ଜଗନ୍ନାଥ ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ

ଜଗନ୍ନାଥ ମଲ୍ଲିକ (୧୦ ଜୁଲାଇ ୧୯୩୬ - ୭ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଜଗନ୍ନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୂର୍ବ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜଗନ୍ନାଥ ମଲ୍ଲିକ
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୦
ପୂର୍ବ ଅଧିକାରୀଶାନ୍ତନୁ କୁମାର ଦାସ
ପର ଅଧିକାରୀନିରଞ୍ଜନ ଜେନା
ନିର୍ବାଚନ ମଣ୍ଡଳୀଯାଜପୁର
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୪
ପୂର୍ବ ଅଧିକାରୀନିରଞ୍ଜନ ଜେନା
ପର ଅଧିକାରୀସୂର୍ଯ୍ୟମଣୀ ଜେନା
ନିର୍ବାଚନ ମଣ୍ଡଳୀଯାଜପୁର
ସାଂସଦ: ୧୩ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୯ – ୨୦୦୪
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-07-10)ଜୁଲାଇ ୧୦, ୧୯୩୬
ମୃତ୍ୟୁ୭ ଅଗଷ୍ଟ ୨୦୧୬(2016-08-07) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ
ଜୀବନ ସାଥୀକଲ୍ୟାଣୀ ମଲ୍ଲିକ
ବାପା/ବୋଉରାଧା ଚରଣ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ

ଏହାପରେ ୧୯୭୪ ଓ ୧୯୭୭ ମସିହାର ଓଡ଼ିଶାର ବିଧାନ ସଭା ନିର୍ବାଚନରେ ସେ ଯାଜପୁରରୁ ଯଥାକ୍ରମେ ୬ଷ୍ଠ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ପରେ ସେ ୧୯୮୫ ଓ ୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଜଗନ୍ନାଥ ମଲ୍ଲିକ ୧୯୩୬ ମସିହାର ଜୁଲାଇ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ରାଧା ଚରଣ ମଲ୍ଲିକ ଏବଂ ପତ୍ନୀଙ୍କ ନାମ କଲ୍ୟାଣୀ ମଲ୍ଲିକ ।[୧] ଜଗନ୍ନାଥଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଜଗନ୍ନାଥ ମଲ୍ଲିକ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ, ଜନତା, ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ଏଥି ସହ ସେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Jagannath Mallik". odishaassembly.nic.in. Odisha Assembly. Retrieved 22 November 2019.