ଡକ୍ସୋରୁବିସିନ
ଡକ୍ସୋରୁବିସିନ (ଇଂରାଜୀ ଭାଷାରେ Doxorubicin, ବିକ୍ରୟ ନାମ ଆଡ୍ରିଆମାଇସିନ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ସ୍ତନ କର୍କଟ, ମୂତ୍ରାଶୟ କର୍କଟ (bladder cancer), କାପୋସି ସାର୍କୋମା (Kaposi's sarcoma), ଲିମ୍ଫୋମା ଓ ଆକ୍ୟୁଟ ଲିମ୍ପୋସାଇଟିକ ଲିଉକେମିଆ (acute lymphocytic leukemia) ଇତ୍ୟାଦି ରୋଗମାନଙ୍କୁ ମୂଖ୍ୟତଃ ଏହା ସାହାଯ୍ୟରେ ଚିକିତ୍ସା କରାଯାଏ । ଅଧିକାଂଶ ସମୟରେ ଅନ୍ୟାନ୍ୟ କେମୋଥେରାପି ଔଷଧ (together with other chemotherapy agents) ସହିତ ଏହା ଦିଆଯାଏ । ଡକ୍ସୋରୁବିସିନ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୩]
Clinical data | |
---|---|
Pronunciation | /ˌdɒksəˈruːbɪsɪn/ |
Trade names | Adriamycin, Doxil, Caelyx, Myocet, others |
AHFS/Drugs.com | monograph |
MedlinePlus | a682221 |
Pregnancy category | |
Routes of administration | intravenous, intravesical |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 5% (by mouth) |
Protein binding | 75%[୧] |
Metabolism | Liver |
Elimination half-life | Triphasic; 12 minutes, 3.3 hours, 30 hours. Mean: 1-3 hours[୧][୨] |
Excretion | Urine (5-12%), faeces (40-50%)[୧] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.041.344 |
Chemical and physical data | |
Formula | C27H29NO11 |
Molar mass | 543.52 g/mol |
3D model (JSmol) | |
| |
| |
(what is this?) (verify) |
ଏହାର ପ୍ରତିକ୍ରିୟାରେ କେଶ ହାନି (hair loss), ଅସ୍ଥିମଜ୍ଜା ଦମନ (bone marrow suppression), ବାନ୍ତି, ରାସ୍ ଓ ପାଟି ପ୍ରଦାହ (inflammation of the mouth) ଆଦି ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା, ହୃତ୍ପିଣ୍ଡ କ୍ଷତି (heart damage), ଇଞ୍ଜେକସନ ଦେବା ସ୍ଥାନରେ ତନ୍ତୁ ନଷ୍ଟ, ରାଡିଏସନ ଦଗ୍ଧ (radiation recall) ଓ ଚିକିତ୍ସା ସମ୍ବନ୍ଧୀୟ ଲିଉକେମିଆ ହୋଇପାରେ । କିଛି ଦିନ ପାଇଁ ପରିସ୍ରା ଗାଢ଼ ରଙ୍ଗର ହୋଇପାରେ । ଡକ୍ସୋରୁବିସିନ ଏକ ଆନ୍ଥ୍ରାସାଇକ୍ଲିନ (anthracycline) ଓ ଆଣ୍ଟିଟ୍ୟୁମର (antitumor antibiotic) ଶ୍ରେଣୀର ଔଷଧ ।[୩] ଏହା ଡିଏନଏ DNA କାର୍ଯ୍ୟକୁ ବାଧା ପ୍ରଦାନ କରେ ।[୪]
ସନ ୧୯୭୪ରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ନିମନ୍ତେ ଡକ୍ସୋରୁବିସିନ ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦ମି:ଗ୍ରା: ଭାଏଲର ହୋଲସେଲ କ୍ରୟ ମୂଲ୍ୟ ୩.୮୮ରୁ ୩୨.୭୯ ଆମେରିକୀୟ ଡଲାର ।[୬] ସଂଯୁକ୍ତ ରାଷ୍ଟ୍ରରେ ସମ ପରିମାଣ ଔଷଧର ମୂଲ୍ୟ ୧୦୦.୧୨ ପାଉଣ୍ଡ ।[୭][୮] ଏହାର ପେଜିଲେଟେଡ (pegylated) ଓ ଲାଇପୋସୋମସ୍ (liposomes) ସଂସ୍କରଣ ମଧ୍ୟ ମିଳେ କିନ୍ତୁ ଏହା ଅଧିକ ଦାମିକିଆ ।[୮] ମୂଳରୂପରେ ଏହା ସ୍ଟ୍ରେପ୍ଟୋମାଇସେସ ପିଉସେଟିଅସ (Streptomyces peucetius) ଜୀବାଣୁରୁ ପ୍ରସ୍ତୁତ କରାଯାଉଥିଲା । [୯]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "(doxorubicin) dosing, indications, interactions, adverse effects, and more". Medscape Reference. WebMD. Retrieved 15 April 2014.
- ↑ Brayfield, A, ed. (19 December 2013). "Doxorubicin". Martindale: The Complete Drug Reference. Pharmaceutical Press. Retrieved 15 April 2014.
- ↑ ୩.୦ ୩.୧ ୩.୨ "Doxorubicin Hydrochloride". The American Society of Health-System Pharmacists. Retrieved 12 January 2017.
- ↑ Tacar, O; Sriamornsak, P; Dass, CR (February 2013). "Doxorubicin: an update on anticancer molecular action, toxicity and novel drug delivery systems". The Journal of Pharmacy and Pharmacology. 65 (2): 157–70. doi:10.1111/j.2042-7158.2012.01567.x. PMID 23278683.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Doxorubicin HCL". International Drug Price Indicator Guide. Retrieved 8 December 2016.[permanent dead link]
- ↑ "Doxorubicin: British National Formulary". BNF. Archived from the original on 2012-08-30. Retrieved 6 March 2017.
- ↑ ୮.୦ ୮.୧ British national formulary : BNF 69 (69 ed.). British Medical Association. 2015. p. 583. ISBN 9780857111562.
- ↑ Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 291. ISBN 9783527326693.