (link)
  10. "ଫିଲ୍ମି ଫ୍ରାଇଡେରେ ରିଲିଜ ହେଲା ଡେଲିଭରୀ ବୟ ପ୍ରଥମ ଦିନରେ ହାଉସଫୁଲ". ETV Bharat News. ଭୁବନେଶ୍ୱର. 7 April 2023. Archived from the original on 17 April 2023. Retrieved 17 April 2023.{{cite news}}: CS1 maint: bot: original URL status unknown (link)
  11. "'ଡେଲିଭରି ବୟ' ପ୍ରିମିୟର ଦେଖିବେ ରାଜ୍ୟପାଳ". ପ୍ରମେୟ. ଭୁବନେଶ୍ୱର. 7 April 2023. Archived from the original on 17 April 2023. Retrieved 17 April 2023.
  12. "Odisha Govt Waives Entertainment Tax On Odia Film 'Delivery Boy'". odishabytes (in English). Bhubaneswar. 3 April 2023. Archived from the original on 17 April 2023. Retrieved 17 April 2023.{{cite news}}: CS1 maint: unrecognized language (link)
  13. "Sailendra Samantaray starring new Odia movie on road safety made tax-free - OrissaPOST". OrissaPOST (in English). Bhubaneswar. 4 April 2023. Archived from the original on 17 April 2023. Retrieved 17 April 2023.{{cite news}}: CS1 maint: unrecognized language (link)
  14. "ବହୁଚର୍ଚ୍ଚିତ ଦମନ୍ ଫିଲ୍ମର ରେଟିଂକୁ ପଛରେ ପକାଇଲା ଡେଲିଭରୀ ବୟ' । ସାରା ଓଡ଼ିଶାରେ ହାଉସଫୁଲ୍ ଚାଲୁଛି ଫିଲ୍ମ । | Kanak News". Kanak News. 9 April 2023. Archived from the original on 17 April 2023. Retrieved 17 April 2023.
  15. "ଶୈଳେନ୍ଦ୍ରଙ୍କ ନାୟିକା". ସକାଳ. 19 June 2022. p. ୨. Archived from the original on 20 June 2022. Retrieved 20 June 2022.
  16. "ଶୈଳେନ୍ଦ୍ରଙ୍କ ଭୂମିକା". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.
  17. "'ଡେଲିଭରି ବୟ': ଭିନ୍ନ ଧରଣର କାହାଣୀ". ନିର୍ଭୟ. 11 February 2023. p. 10. Archived from the original on 23 March 2023. Retrieved 23 March 2023.
  18. "ଡେଲିଭରି ବୟ". ସମାଜ. No. ରବିବାର. 5 February 2023. Archived from the original on 23 March 2023. Retrieved 23 March 2023.
  19. "ଆଜି ପରଦାକୁ ଆସୁଛି ଓଡ଼ିଆ ଛବି 'ଡେଲିଭରି ବୟ'". Sambad. ଭୁବନେଶ୍ୱର. 7 April 2023. Archived from the original on 17 April 2023. Retrieved 17 April 2023.
  20. "Audio of new Odia movie 'Delivery Boy' launched". KalingaTV (in English). Bhubaneswar. 10 January 2023. Archived from the original on 17 April 2023. Retrieved 17 April 2023. {{cite news}}: |first1= missing |last1= (help)CS1 maint: unrecognized language (link)
  21. "ପ୍ରଜଯୋକଙ୍କ ବିବାଦୀୟ ବୟାନ ମହାରାଜା ହଲରୁ ହଟିଲା ଡେଲିଭରି ବୟ". ETV Bharat News. ଭୁବନେଶ୍ୱର. 17 April 2023. Archived from the original on 17 April 2023. Retrieved 17 April 2023.
  22. "'ଡେଲିଭରି ବୟ' ଫିଲ୍ମକୁ ନେଇ ହଲ୍ ମାଲିକ ଓ ପ୍ରଯୋଜକ ମୁହାଁମୁହିଁ : ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ପ୍ରଯୋଜକଙ୍କ ଅସନ୍ତୋଷ | Kanak News". Kanak News. 17 April 2023. Archived from the original on 17 April 2023. Retrieved 17 April 2023.

ବାହାର ଆଧାର ସମ୍ପାଦନା