ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ
ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ( TCAs ) ଏକ ଅବସାଦରୋଧୀ ଶ୍ରେଣୀର ଔଷଧ ଯାହା ମୁଖ୍ୟତଃ ସ୍ନାୟୁ ଜନିତ ଯନ୍ତ୍ରଣା ଓ ଅବସାଦଗ୍ରସ୍ତ ରୋଗୀଙ୍କୁ ଦିଆଯାଏ ଯେତେବେଳେ ଅନ୍ୟାନ୍ୟ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଔଷଧଗୁଡିକ ପ୍ରଭାବଶାଳୀ ହୁଏନି ।[୧] ଅଧକପାଳି ପ୍ରତିଷେଧ, ଶୋଇବାରେ ଅସୁବିଧା ଏବଂ ଉଦ୍ବେଗ ରୋଗମାନଙ୍କ ନିମନ୍ତେ ମଧ୍ୟ ଦିଆଯାଇପାରେ ।[୨] ଉଦାସୀନତା ପାଇଁ ସେମାନେ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଭଳି କାମ କରନ୍ତି କିନ୍ତୁ ଅଧିକ ମାତ୍ରାରେ ଦେଲେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୩] ସେଗୁଡିକ ପାଟିରେ ଦିଆଯାଏ । [୩]
ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ | |
---|---|
Drug class | |
Class identifiers | |
Chemical class | Tricyclic |
External links | |
MeSH | D000929 |
In Wikidata |
ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଧାରଣ ଏବଂ ଜାଲଜାଲୁଆ ଦୃଷ୍ଟି ହୋଇପାରେ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ସ୍ପନ୍ଦନ, ନିମ୍ନ ରକ୍ତଚାପ ଏବଂ ବାତ ହୋଇପାରେ ।[୩] ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ଅତ୍ୟଧିକ ମାତ୍ରାରେ ଦେଲେ ମୃତ୍ୟୁ ହୋଇପାରେ । [୩] ଏହି ଔଷଧ ହଠାତ୍ ବନ୍ଦ କରିବାଦ୍ୱାରା ପ୍ରତ୍ୟାହାର ହୋଇପାରେ ।[୩] ପୁନଃ ଗ୍ରହଣକୁ ଅବରୋଧ କରିବାଦ୍ୱାର ସେରୋଟୋନିନ ଏବଂ ନର୍-ଏପିନେଫ୍ରିନ ସ୍ତର ବୃଦ୍ଧି କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ । [୩]
୧୯୫୦ ଦଶକର ଶେଷ ଭାଗରେ ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ଡାକ୍ତରୀ ବ୍ୟବହାରରେ ଆସିଥିଲା । [୪] ୧୯୮୦ ଦଶକ ଆରମ୍ଭରେ ଏହାର ବ୍ୟବହାର କମିଯାଇଛି । [୫] ଏହାର ଏକ ସଂସ୍କରଣ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [୧] ରାସାୟନିକ ଗଠନ ଅନୁସାରେ ସେଗୁଡ଼ିକର ନାମକରଣ କରାଯାଏ, ଯେଉଁଥିରେ ତିନୋଟି ପରମାଣୁ ରିଙ୍ଗ ରହିଥାଏ । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 56–57. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
- ↑ Moraczewski, J; Aedma, KK (January 2021). "Tricyclic Antidepressants". PMID 32491723.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 56–57. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
- ↑ Ansari, Arash; Osser, David (2020). Psychopharmacology: A Concise Overview (in ଇଂରାଜୀ). Oxford University Press. p. 17. ISBN 978-0-19-753704-6. Archived from the original on 2021-08-29. Retrieved 2021-04-18.
- ↑ ୫.୦ ୫.୧ Ansari, Arash; Osser, David (2020). Psychopharmacology: A Concise Overview (in ଇଂରାଜୀ). Oxford University Press. p. 17. ISBN 978-0-19-753704-6. Archived from the original on 2021-08-29. Retrieved 2021-04-18.