ଡାଲମା
ଡାଲମା ଏକ ପାରମ୍ପାରିକ ଓଡ଼ିଆ ରାନ୍ଧଣା । ଏଥିରେ ଡାଲିକୁ ପରିବା ସହିତ ସିଝାଯାଇ ତାହାକୁ ଜିରା, ଫୁଟଣ, ଭୃଷଙ୍ଗ ପତ୍ର, ବିଲାତି ବାଇଗଣ, ପିଆଜ, ରସୁଣ, ଅଦା ଆଦି ଛୁଙ୍କ ଦେଇ ତିଆରି କରାଯାଏ ।
![]() ଡାଲମା | |
ଆରମ୍ଭ | |
---|---|
ଅଲଗା ନାଆଁ | ଡାଲେମା |
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଡାଲି (ହରଡ଼/ ମୁଗ/ ମସୁର/ ବୁଟ) |
ଉପାଦାନ ସମ୍ପାଦନା
- ପରିବା:
ˑ
ପ୍ରକାର ସମ୍ପାଦନା

- ହବିଷ ଡାଲମା
- ମୁଗ ଡାଲମା
- ହରଡ଼ ଡାଲମା
- ମସୁର ଡାଲମା
- ବୁଟ ଡାଲିର ଡାଲମା
- ମାଂସ ଡାଲମା
- ଚିଙ୍ଗୁଡି ଡାଲମା
- କୋବି ଡାଲମା
ତିଆରି ପ୍ରଣାଳୀ ସମ୍ପାଦନା
ଡାଲିକୁ ପରିବା, ଲୁଣ ଏବଂ ଅଳ୍ପ ହଳଦୀଗୁଣ୍ଡ ଦେଇ ସିଝାଯାଏ. ତତ୍ପରେ ତାହାକୁ ତେଲ/ ଘିଅରେ ଲଙ୍କା, ପଞ୍ଛଫୁଟଣ, ପିଆଜ, ରସୁଣ, ଅଦା, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ଏହା ତିଆରି କରାଯାଏ । ଦୁଇ ପ୍ରକାରରେ ଡାଲମା ରନ୍ଧା ଯାଇ ପାରେ । ଏକ ପ୍ରଣାଳୀରେ ପ୍ରଥମେ ପରିବାକୁ ଅଳ୍ପ ତେଲରେ ଭାଜି ତାହା ପରେ ଡାଲି ପକାଇ ସିଝାଯାଏ । ଅନ୍ୟ ପ୍ରଣାଳୀରେ ପରିବା ଓ ଡାଲିକି ଏକା ସାଂଗରେ ସିଝାଯାଏ । ଡାଲମାରେ ନଡିଆ କୋରା ପକେଇ ରାନ୍ଧିଲେ ଏହାକୁ ଲୋକେ ବାଡିଆ ଡାଲମା ବୋଲି କୁହନ୍ତି ।
ହବିଷ ଡାଲମା ବିନା ପିଆଜ, ରସୁଣରେ ତିଆରି କରାଯାଇଥାଏ ଓ ହବିଷ କାଳରେ ଖିଆଯାଇଥାଏ ।
ଆହୁରି ଦେଖନ୍ତୁ ସମ୍ପାଦନା
ଓଡ଼ିଆ ରାନ୍ଧଣା ସମ୍ପାଦନା
ବାହାର ଲିଙ୍କ ସମ୍ପାଦନା
- ଡାଲମା Archived 2012-03-20 at the Wayback Machine.
- ଡାଲମା[permanent dead link]
- ଓଡ଼ିଆ ଖାଦ୍ୟ[permanent dead link]