ଜହ୍ନି ଚଟଣି ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।

ଜହ୍ନି ଚଟଣି
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଜହ୍ନି, ସୋରିଷତେଲ, ଜିରା, ରସୁଣ, ଅଦା, କଞ୍ଚାଲଙ୍କା, ତେନ୍ତୁଳି, ଲୁଣ

ଉପାଦାନ ସମ୍ପାଦନା

ତିଆରି ପ୍ରଣାଳୀ ସମ୍ପାଦନା

ଜହ୍ନିରୁ ଚୋପା ଛଡ଼ାଇ ଚୋପାକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ଜହ୍ନି ଚୋପାକୁ ପକାନ୍ତୁ। ଏହା ପରେ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ। ଦୁଇ ତିନି ମିନିଟ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ସହିତ ବାଟି ଦିଅନ୍ତୁ।

ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।

ଆଧାର ସମ୍ପାଦନା

  • ଖାଆନ୍ତୁ ଓ ଖୁଆନ୍ତୁ – ଅରୁଣା ମହାନ୍ତି - ପ୍ରଜାତନ୍ତ୍ର ସାପ୍ତାହିକୀ-(୨-୮ ଡିସେମ୍ବର ୨୦୦୧)