ଡୁକ୍ରାଭାସିଟିନିବ, ଏକ ବିକ୍ରୟ ନାମ ସୋଟିକ୍ଟୁ, ଏକ ଔଷଧ ଯାହା ମଧ୍ୟମରୁ ଗମ୍ଭୀର ଧରଣର ପ୍ଲେକ୍ ସୋରିୟାସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହାକୁ ଅନ୍ୟ ଶକ୍ତିଶାଳୀ ଇମ୍ୟୁନୋସପ୍ରେସାଣ୍ଟ ସହିତ ବ୍ୟବହାର କରିବା ଉଚିତ୍ ନୁହେଁ ।[୧] ଏହା ପାଟିରେ ଦିଆଯାଏ ।[୧]

ଡୁକ୍ରାଭାସିଟିନିବ
Clinical data
Pronunciation/dˌkrævəˈsɪtɪnɪb/
doo-KRA-və-SI-ti
Trade namesSotyktu
SynonymsBMS-986165
AHFS/Drugs.commonograph
Routes of
administration
By mouth
Legal status
Legal status
Pharmacokinetic data
Bioavailability99%
Protein binding82–90%
MetabolismLiver (primarily CYP1A2)
MetabolitesBMT-153261 (active)
Elimination half-life10 hours
ExcretionFeces, urine
Identifiers
  • 6-(Cyclopropanecarbonylamido)-4-[2-methoxy-3-(1-methyl-1,2,4-triazol-3-yl)anilino]-N- (trideuteriomethyl)pyridazine-3-carboxamide
ECHA InfoCard100.329.069 Edit this at Wikidata
Chemical and physical data
FormulaC20H22N8O3
Molar mass୪୨୨.୪୫ g·mol−1
3D model (JSmol)
  • [2H]C([2H])([2H])NC(=O)C1=NN=C(C=C1NC2=CC=CC(=C2OC)C3=NN(C=N3)C)NC(=O)C4CC4
  • InChI=1S/C20H22N8O3/c1-21-20(30)16-14(9-15(25-26-16)24-19(29)11-7-8-11)23-13-6-4-5-12(17(13)31-3)18-22-10-28(2)27-18/h4-6,9-11H,7-8H2,1-3H3,(H,21,30)(H2,23,24,25,29)/i1D3
  • Key:BZZKEPGENYLQSC-FIBGUPNXSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱଶ୍ୱାସନଳୀ ସଂକ୍ରମଣ, ହର୍ପିସ୍ ସିମ୍ପାଲେକ୍ସ, ଫୋଲିକୁଲାଇଟିସ୍ ବା ଲୋମକୂପ‌ ପ୍ରଦାହ ଏବଂ ବ୍ରଣ ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ସଂକ୍ରମଣ, କର୍କଟ ଏବଂ ରାବଡୋମାୟୋଲାଇସିସ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଗୁରୁତ୍ୱପୂର୍ଣ୍ଣ ଯକୃତ ସମସ୍ୟା ଥିବା ଲୋକ ଏହାକୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୧] ଏହା ଏକ ଟିୱାଇକେ୨ (TYK2) ପ୍ରତିବନ୍ଧକ ।[୧]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୁକ୍ରାଭାସିଟିନିବ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୨] ଯୁକ୍ତରାଷ୍ଟ୍ରରେ ଏହା ବ୍ୟବ‌ହାର କଲେ ମାସକୁ ପ୍ରାୟ ୬,୨୦୦ ଡଲାର ଖର୍ଚ୍ଚ ହୁଏ ।[୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Sotyktu- deucravacitinib tablet, film coated". DailyMed. 9 September 2022. Archived from the original on 28 September 2022. Retrieved 27 September 2022.
  2. ୨.୦ ୨.୧ "Deucravacitinib". SPS - Specialist Pharmacy Service. 1 November 2018. Archived from the original on 29 June 2022. Retrieved 13 December 2022.