ଜୁନାସ ବିଲୁଙ୍ଗ
ଜୁନାସ ବିଲୁଙ୍ଗ (୨୩ ଫେବୃଆରୀ ୧୯୨୩ - ୦୬ ନଭେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜୁନାସ ବିଲୁଙ୍ଗ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ପ୍ରେମ ଚାନ୍ଦ ଭଗତ |
ପର ଅଧିକାରୀ | ରେମିସ କେରକେଟା |
ନିର୍ବାଚନ ମଣ୍ଡଳୀ | ବୀରମିତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ଫେବୃଆରୀ ୧୯୨୩ |
ମୃତ୍ୟୁ | ୬ ନଭେମ୍ବର ୨୦୦୩ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମୋନିକା ବିଲୁଙ୍ଗ |
ବାପା/ବୋଉ | ହିଲାରୁସ ବିଲୁଙ୍ଗ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଜୁନାସ ବିଲୁଙ୍ଗ ୧୯୨୩ ମସିହାର ଫେବୃଆରୀ ମାସ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହିଲାରୁସ ବିଲୁଙ୍ଗ ଓ ପତ୍ନୀଙ୍କ ନାମ ମୋନିକା ବିଲୁଙ୍ଗ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଏଟ୍ ।[୨]
ରାଜନୈତିକ ଜୀବନ
ସମ୍ପାଦନାଜୁନାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
ସମ୍ପାଦନାଜୁନାସ ବିଲୁଙ୍ଗ ୨୦୦୩ ମସିହାର ନଭେମ୍ବର ୬ ତାରିଖରେ ୮୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ ୨.୦ ୨.୧ ୨.୨ "Shri Junas Bilung". odishaassembly.nic.in. Odisha Assembly. Retrieved 14 October 2020.